ପ୍ରଥମଥର ପାଇଁ ମୋଦିଙ୍କୁ ସମର୍ଥନ କଲେ ତେଜ ପ୍ରତାପ : କଲେ ଏହିଭଳି କାମ

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬/୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲକୁ ସମର୍ଥନ ଜଣାଇ ବିହାର ବାସିନ୍ଦା ମଧ୍ୟ ଗତକାଲି ରାତି ୯ଟା ରେ ଏକଜୁଟ ହୋଇ ଦୀପ ଜଳାଇଥିଲେ | ବିହାରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ଏବଂ ତାଙ୍କ ପୁଅ ତଥା ପୂର୍ବତ୍ତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ ମଧ୍ୟ ଲଣ୍ଠନ ଜଳାଇଥିଲେ | ତେଜ ପ୍ରତାପ ଫଟୋ ଉଠାଇ ଟ୍ୱିଟରରେ ସେୟାର କରିଛନ୍ତି |

ତେଜ ପ୍ରତାପ ମା ରାବଡୀ ଦେବୀଙ୍କ ସହ ଫଟୋ ଉଠାଇ ଟ୍ୱିଟରରେ ସେୟାର କରିଛନ୍ତି | ଏହାସହ ସେ ଏକ କ୍ୟାପସନ ମଧ୍ୟ ଲେଖିଛନ୍ତି | ସେ ଲେଖିଛନ୍ତି, " ୟୁ ହିଁ କଟ ଯାଏଗା ସଫର ସାଥ ଚଲନେ ସେ, ମଞ୍ଜିଲ ଆଏଗି ନଜର ସାଥ ଚଲନେ ସେ | ଆମେ ସେ ସମସ୍ତଙ୍କ ସହ ଛିଡା ହୋଇଛୁ ଯେଉଁମାନେ ଏହି ଭୟାବହ ମହାମାରୀ ସହ ଲଢେଇରେ ନିଜର ଯୋଗଦାନ ଦେଉଛନ୍ତି | କୋଭିଡ-୧୯ ଅନ୍ଧକାରକୁ ମିଳିମିଶି ଦୂର କରିବା, ଲଣ୍ଠନ ଜଳାଇବା |" ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ, "ଗରିବଙ୍କ ଘରେ ଚୁଲି ଜଳୁ, କେହି ବି ଗରିବ ଭୋକିଲା ନ ରୁହନ୍ତୁ | ସମସ୍ତଙ୍କ ଘରେ ଆଲୁଅ ଜଳୁ | ଏହା ହିଁ ଭଗବାନଙ୍କ ନିକଟରେ ମୋର ପ୍ରାର୍ଥନା |"

ପାଟଣା ଛାଡ ଅନ୍ୟ ଅଞ୍ଚଳରେ ମଧ୍ୟ ରାଷ୍ଟ୍ରୀୟ ଜନତା ଦଳ ନେତା ଓ କର୍ମୀମାନେ ଗତକାଲି ରାତି ୯ଟା ରେ ଦୀପ, ଲଣ୍ଠନ ଜଳାଇଥିଲେ | ଏହି ଭୟାବହ ମହାମାରୀକୁ ଦୂର କରିବା ପାଇଁ ସମର୍ଥନ ଜଣାଇଥିଲେ | ରାଷ୍ଟ୍ରୀୟ ଜନତା ଦଳର ଟ୍ୱିଟର ପେଜରେ ମଧ୍ୟ କର୍ମୀଙ୍କ ଦୀପ ଓ ଲଣ୍ଠନ ଲଗାଇବା ଫଟୋ ସେୟାର କରିଛନ୍ତି | କର୍ମୀମାନେ ଲେଖିଛନ୍ତି, "କରୋନା ମହାମାରୀ ସମୟରେ ଭୋକ ଓ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ, ଶ୍ରମିକ, ଦିନ ମଜୁରିଆ ଏବଂ କରୋନା ପୀଡିତଙ୍କ ସମର୍ଥନରେ ଲଣ୍ଠନ ଜଳାଇବା | ଆମେ ସମସ୍ତେ ମିଳିମିଶି କରୋନାକୁ ପରାସ୍ତ କରିବା ଏବଂ ସୁଖୀ ଏବଂ ସୁସ୍ଥ ବିହାର ଗଠନ କରିବା |" ରାଷ୍ଟ୍ରୀୟ ଜନତା ଦଳର ରାଷ୍ଟୀୟ ଚିହ୍ନ ଲଣ୍ଠନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.