ଆରଜେଡି ନେତା ତେଜ ପ୍ରତାପଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ପତ୍ନୀ ଐଶ୍ୱର୍ଯ୍ୟା, ଜାଣନ୍ତୁ କ’ଣ

Published By : Prameya-News7 Bureau | August 08, 2019 IST

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ଆରଜେଡି ନେତା  ତେଜ ପ୍ରତାପଙ୍କ ବିରୋଧରେ ସଙ୍ଗିନ ଅଭିଯୋ ଆଣିଲେ ପତ୍ନୀ ଐଶ୍ୱର୍ଯ୍ୟା ଯାଦବ। କୋର୍ଟରେ ବିବାହ ବିଚ୍ଛେଦ ନିମନ୍ତେ କରିଥିବା ଆବେଦନର କାରଣ ଦର୍ଶାଅ ନେଟିସ୍ ରେ  ସେ ଏଭଳି ଅଭିଯୋଗ ଆଣିଥିବା ବେଳେ ମହିଳାଙ୍କ ବିରୋଧରେ ପାରିବାରିକ ହିଂସା ଆଇନ ୨୦୦୫ର ଧାରା ୨୬ରେ ସୁରକ୍ଷା ଯୋଗାଇଦେବାକୁ ପରିବାର କୋର୍ଟଙ୍କୁ ନିବେଦନ କରିଛନ୍ତି। ଗତ ୨୦୧୮ ମସିହା ମେ ମାସରେ ଐଶ୍ୱର୍ଯ୍ୟାଙ୍କ ସହ ତେଜ ପ୍ରତାପଙ୍କର ବିବାହ ହୋଇଥିଲା। ତେବେ ବିବାହର ମାତ୍ର କିଛି ଦିନ ପରେ ଦମ୍ପତ୍ତିଙ୍କ ମଧ୍ୟରେ ମତାନ୍ତର ହୋଇଥିବା ବେଳେ ଏବେ ମାମଲା ଫ୍ୟାମିଲି କୋର୍ଟରେ ପହଞ୍ଚିଛି।

{"id":142250,"align":"center","width":446,"height":695}

ତେବେ ଛାଡପତ୍ର ପାଇଁ କରିଥିବା ଆବେଦନ ବାବଦେ ଐଶ୍ୱର୍ଯ୍ୟା ଯାହା ଅଭିଯୋଗ ଆଣିଛନ୍ତି ତାହା ବାସ୍ତବିକ ଗୁରୁତର। ଐଶ୍ୱର୍ଯ୍ୟାଙ୍କ ଅନୁସାରେ ତେଜ ପ୍ରତାବ ଗଞ୍ଜେଇ ଟାଣିବା ପରେ ତାଙ୍କୁ ନିର୍ଜାତନା ଦିଅନ୍ତି। ତେବେ ପ୍ରଥମେ ପ୍ରଥମେ ସେ ନିର୍ଜାତନା ଦେଉ ନଥିଲେ। ହେଲେ ଅଶ୍ୱଭାବିକ ବ୍ୟବହାର କରୁଥିଲେ। କେବେ ଗଞ୍ଜେଇ ନିଶାରେ ଚୁର ହୋଇ ଚୋଲି ଘାଘରା ପିନ୍ଧି ରାଧା ହେବାର ଅଭିନୟ କରୁଥିଲେ ତ କେବେ ମୁଣ୍ଡରେ ୱିଗ୍ ଲଗାଇ ଶିବ ବେଶ ହେଉଥିଲେ। ଏବାବଦେ ସେ ଶାଶୁ ରାବଡୀ ଦେବୀ ଓ ନଣନ୍ଦଙ୍କୁ ବି କହିଥିଲେ। ସେମାନେ ଧିରେ ଧିରେ ସବୁ ଠିକ୍ ହୋଇଯିବ ବୋଲି କହୁଥିଲେ। ହେଲେ ବେଳକୁ ବେଳ ପରିସ୍ଥିତି ଗୁରୁତର ହେବା ସହ ତାଙ୍କୁ ମାରପିଟ କରିବା ଆରମ୍ଭ କରିଥିଲେ।

{"id":142251,"width":577,"height":323}

ବିବାହର କିଛି ଦିନ ପରେ ଯେତେବେଳେ ପରିସ୍ଥିତି ଉଦବେଗଜନକ ହେଲା ତାଙ୍କୁ ଗଞ୍ଜେଇ ନିଶା ନ କରିବା ଲାଗି ବୁଝେଇବାକୁ ଉଦ୍ୟମ କରିଥିଲେ ବୋଲି ଐଶ୍ୱର୍ଯ୍ୟା ଉଲ୍ଲେଖ କରିଛନ୍ତି। ତେବେ ଜବାବରେ ତେଜପ୍ରତାପ ଗଞ୍ଜେଇ ମହାଦେବଙ୍କ ପ୍ରସାଦ ଓ ତା ବିରୋଧରେ କହିବା ଭଗବାନ ଶିବଙ୍କୁ ନିନ୍ଦା ସହ ସମାନ ବୋଲି ଓଲଟା ବୁଝାଇବାକୁ ଲାଗିଥିଲେ। କହିଥିଲେ ତୁମେ ଏତେ ସବୁକଥାରେ ମୁଣ୍ଡ ନଖେଳାଇ ଘର ପରିବାର ବିଷୟରେ ଚିନ୍ତା କର। ତୁମେ ଘରକୁ କେବଳ ରୋଷେଇ କରିବା ଓ ପରିବାର ଚଳେଇବାକୁ ଆସିଛ ବୋଲି ଓଲଟି ଧମକ ଦେଇଥିଲେ। ଏଣୁ ତେଜଙ୍କ ସହ ରହିବା ଅର୍ଥାତ ତାଙ୍କ ପାଗଳାମୀର ଶିକାର ହେବା ସହ ସମାନ ବୋଲି ଦର୍ଶାଇଛନ୍ତି ଐଶ୍ୱର୍ଯ୍ୟା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.