Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ରାଲି​‌ରେ ନିଜ ପ୍ରାର୍ଥୀଙ୍କ ନାଁ ଭୁଲ୍‌ କହିଦେଲେ ତେଜସ୍ବୀ, ଉପସ୍ଥିତ ଜନତା ଦେଲେ ଏହି ଉତ୍ତର

30/10/2020 at 4:34 PM

ପାଟଣା ୩୦/୧୦: ବିହାର ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ଦ୍ବିତୀୟ ଚରଣ ମତଦାନ ପୂର୍ବରୁ ପ୍ରତି ଦଳର ହେଭିଓ୍ବେଟ୍‌ ନେତା ଜୋରଦାର ପ୍ରଚାର କରୁଛନ୍ତି। କିନ୍ତୁ ନିଜ ଦଳର ପ୍ରାର୍ଥୀଙ୍କ ନାଁ ଭୁଲିଯାଉଛନ୍ତି ନେତା। ଆରଜେଡି ନେତା ତେଜସ୍ବୀ ଯାଦବ ଗୋଟିଏ ରାଲିରେ ନିଜ ପ୍ରାର୍ଥୀଙ୍କ ନାଁ ଭୁଲ କହିଦେଇଥିଲେ। ଆରଜେଡି ନେତା ଜେଜ୍ବସୀଙ୍କ ଏହି ଭୁଲକୁ ଉପସ୍ଥିତ ଜନତା ସହଜରେ ଗ୍ରହଣ କରିପାରି ନଥିଲେ। ସଂଗେସଂଗେ  ପ୍ରାର୍ଥୀଙ୍କ ଠିକ୍‌ ନାଁ କହିଥିଲେ ଲୋକେ।

ସମସ୍ତିପୁରର ବିଭୂତିପୁରରେ ରାଲି କରୁଥିବା ବେଳେ ସେଠାକାର ମହାମେଣ୍ଟ ପ୍ରାର୍ଥୀ ଅଜୟ କୁମାରଙ୍କ ନାଁ ଭୁଲି ବାରମ୍ବାର ଅମିତ କୁମାର ଉଚ୍ଚାରଣ କରିଥିଲେ ତେଜସ୍ବୀ। ଲୋକଙ୍କୁ ସମ୍ବୋଧିକ କରି ଅମିତ କୁମାରଙ୍କୁ ଭୋଟ ଦେବାକୁ କହିଥିଲେ ତେଜସ୍ବୀ। ତେଜସ୍ବୀ ଯେମିତି ଭୁଲ ନାଁ କହିଛନ୍ତି ଭିଡ଼ ଭିତରୁ ଆଓ୍ବାଜ ଆସିଲା ଅମିତ କୁମାର ନୁହେଁ ଅଜୟ କୁମାର। ନେତାଙ୍କୁ ପାଠ ପଢ଼ାଇଦେଲେ ଉପସ୍ଥିତ ଜନତା। ପରେ ପରେ ତେଜସ୍ବୀ ନିଜର ଭୁଲକୁ ବୁଝିପାରି ଠିକ୍‌ ନାଁ ଉଚ୍ଚାରଣ କରିଥିଲେ। ତେବେ ବିଭୂତିପୁରରେ ମହାମେଣ୍ଟ ପ୍ରାର୍ଥୀ ସିପିଆଇ(ଏମ)ର ଅଜୟ କୁମାର ଲଢ଼ୁଛନ୍ତି।

ତେବେ ଏହି ରାଲିରୁ ତେଜସ୍ବୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ। ଯଦି ମହାମେଣ୍ଟ ବିହାରରେ ସରକାର କରେ ତେବେ ପାଠ, ଔଷଧ, ଜଳ ସେଚନ ଓ ରୋଜଗାର ଉପରେ କାର୍ଯ୍ୟ କରିବ। ଆଜି ବିହାରରେ ସବୁଠୁ ବଡ଼ ପ୍ରସଙ୍ଗ ବେରୋଜଗାର ବୋଲି କହିଥିଲେ ତେଜସ୍ବୀ ଯାଦବ।

   Related Posts