Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କୃଷି ବିଲ୍ ବିରୋଧରେ ସମର୍ଥକଙ୍କ ସହ ଟ୍ରାକ୍ଟର ଚଳାଇଲେ ତେଜସ୍ବି ଯାଦବ

25/09/2020 at 12:57 PM

ପାଟଣା ୨୫/୦୯: ନୂତନ କୃଷି ବିଲକୁ ନେଇ ଦେଶରେ ବିରୋଧୀ ତଥା ଚାଷୀ ସଂଗଠନଙ୍କ ଆନ୍ଦୋଳନ ଜାରି ରହିଛି। ଏହି କ୍ରମରେ ଆଜି ଅଖିଳ ଭାରତୀୟ ଚାଷୀ ସଂଘର୍ଷ ସମନ୍ବୟ ସମିତି ଦ୍ବାରା ବିହାରରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ବିରୋଧକୁ ଭିନ୍ନ ଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି। କୃଷି ବିଲ ବିରୋଧରେ ମହାମେଣ୍ଟରେ ସାମିଲ ସବୁ ଦଳ ରାସ୍ତାକୁ ଓହ୍ଲାଇଛନ୍ତି।

ତେଜସ୍ବି ଯାଦବ ନୂଆ କୃଷି ବିଲ ବିରୋଧରେ ସମର୍ଥକଙ୍କ ସହ ରାସ୍ତାରେ ଟ୍ରକ ଚଳାଇଛନ୍ତି। ଏହି ଅବସରରେ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଅଛନ୍ତି। ତେଜସ୍ବୀ କହିଛନ୍ତି ଏନଡିଏ ସରକାର କ୍ରମାଗତ ଗରିବ ଓ ଚାଷୀ ବିରୋଧୀ ଫଇସଲା ନେଉଛନ୍ତି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଚାଷୀ ତଥା ଚାଷୀ ସଂଗଠନ ମତାମତ ବିନା କୃଷି କ୍ଷେତ୍ରକୁ କର୍ପୋରେଟ୍ ହାତକୁ ଟେକି ଦେଉଛନ୍ତି।

ସେହପିରି ବେରୋଜଗାରୀ ଓ ଚାଷୀ ବିରୋଧୀ ବିଲ ବିରୋଧରେ ପପୁ ଯାଦବଙ୍କ ପାର୍ଟି ମଧ୍ୟ ହାଜିପୁରରେ ରାସ୍ତା ବନ୍ଦ କରିଛି। ଯାହା ଦ୍ବାରା ଏବେ ସେଠାରେ ଯାତାୟାତ ଠପ୍ ହୋଇଛି। ଚାଷୀଙ୍କ ଅଧିକାର ପାଇଁ ସ୍ବର ଉତ୍ତୋଳନ କରି ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି ପପୁ ଯାଦବ।

ତେବେ କୃଷି ବିଲ ବିରୋଧରେ କ୍ରମାଗତ ଚାଷୀ ସଂଗଠନଙ୍କ ବିରୋଧ ବଢ଼ିବାରେ ଲାଗିଛି। ଆଜି ଏ ବିଲ ବିରୋଧରେ ଚାଷୀ କର୍ଫୂ ଜାରି କରି ଦେଶ​‌ରେ ଚକା ଜାମ କରିବା ସହ ପାଟଣା ସମେତ ପୂରା ବିହାରରେ ଏହି ବିଲକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି।

   Related Posts