ଶ୍ୱଶୁର ଘରୁ କାନ୍ଦିକାନ୍ଦି ବାହାରିଗଲେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା, ଭିଡିଓ ଭାଇରାଲ

Published By : Prameya-News7 Bureau | September 13, 2019 IST

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଶ୍ୱଶୁର ଘରୁ କାନ୍ଦିକାନ୍ଦି ନିଜ ବାପଘରକୁ ଚାଲିଯାଇଛନ୍ତି। ବିବାହ ପରଠାରୁ ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଭଲ ପଡୁ ନାହିଁ। ହେଲେବି ସେ ତାଙ୍କ ଶାଶୂ ରାବଡୀ ଦେବୀଙ୍କ ସହ  ରହୁଥିଲେ। ତେବେ ଶୁକ୍ରବାର ଅଚାନକ ଐଶ୍ୱର୍ଯ୍ୟା ତାଙ୍କ ବାପଘରକୁ ଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  କୁହାଯାଉଛି ଐଶ୍ୱର୍ଯ୍ୟାଙ୍କୁ ଘରକୁ ଯିବା ଲାଗି ତାଙ୍କ ପିତା ଚନ୍ଦ୍ରିକା ରାୟ କୁଆଡେ ଏହି ଗା଼ଡି ପଠାଇଥିଲେ। ତେବେ ଶ୍ୱଶୁରଘରୁ ଚନ୍ଦ୍ରିକା କାନ୍ଦିକାନ୍ଦି ପଦାକୁ ଆସିବାର ଭିଡିଓ କେହି ମୋବାଇଲରେ ସୁଟିଂ କରି ସୋସାଲ ମିଡିଆରେ ଅପଲୋଡ କରିଦେଇଛି। ଯାହା ଏବେ ବିହାର ରାଜଧାନୀ ପାଟନା ଭାଇରାଲ ହେବାରେ ଲାଗିଛି।  

wp:html /wp:html

ଗତ ୨୦୧୮ ମେ ମାସରେ ତେଜପ୍ରତାପଙ୍କ ବିବାହ ଆରଜେଡି ନେତା ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ସହ ହୋଇଥିଲା। ବାହାଘରର ୪/୫ ମାସ ସେମାନଙ୍କ ଘର ଗୃହସ୍ଥି  ବେଶ ଠିକାଠାକ ଚାଲିଥିଲା । ହେଲେ ଅଚାନକ ତେଜପ୍ରତାପ ପାଟନା ହାଇକୋର୍ଟରେ ବିବାଦ ବିଚ୍ଛେଦ ନିମନ୍ତେ ନିବେଦନ କରିଥିଲେ। ଏବେ ତେଜ ଓ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲିଛି। କିଛିଦିନ ପୂର୍ବରୁ ଐଶ୍ୱର୍ଯ୍ୟା ଫ୍ୟାମିଲି କୋର୍ଟରେ ତାଙ୍କ ସୁରକ୍ଷା ଲାଗି ନିବେଦନ କରିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା।

{"id":157287}

ହେଲେ ଐଶ୍ୱର୍ଯ୍ୟାଙ୍କ ଏହି ଆବେଦନ ପରେ ଉଭୟଙ୍କ ମଧ୍ୟରେ ପୁଣି ଆପୋଷ ବୁଝାମଣା ବି ହୋଇଥିବା ଶୁଣାଯାଉଥିଲା। ଯେଉଁଥିଲାଗି ଐଶ୍ୱର୍ଯ୍ୟା ଶ୍ୱଶୁର ଘରେ ରହୁଥିଲେ। ତେବେ ଐଶ୍ୱର୍ଯ୍ୟା ଓ ତେଜଙ୍କ ମଧ୍ୟରେ ପ୍ୟାଚଅପକୁ ଜେତ କିନ୍ତୁ ଅସ୍ୱୀକାର କରିଆସୁଥିଲେ। ହେଲେ ଆଜି ପୁଣି କଣ ହେଲା କେଜାଣି ଐଶ୍ୱର୍ଯ୍ୟା ଗୋଡହାତ କଚାଡି କାନ୍ଦି ବୋବେଇ ବାପଘରକୁ ଚାଲିଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.