Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ତେଜସ୍ୱୀଙ୍କ ପାଇଁ ଖୋଲିଥିଲା ବିରାଟଙ୍କ ଭାଗ୍ୟ ! ରନ୍ ମେସିନଙ୍କ ଜନ୍ମ ଦିନରେ କ୍ୟାରିଅରର କିଛି ଅଦ୍ଭୁତ ସଂଯୋଗ

5/11/2020 at 5:30 PM

ନୂଆଦିଲ୍ଲୀ, ୦୫୧୧:    ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୨ ବର୍ଷରେ ପାଦ ଦେଇଛନ୍ତି । ୧୯୮୮ ମସିହା ନଭେମ୍ବର ୫ ତାରିଖରେ କୋହଲି ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ବର୍ତ୍ତମାନ ସମୟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ । କ୍ରିକେଟର ତିନୋଟି ଫର୍ମାଟରେ କୋହଲି ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି । କୋହଲି ଯେତେବେଳେ ଅଣ୍ଡର-୧୯ ଟିମର ଅଧିନାୟକ ଥିଲେ ସେହି ସମୟରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ତାଙ୍କ ନେତୃତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା । ତେବେ ବହୁତ କମ ଲୋକ ଜାଣନ୍ତି ଯେ ବିରାଟଙ୍କ ଭାଗ୍ୟ ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ୱରେ ହିଁ ବଦଳିଥିଲା ।

ଟିମ୍ ଇଣ୍ଡିଆର ପୂର୍ବତନ ଚୟନକର୍ତ୍ତା ତଥା ବ୍ୟାଟସମ୍ୟାନ୍ ଦିଲ୍ଲୀପ ଭେଙ୍କସରକାର ବିରାଟ କୋହଲିଙ୍କୁ ଦଳରେ ସ୍ଥାନ ଦେଇଥିଲେ । କିନ୍ତୁ ଦିଲ୍ଲୀପ ବିରାଟଙ୍କୁ ବହୁ ପୂର୍ବରୁ ଜାଣିଥିଲେ । ଏହାକୁ ନେଇ ଦିଲ୍ଲୀପ କହିଛନ୍ତି ଯେ, ୨୦୦୦ରେ ବିସିସିଆଇ ଖେଳାଳି ସନ୍ଧାନ କରିବା ପାଇଁ ଏକ କମିଟି ଗଠନ କରିଥିଲା ।ଏହାର ମୁଖ୍ୟ ଥିଲେ ଭେଙ୍କସରକାର । ବୃଜେଶ ପଟେଲ ମଧ୍ୟ ଏହି କମିଟିରେ ରହିଥିଲେ । ଉଭୟ ଦେଶ ସାରା ବୁଲି ବୁଲି ଅଣ୍ଡର-୧୪, ଅଣ୍ଡର-୧୬ ଓ ଅଣ୍ଡର-୧୯ ମ୍ୟାଚ୍ ଦେଖିଥିଲେ । କୋହଲିଙ୍କ ସେ ପ୍ରଥମେ ଅଣ୍ଡର-୧୬ ମ୍ୟାଚରେ ମୁମ୍ବାଇ ବିପକ୍ଷ ଏକ ଦିନିକିଆରେ ଦେଖିଥିଲେ । କୋହଲି ତେଜସ୍ୱୀଙ୍କ ନେତୃତ୍ୱରେ ଖେଳୁଥିଲେ । ଏହି ମ୍ୟାଚରେ କୋହଲି ଆକର୍ଷଣୀୟ ବ୍ୟାଟିଂ କରିଥିଲେ ।

ଦିଲ୍ଲୀପ ଭେଙ୍କସରକାର ଆହୁରି କହିଛନ୍ତି ଯେ, ଏହାପରେ ଅଷ୍ଟ୍ରେଲିଆରେ ଏମର୍ଜିଂ ଟ୍ରଫି ହୋଇଥାନ୍ତା । ଏଥିପାଇଁ ସେ ବିରାଟଙ୍କୁ ଚୟନ କରିଥିଲେ । ତତ୍କାଳୀନ କୋଚ୍ ଗ୍ରେଗ୍ ଚାପେଲ ମଧ୍ୟ ଉପସ୍ଥିତ ଥିଲେ । ଏହି ସିରିଜରେ ବିରାଟ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୨୩ ରନ୍ କରିଥିଲେ । ଏହି ଖେଳାଳି ଭାରତୀୟ ଜାତୀୟ ଦଳରେ ସ୍ଥାନ ପାଇବାକୁ ହକଦାର ବୋଲି ସେ ବିଚାର କରିଥିଲେ । କାରଣ ସେତେବେଳେ ବିରାଟ ମାନସିକ ଭାବେ ପରିପକ୍ୱ ଥିଲେ ବୋଲି ଦିଲ୍ଲୀପ କହିଛନ୍ତି ।

   Related Posts