Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

୧୦ ଲକ୍ଷ ଲୋକଙ୍କୁ ଚାକିରି ଦେଲେ ଯଦି ଟଙ୍କା କମ ପଡେ ତେବେ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ବେତନ କାଟି ଦରମା ଦେବୁ: ତେଜସ୍ଵୀ ଯାଦବ

2/11/2020 at 10:03 PM

ପାଟନା ୦୨।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୦ରେ ତେଜସ୍ଵୀ ଯାଦବ ଲଗାତାର ରୋଜଗାର ପ୍ରସଙ୍ଗ ଉଠାଇ ଚାଲିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତେଜସ୍ଵୀଙ୍କ ଏହି ପ୍ରତିଶ୍ରୁତିକୁ ନିର୍ବାଚନୀ ପ୍ରଚାର ଦର୍ଶାଇଛନ୍ତି।  ନୀତିଶ କୁମାର,  ସୁଶିଲ ମୋଦୀ, ଜିତନ ରାମ ମାଂଝୀ ସହିତ ଏନଡିଏର ଅନେକ ନେତା ଏହି ପ୍ରଶ୍ନ ଉଠାଇ ସାରିଛନ୍ତି ଯେ, ଏତେ ବଡ ସଂଖ୍ୟାରେ ସରକାରୀ ଚାକିରି କେଉଁଠୁ ଆସିବ ? ଏଥିପାଇଁ ତେଜସ୍ଵୀ ଯାଦବ ଅର୍ଥ କୁଆଡୁ ଆଣିବେ ? ମହାମେଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ ତେଜସ୍ଵୀ ଯାଦବ ସୋମବାର ‘ଯୁବା ନୌକରୀ ସମ୍ବାଦ’ରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ଆରଜେଡି ନେତା ତେଜସ୍ଵୀ ଯାଦବ ବଡ ଘୋଷଣା କରି କହିଛନ୍ତି ଯେ ସରକାରୀ ବଜେଟ୍‌ରେ ୮୦ ହଜାର କୋଟି ଟଙ୍କା  ଖର୍ଚ୍ଚ ହୁଏ ନାହିଁ, ତଥାପି ଏହା ପରେ ଯଦି ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବା ପାଇଁ ଟଙ୍କା କମ ପଡେ ତେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ସମେତ ସମସ୍ତ ବିଧାୟକଙ୍କ ଦରମା କାଟ୍ କରାଯିବ। ସେହି ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯିବ। ତେଜସ୍ଵୀ କହିଛନ୍ତି ବିହାରରେ ବେରୋଜଗାରୀ ହାର ୪୬.୬୮ ପ୍ରତିଶତ ରହିଛି। ବିହାରରେ ଅର୍ଥ ଖର୍ଚ୍ଚ ହୁଏ ନାହିଁ ସେଥିପାଇଁ ବିହାର ଆଜି ପଛୁଆ ରହିଛି।

ଲାଲୁଙ୍କ ପୁତ୍ର ତେଜସ୍ଵୀ ଯାଦବ କହିଛନ୍ତି, ନୀତିଶ କୁମାର ଯେତେ ବି ନିଯୁକ୍ତି ସୃଷ୍ଟି କରିଛନ୍ତି ସବୁ ଚୁକ୍ତି ଭିତ୍ତିକ। ସୁଶୀଲ ମୋଦୀ, ନୀତିଶ ଜୀଙ୍କ ପାଖରେ ଇଚ୍ଛା ଶକ୍ତି ନାହିଁ। କିନ୍ତୁ ଆମ ସରକାର ହେଲେ ସମସ୍ତ ନିୟୋଜିତ ଶିକ୍ଷକଙ୍କୁ ସମାନ କାମ ଆଧାରରେ ସମାନ ବେତନ ଦିଆଯିବ।

ତେଜସ୍ଵୀ ଯାଦବ ନିଜର ରାଲିରେ ମଧ୍ୟ ରୋଜଗାର ବ୍ୟତୀତ ଆୟ, ଶିକ୍ଷା ଓ ଔଷଧ ବ୍ୟବସ୍ଥା ରାଜ୍ୟରେ କରିବା କଥା କହିଛନ୍ତି। ସେ କହିଛନ୍ତି ୪୦ ଲକ୍ଷରୁ ଅଧିକ ଶ୍ରମିକ ଯେଉଁମାନେ ବାହାରେ ଫସିଛନ୍ତି ସେମାନଙ୍କ ପାଇଁ ଦେଶର ପ୍ରତି ରାଜ୍ୟରେ କର୍ପୁରୀ ଶ୍ରମ କେନ୍ଦ୍ର ନିର୍ମାଣ କରାଯିବ।

   Related Posts