ତେଜସ୍ୱି ଯାଦବ ମହିଳାମାନଙ୍କୁ ନୋଟ ବାଣ୍ଟୁଥିବା ଭିଡିଓ ଭାଇରାଲ: ଜେଡିୟୁ କହିଲା, 'ଦେବାକୁ ଚାହୁଁଛ ଯଦି ଗରିବଙ୍କୁ ଜମି ଦିଅ'

Published By : Prameya-News7 Bureau | September 10, 2021 IST

ପାଟନା ୧୦/୦୯ : ବିହାରରେ ପଞ୍ଚାୟତ ନିର୍ବାଚନ ଘୋଷଣା ହୋଇଛି। ଗୁରୁବାର ଦିନ ତେଜସ୍ୱି ଯାଦବ ଗୋପାଳଗଞ୍ଜ ଗସ୍ତରେ ଯାଇଥିଲେ। ଗୋପାଳଗଞ୍ଜରେ ସେ ମହିଳାମାନଙ୍କୁ ନୋଟ ବାଣ୍ଟିଥିବା ଦାବି କରାଯାଉଛି। ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଜେଡିୟୁର ମୁଖ୍ୟ ପ୍ରବକ୍ତା ନିରଜ ସିଂହ ଟ୍ୱିଟ କରି ଏହି ଭିଡିଓ ସେୟାର କରିଛନ୍ତି। ଗଣମାଧ୍ୟମ ଏହି ରିପୋର୍ଟକୁ ସ୍ପଷ୍ଟ କରିନାହିଁ।

ଜେଡିୟୁ ପ୍ରବକ୍ତା ଭିଡିଓ ସେୟାର କରି ଲେଖିଛନ୍ତି, " କେହି ଜାଣିନାହାନ୍ତି, ଚିହ୍ନି ନାହାନ୍ତି। କିଏ ସେ ରାଜକୁମାର ଯିଏ ଟଙ୍କା ଦେଉଛି। କୁମାର ଉପରେ ଗର୍ବର ଛାଇ ଏମିତି ପଡିଛି ଯେ ଧନୀ, ଗରିବର ଫରକ ଦର୍ଶାଉଛି। କିଏ ପଛପଟୁ ଲାଲୁଙ୍କ ଲାଲ ବୋଲି କହୁଛି। ଅତୀତର ବର୍ତ୍ତମାନ ସ୍ଥିତି ଦେଖାଉଚି। ଯାଅ ବାବୁଆ ନିଜ ପରିଚୟ ସୃଷ୍ଟି କର ଆର୍ଥିକ ଲୁଟେରା ହେବାର ଦାଗ ହଟାଅ।

ଭାଇରାଲ ଭିଡିଓରେ ତେଜସ୍ୱି ଯାଦବ ମହିଳାମାନଙ୍କୁ ୫୦୦-୫୦୦ ଟଙ୍କିଆ ନୋଟ ଦେଇ ନିଜ ପରିଚୟ ମଧ୍ୟ ଦେଉଛନ୍ତି। ଭିଡିଓରେ ପଛପଟୁ ଆବାଜ ଆସୁଛି ଯେ ଇଏ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱି ଯାଦବ। ଏହି ଭିଡିଓକୁ ନେଇ ବିହାର ପୂର୍ବତନ ମନ୍ତ୍ରୀ ଓ ବିଧାନ ପାର୍ଷଦ ନିରାଜ କୁମାର ଶୁକ୍ରବାର ଦିନ ତେଜସ୍ୱି ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, 'ତାଙ୍କର ନିଜର କିଛି ପରିଚୟ ନାହିଁ। ସେ ଅନୁକମ୍ପାରେ ନେତା ହୋଇଛନ୍ତି। ଆଜି ବି ତାଙ୍କ ପରିଚୟ ଲାଲ ପ୍ରସାଦଙ୍କ ଯୋଗୁଁ ରହିଛି। ଭିଡିଓରେ ସେ ନିଜେ ଏହାର ପ୍ରମାଣ ଦେଇଛନ୍ତି।

wp:embed {"url":"https://twitter.com/neerajkumarmlc/status/1436154952859074587","type":"rich","providerNameSlug":"twitter","responsive":true}
https://twitter.com/neerajkumarmlc/status/1436154952859074587
/wp:embed

ନିରାଜ କୁମାର କହିଛନ୍ତି, ଲାଲୁ ପ୍ରସାଦ ଚାଲ କରିଛନ୍ତି କିନ୍ତୁ ତେଜସ୍ୱି ବାପାଠୁ ବି ଦୁଇ ପାଦ ଆଗରେ। ତେଜସ୍ୱିଙ୍କୁ କଟାକ୍ଷ କରି ସେ କହିଛନ୍ତି, ଯଦି ତାଙ୍କୁ କିଛି ଦେବାର ଥିଲା, ତାହେଲେ ଲାଲୁଙ୍କ, 'ଜମି ଦିଅ, ଚାକିରୀ ନିଅ' ଅନୁଯାୟୀ ଯେଉଁ ଜମି ପରିବାର ନାଁରେ କରିଥିଲେ ସେହି ଜମି ଗରିବଙ୍କ ନାଁରେ କରିଦେଇଥାନ୍ତେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.