Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମ ଦିନରେ ହିଁ ତେଜସ୍ ଏକ୍ସପ୍ରେସ ଉପରେ ହେଲା ପଥରମାଡ଼ : ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ଭୋଗିଥିଲା ସମାନ ଦଶା

ନୂଆଦିଲ୍ଲୀ ୯/୧୦: ବନ୍ଦେ ଭାରତ ଏକ୍ସପ୍ରେସ୍ ପରେ ଏବେ ଭାରତର ପ୍ରଥମ ଘରୋଇ ଟ୍ରେନ୍ ତେଜସକୁ ପଥରଫିଙ୍ଗାଳିମାନେ ଟାର୍ଗେଟ କରିଛନ୍ତି। ତେଜସ୍ ଏକ୍ସପ୍ରେସ୍ ଚାଲୁ ହେବାର ପ୍ରଥମ ଦିନ ହିଁ ଏହି ଘଟଣା ଘଟିଛି। ଲକ୍ଷ୍ନୌ ୟାର୍ଡ଼ରେ ଏହି ଟ୍ରେନ୍ ଉପରେ ସକାଳେ ପଥର ପଡ଼ିବାରୁ ୩ଟି କାଚ ଭାଙ୍ଗିଯାଇଛି।

ଟ୍ରେନ୍ ଲକ୍ଷ୍ନୌରୁ ଚାଲୁ ହୋଇ କାନପୁର ଦେଇ ନୂଆଦିଲ୍ଲୀରେ ପହଞ୍ଚିଥିଲା। ଗତ ରବିବାର ଏହି ଟ୍ରେନ୍ ନିୟମିତ ଭାବେ ଚାଲିଥିଲା । ଗତ ଶୁକ୍ରବାର ଉଦଘାଟନ ଦିନ ଏହି ଟ୍ରେନ୍ ଦିଲ୍ଲୀ ଯାଇଥିଲା ଏବଂ ଶନିବାର ଫେରିଥିଲା।

ପ୍ରଥମ ଦିନ ଟ୍ରେନରେ ୭୦୦ରୁ ଅଧିକ ସିଟ୍ ବୁକିଙ୍ଗ ହୋଇଥିଲା। ଶନିବାର ଟ୍ରେନ୍ ଫେରିବା ପରେ ଏହି ଟ୍ରେନ୍ ଲକ୍ଷ୍ନୌ ୟାର୍ଡ଼ରେ ରହିଥିଲା। ଗତ ରବିବାର ସକାଳେ ୬:୧୦ରେ ଲକ୍ଷ୍ନୌରୁ ଛାଡ଼ିବା ପୂର୍ବରୁ ଟ୍ରେନର ୟାର୍ଡ଼ରେ ପଥର ମାଡ଼ ହୋଇଥିଲା। କୋଚର ୩ଟି ଝରକା କାଚ ଭାଙ୍ଗିଯାଇଥିଲା।

524 Views

   ସମ୍ବନ୍ଧିତ ଖବର