ବିହାର ନିର୍ବାଚନ: ନାମାଙ୍କନ ଦାଖଲ କରିବା ପୂର୍ବରୁ ତେଜସ୍ବି ଯାଦବ ମା’ଙ୍କ ହାତରୁ ଖାଇଲେ ଦହି, ତେଜପ୍ରତାପଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

Published By : Prameya-News7 Bureau | October 14, 2020 IST

ମୁମ୍ବାଇ ୧୪/୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ତେଜସ୍ବୀ ଯାଦବ ରାଘୋପୁର ଆସନରୁ ଆଜି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପାଟଣା ଅଭିମୁଖେ ବାହାରିଛନ୍ତି। ତେବେ ରାଘୋପୁର ଯିବା ପୂର୍ବରୁ ତେଜସ୍ବୀ ମା’ ଓ ବଡ଼ ଭାଇଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଫଟୋ ହାତରେ ଧରି ଠିଆ ହେଲେ। ହିନ୍ଦୁ ପରମ୍ପରା ଅନୁସାରେ ଶୁଭକାର୍ଯ୍ୟ ପୂର୍ବରୁ ତାଙ୍କ ମା’ ରାବଡି ତାଙ୍କୁ ଦହି ଚିନି ଖୁଆଇ ବିଦା କରିଛନ୍ତି।

ଏହା ସହ ସେ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ। ବଡ଼ ଭାଇ ତେଜପ୍ରତାପ ଯାଦବଙ୍କ ମଧ୍ୟ ପାଦ ଛୁଇଁ ପ୍ରଣାମ କରିଛନ୍ତି। ଏହି ଅବସରରେ ଦୁଇ ଭାଇ ବାପା ଲାଲୁଙ୍କ ଫଟୋ ଛୁଇଁ ପ୍ରଣାମ କରିଛନ୍ତି। ଏହା ପରେ ତେଜସ୍ବୀ ଟ୍ବିଟ୍ କରି କହିଛନ୍ତି ଯେ ବିହାର ହିତରେ ସେ ସଦୈବ କାମ କରିବେ। ପ୍ରତ୍ୟେକ ବିହାରବାସୀଙ୍କୁ ଯେପର୍ଯ୍ୟନ୍ତ ସେମାନଙ୍କ ଅଧିକାର ନ ଦେଇଛନ୍ତି ସେ ଶାନ୍ତିରେ ବସିବେ ନାହିଁ। ଏହାକୁ ପୂରା କରିବାକୁ ଆଜି ନାମାଙ୍କନ ଦାଖଲ କରିବାକୁ ଯାଉଥିବା କହିଛନ୍ତି। ତେବେ ଏ ପାଇଁ ସେ ସମସ୍ତଙ୍କ ସ୍ନେହ, ପ୍ରେମ ଓ ଆଶୀର୍ବାଦ ଲୋଡିଛନ୍ତି।

wp:core-embed/twitter {"url":"https://twitter.com/yadavtejashwi/status/1316246602026160128","type":"rich","providerNameSlug":"twitter","className":""}
https://twitter.com/yadavtejashwi/status/1316246602026160128
/wp:core-embed/twitter

ସୂଚନାଯୋଗ୍ୟ ତେଜସ୍ବୀ ଯାଦବ ଏଥର ବିହାର ରାଘୋପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ କଡ଼ା ପ୍ରତିଦ୍ବନ୍ଦିତା ରହିଛି ନୀତିଶ କୁମାରଙ୍କ ସହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.