Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପିତାଙ୍କ କ୍ରୋଧ ଦେଖି ନିଜ ମନ୍ତବ୍ୟରୁ ୟୁଟର୍ନ ମାରିଲେ ତେଜପ୍ରତାପ: ରଘୁବଂଶ ଯାଦବଙ୍କୁ କହିଲେ ‘ଚାଚା’

26/08/2020 at 5:32 PM

ପାଟନା ୨୬/୦୮ : ବିହାରର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କ ବୟାନକୁ ନେଇ କିଛି ଦିନ ହେଲା ଖୁବ ଚର୍ଚ୍ଚା ହୋଇଛି | ନିଜେ ଦେଇଥିବା ବୟାନରୁ ୟୁଟର୍ନ ନେବାକୁ ନେଇ ମଧ୍ୟ ତେଜପ୍ରତାପ ଖୁବ ଜଣାଶୁଣା | ଦୁଇ ଦିନ ପୂର୍ବରୁ ତେଜପ୍ରତାପ ଯାଦବ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂହଙ୍କ ସମ୍ପର୍କରେ ଏକ ବଡ ବୟାନ ଦେଇଥିଲେ | ଏହି ବୟାନକୁ ନେଇ ଦଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ତେବେ ରଘୁବଂଶ ସିଂହ ପୂର୍ବରୁ ହିଁ କ୍ରୋଧିତ ଥିବା କୁହାଯାଉଛି |

ରଘୁବଂଶ ସିଂହ କ୍ରୋଧିତ ଥିବା ନେଇ ତେଜପ୍ରତାପଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ଯେ ଆରଜେଡି ସମୁଦ୍ର ଏବଂ ଆରଜେଡିରୁ ଯଦି ଗୋଟିଏ ଢାଳ ପାଣି ବାହାରିଯାଏ ତାହେଲେ କିଛି ଫରକ ପଡ଼ିବନି | ତେଜପ୍ରତାପ ଯାଦବ ବୁଧବାର ଦିନ ନିଜ ପିତା ଲାଲୁ ପ୍ରସାଦଙ୍କୁ ସାକ୍ଷାତ କରିବାକୁ ରାଞ୍ଚି ଯାଉଛନ୍ତି | ତେବେ ଲାଲୁ ପ୍ରସାଦ ମଧ୍ୟ ପୁଅର ବୟାନକୁ ନେଇ ବହୁତ ଦୁଃଖିତ ଅଛନ୍ତି ବୋଲି କୁହାଯାଉଛି | ପିତାଙ୍କୁ ସାକ୍ଷାତ କରିବା ପୂର୍ବରୁ ତେଜପ୍ରତାପ ନିଜ ବୟାନରୁ ୟୁଟର୍ନ ନେଇଛନ୍ତି | ସେ କହିଛନ୍ତି ଯେ ଦଳରେ କେହି କ୍ଷୁବ୍ଧ ନାହାନ୍ତି, ସମସ୍ତେ ମିଳିମିଶି କାମ କରୁଛନ୍ତି | ରଘୁବଂଶ ଯାଦବ ତାଙ୍କ ଚାଚା ଏବଂ ସେ ଅସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି |

ସୂଚନାଯୋଗ୍ୟ ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ସିଂହ ଆରଜେଡିରେ ପୂର୍ବତନ ସାଂସଦ ରାମା ସିଂହଙ୍କୁ ସାମିଲ କରିବାକୁ ଚେଷ୍ଟା କରିଥିଲେ | କିନ୍ତୁ ସାମିଲ କରି ନପାରିବାରୁ ସେ କ୍ଷୁବ୍ଧ ଅଛନ୍ତି | ସେ ଜୁନ ମାସରେ ଦଳର ଉପାଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ | ସେତେବେଳେ ସେ ପାଟନା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାରେ କରୋନା ସଂକ୍ରମଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ | ଲାଲୁ ଯାଦବ ତାଙ୍କ ଇସ୍ତଫା ସ୍ୱୀକାର କରିନଥିଲେ | ରଘୁବଂଶ ଏବେ ମଧ୍ୟ କ୍ଷୁବ୍ଧ ଅଛନ୍ତି | ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି | ଗତ ଶନିବାର ଦିନ ତେଜସ୍ୱି ଯାଦବ ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ | ତେଜସ୍ୱି ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ମାନିନଥିଲେ | ଏବେ ଲାଲୁ ଯାଦବ ନିଜେ ରଘୁବଂଶଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି |

   Related Posts