Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

‘ତେଜସ୍’ ଫାଇଟର ଜେଟ୍ ନିର୍ମାତା HAL ବିକିବେ ଅଂଶଧନ, ଜାଣନ୍ତୁ ପୁରା ଯୋଜନା

26/08/2020 at 9:16 PM

ନୂଆଦିଲ୍ଲୀ ୨୬।୮: ଭାରତୀୟ ବାୟୁସେନା (ଆଇଏଏଫ) ଲାଗି ତେଜସ୍ ଯୁଦ୍ଧବିମାନ ନିର୍ମାଣ କରୁଥିବା  ହିନ୍ଦୁସ୍ତାନ ଏରୋନେଟିକ୍ସ ଲିଃ (ଏଚଏଏଲ) ଅଂଶ ଧନ ବିକିବେ । ମିଳିଥିବା ସୂଚନା ଅନୁସାରେ ଅଫର ଫର ସେଲ (ଓଏଫଏସ୍) ଜରିଆରେ ଏଚଏଏଲଙ୍କ ୧୦ ପ୍ରତିଶତ ଅଂଶ ଧନ ବିକ୍ରି ହେବ। ଏଥିଲାଗି ପ୍ରତି ସେୟାର ପିଛା ଫ୍ଲୋର ପ୍ରାଇସ୍ ୧୦୦୧ଟଙ୍କା ନିର୍ଦ୍ଧାରିତ କରାଯାଇଥିବା ବେଳେ ନନ୍ ରିଟେଲ ଇନଭେଷ୍ଟରଙ୍କ ଲାଗି ଗୁରୁବାର ସେୟାର ବିକ୍ରି ଆରମ୍ଭ ହେବ।

ସୂଚନା ଯୋଗ୍ୟଯେ ଭାରତ ସରକାରଙ୍କ ନବରତ୍ନ କମ୍ପାନୀଙ୍କ ମଧ୍ୟରେ ଏଚଏଏଲ ଅନ୍ୟତମ। ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦେଶର ସବୁଠାରୁ ବଡ କମ୍ପାନୀ ଏଚଏଏଲକୁ  ଜୁନ ୨୦୦୭ ମସିହାରେ ନବରତ୍ନ ମାନ୍ୟତା ମିଳିଥିଲା। । କେବଳ ପ୍ରତିରକ୍ଷା ଉତ୍ପାଦନ ନୁହେଁ ଡିଜାଇନ, ମରାମତି ଓ ମେଣ୍ଟେନାନ୍ସ କାମ ମଧ୍ୟ ଏଚଏଏଲ କରିଥାନ୍ତି। କମ୍ପାନୀ ଉତ୍ପାଦନ ସୂଚୀରେ ଫାଇଟର ପ୍ଲେନ୍‌ ସମେତ ହେଲିକପ୍ଟର, ଏଭିଓନିକ୍ସ, ଏସୋସରିଜ ଓ ଏରୋସ୍ପେସ୍ ଷ୍ଟ୍ରକ୍ଚର ଆଦି ରହିଛି।

ତେବେ ଏଚଏଏଲଙ୍କ ସବୁଠାରୁ ବଡ କଥା ହେଲା ନିଜ ଗବେଷଣା ଉପରେ କମ୍ପାନୀ କାର୍ଯ୍ୟକରିଥାନ୍ତି। ଏହା ବ୍ୟତୀତ ଟେକ୍ନୋଲଜି ଟ୍ରାନ୍ସଫର ଓ ଲାଇସେନ୍ସ ଏଗ୍ରିମେଣ୍ଟ ମଧ୍ୟ କରନ୍ତି। ଏହା ଛଡା କାରବାର ସମ୍ପ୍ରସାରଣ ଲାଗି ଏଚଏଏଲଙ୍କ ୧୩ଟି କମର୍ସିଆଲ ଜଏଣ୍ଟ ଭେଞ୍ଚ ରହିଛି। ଓଏଫଏସକୁ ଅଫର ଫର ସେଲ ବୋଲି ମଧ୍ୟ କୁହାଯାଏ। ସେୟାର ବଜାରରେ ଲିଷ୍ଟେଡ କମ୍ପାନୀଙ୍କ ପ୍ରମୋଟରମାନେ ନିଜ ଭାଗିଦାରୀ ହ୍ରାସ ଲାଗି ଓଏଫଏସ କରିଥାନ୍ତି। ନିୟମାନୁସାରେ ଯେଉଁ କମ୍ପାନୀ ଓଏଫଏସ୍ ଦେବାକୁ ଚାହାନ୍ତି ସେମାନେ ୨ ଦିନ ପୂର୍ବରୁ ଏହାର ସୂଚନା ସେବି ଓ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜଙ୍କୁ ଦେଇଥାନ୍ତି।

   Related Posts