Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସାତ ମାସ ପରେ ଗଡ଼ିଲା ତେଜସ୍ ଏକ୍ସପ୍ରେସ, କରୋନା ସଂକ୍ରମଣ ପାଇଁ ହୋଇଛି ଏହି ସ୍ବତନ୍ତ୍ର ବ୍ୟବସ୍ଥା

17/10/2020 at 12:38 PM

ଲକ୍ଷ୍ମୌ ୧୭/୧୦: ଦେଶର ପ୍ରଥମ କର୍ପୋରେଟ୍ ଟ୍ରେନ୍ ତେଜସ ଏକ୍ସପ୍ରେସ ସାତ ମାସ ପରେ ଯାତ୍ରୀଙ୍କ ପାଇଁ ଚାଲୁ ହୋଇଛି। ନବରାତ୍ରର ପ୍ରଥମ ଦିନ ଅର୍ଥାତ ଆଜି ଏ ଟ୍ରେନ ସକାଳ ୬.୧୦ରେ ଲକ୍ଷ୍ମୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ତେବେ ପ୍ରଥମ ଦିନରେ ଯାତ୍ରୀଙ୍କ ସଂଖ୍ୟା କମ୍ ଥିବା ଦେଖା ଯାଇଛି। ଆଇଆରସିଟିସିର ତମାମ ଅଧିକାରୀ ଆଜି ସକାଳୁ ଷ୍ଟେସନରେ ଉପସ୍ଥିତ ରହିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇଆରସିଟିସି ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।

ଷ୍ଟେସନ ବାହାରେ ସ୍ପେଶାଲ କାଉଣ୍ଟର ବ୍ୟବସ୍ଥା ହୋଇଛି। ଟ୍ରେନକୁ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ସ୍କିନିଂ କରାଯାଉଛି। ଏହା ସହ କୋଚରେ ଯାତ୍ରୀଙ୍କୁ ସେଫ୍ଟି କିଟ୍ ମଧ୍ୟ ବଣ୍ଟାଯାଉଛି। ସେପ୍ଟି କିଟରେ ରହିଛି ଥ୍ରୀ ଲେୟାର ମାସ୍କ, ହ୍ୟାଣ୍ଡ ଗ୍ଲଭ୍ସ, ଫେସ ସିଲ୍ଡ ଓ ସାନିଟାଇଜର।

ଯାତ୍ରା ମଧ୍ୟରେ କିଛି ସମୟ ଅନ୍ତରାଳରେ ହ୍ୟାଣ୍ଡେଲ ଠାରୁ ଆରମ୍ଭ କରି ଅନ୍ୟ ସ୍ଥାନକୁ ସାନିଟାଇଜ କରାଯାଇଛି। ଟ୍ରେନରେ ଏସି ତାପମାତ୍ରା ୨୪ରୁ ୧୫ ସେଣ୍ଟିଗ୍ରେଡରେ ରଖାଯାଉଛି। ଗୋଟିଏ ଗୋଟିଏ ସିଟ୍ ଛାଡି ଯାତ୍ରୀଙ୍କୁ ବସା ଯାଉଛି। ସମୁଦାୟ ସିଟ୍ ତୁଳନାରେ ୬୦ ପ୍ରତିଶତ ସିଟ ବୁକ କରାଯାଉଛି।

ରହିଛି ଏ ସ୍ବତନ୍ତ୍ର ବ୍ୟବସ୍ଥା

– ଯାତ୍ରୀଙ୍କୁ  ମିଳୁଛି ୧୦ ଲକ୍ଷ ଟଙ୍କାର ରେଳ ଯାତ୍ରା ବୀମା

– ନବରାତ୍ରରେ ବ୍ରତରେ ଖିଆଯାଉଥିବା ଖାଦ୍ୟ ଦିଆଯାଉଛି।

– ସବୁ ଯାତ୍ରୀଙ୍କ ପାଇଁ ପ୍ୟାକେଟ ଫୁଡ ଓ ଆରଓ ପାଣି।

– ଯାତ୍ରୀଙ୍କୁ ଟ୍ରେନ ୧ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୧୦୦ ଟଙ୍କା ଓ ୨ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ୨୫୦ ଟଙ୍କା ମିଳିବ

   Related Posts