Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ନୀତିଶଙ୍କ ଆକ୍ଷେପର ଜବାବ ଦେଲେ ତେଜସ୍ବୀ, ଯୁକ୍ତି ଭିତରକୁ ପ୍ରଧାନମନ୍ତ୍ରୀଙ୍କୁ ଟାଣିଲେ

27/10/2020 at 4:36 PM

ପାଟଣା ୨୭/୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ନେତା ନେତାଙ୍କ ମଧ୍ୟ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ଭିତରେ ନୀତିଶ କୁମାରଙ୍କ ମନ୍ତବ୍ୟକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବ। ନୀତିଶଙ୍କ ଆକ୍ଷେପର ଜବାବ ଦେବା ସହ ନିଜ ଯୁକ୍ତି ଭିତରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାଣିବାକୁ ଭୁଲିନାହାନ୍ତି ତେଜସ୍ବୀ। ତେଜସ୍ବୀ କହିଛନ୍ତି, ନୀତିଶ କୁମାର ଏଭଳି ମନ୍ତବ୍ୟ ଦେଇ ନିଜକୁ ଓ ନରେନ୍ଦ୍ର ମୋଦିଙ୍କୁ ବି ଆକ୍ଷେପ କରିଛନ୍ତି। କାରଣ ମୋଦିଙ୍କର ମଧ୍ୟ ୬ ଭାଇଭଉଣୀ ଅଛନ୍ତି।

କହିରଖୁଛୁ ଯେ, ହାଜିପୁରରେ ଆୟୋଜିତ ଏକ ରାଲିରେ ନୀତିଶ କୁମାର କହିଥିଲେ, ଯେଉଁମାନେ ୮-୯ ପିଲା ଜନ୍ମ କରୁଛନ୍ତି ସେମାନେ ବିକାଶ କଣ କରିବେ। ନୀତିଶଙ୍କ ଏହି ବୟାନକୁ ନେଇ ଜୋରଦାର ବର୍ଷିଛନ୍ତି ତେଜସ୍ବୀ। ନୀତିଶ କୁମାର ମହିଳାଙ୍କ ସମେତ ମୋ ମାଙ୍କ ଭାବନାକୁ ଆଘାତ ଦେଇଥିବା କହିଛନ୍ତି ତେଜସ୍ବୀ। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି। ବେରୋଜଗାର, ଦୁର୍ନୀତି ଓ ଗରିବୀ ଉପରେ କିଛି ନକହି ଲୋକଙ୍କୁ ଭୁଆଁ ବୁଲାଇବାକୁ ନୀତିଶ ଚେଷ୍ଟା କରୁଥିବା ତେଜସ୍ବୀ ଅଭିଯୋଗ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୮ରେ ହେବାକୁ ଥିବା ପ୍ରଥମ ଚରଣ ମତଦାନ ପାଇଁ ପ୍ରଚାରର ଶେଷ ଦିନରେ ମହାମେଣ୍ଟକୁ ଜୋରଦାର ଟାର୍ଗେଟ କରିଥିଲେ ନୀତିଶ କୁମାର। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଓ ତାଙ୍କ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ବି ନିଶାନା କରିଥିଲେ ନୀତିଶ। ନୀତିଶ ସେମାନଙ୍କୁ ଟର୍ଗେଟ କରି କହିଥିଲେ, ତେଜସ୍ବୀ ଓ ଲାଲୁଙ୍କ କଥାକୁ କିଏ ପଚାରୁଛି ? ସେମାନଙ୍କର ୮-୯ ପିଲା ଅଛନ୍ତି। ଝିଅମାନଙ୍କ ଉପରେ ସେମାନଙ୍କ ବିଶ୍ବାସ ନାହିଁ। ଅନେକ ଝିଅ ଜନ୍ମ ନେବା ପରେ ତାଙ୍କର ଗୋଟିଏ ପୁଅ ହୋଇଥିଲା। ସେମା​‌ନେ ବିହାରକୁ କେମିତି ତିଆରି କରିବାକୁ ଚାହୁଁଛନ୍ତି ଆପଣମାନେ ଦେଖିପାରୁଥିବେ ବୋଲି ନିର୍ବାଚନୀ ପ୍ରଚାରରେ କହିଥିଲେ ନୀତିଶ।

ନିକଟରେ ନୀତିଶଙ୍କୁ ଟାର୍ଗେଟ କରି ଟ୍ବିଟ୍‌ କରିଥିଲେ ତେଜସ୍ବୀ, ‘ନୀତିଶ କୁମାର ବ୍ୟବହାର କରୁଥିବା ପ୍ରତ୍ୟେକଟି ଖରାପ ଶବ୍ଦ ମୋ ପାଇଁ ଆଶୀର୍ବାଦ। ମାନସିକ ଓ ଶାରିରୀକ ସ୍ତରରେ ସେ ଦୁର୍ବଳ ହୋଇସାରିଛନ୍ତି, ତେଣୁ ସେ ଯାହା ଚାହୁଁଛନ୍ତି କହୁଛନ୍ତି। କିନ୍ତୁ ଏହି ସମୟରେ ରୋଜଗାର ଓ ଉନ୍ନତ୍ତିକୁ ନେଇ ବିହାରବାସୀ ଭୋଟ କରିବେ।’

=

   Related Posts