ତେଜ ପ୍ରତାପ ମା'ଙ୍କ ସହ ନରହି ଅଲଗା ବଙ୍ଗଳାରେ ରହିବାକୁ ଚାହୁଁଛନ୍ତି ; କଣ ହୋଇପାରେ କାରଣ !

Published By : Prameya-News7 Bureau | December 04, 2018 IST

୪/୧୨ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିହାରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତେଜ ପ୍ରସାଦ ଯାଦବ ଆଉ ନିଜ ମା'ଙ୍କ ସହ ତାଙ୍କର ପାଟଣା ସ୍ଥିତ ଘରେ ରହିବାକୁ ଚାହୁଁ ନାହାନ୍ତି | ୨୭ ଦିନ ଘରଠୁ ଦୂରରେ ରହିବ ପରେ ସେ ନିଜ ସହରକୁ ଫେରିଛନ୍ତି | କିନ୍ତୁ ମା'ଙ୍କ ସହ ତାଙ୍କ ଘରେ ରହୁନାହାନ୍ତି | ସେ ନିଜ ପାଇଁ ଏକ ଅଲଗା ବଙ୍ଗଳା କିଣିବାକୁ ଚାହୁଁଛନ୍ତି | ଏନେଇ ସେ ବିଲଡିଂ କଂସଟ୍ରକ୍ସନ ବିଭାଗ ମନ୍ତ୍ରୀ ମାହେଶ୍ୱରୀ ହଜାରୀଙ୍କୁ ଚିଠି ଲେଖିଛନ୍ତି | ମାହେଶ୍ୱରୀ ହଜାରୀ ଜବାବରେ କହିଛନ୍ତି ଯେ, ତାଙ୍କ ବିଭାଗ କେବଳ ବିଧାୟକମାନଙ୍କୁ ବଙ୍ଗଳା ଦେଉଛି | ତେଜ ପ୍ରତାପ ବିହାର ବିଧାନସଭାରେ ବିଧାୟକ ଅଛନ୍ତି | ତେଜ ପ୍ରତାପ ନିଜ ବିବାହ ପରଠୁ ଖୁସିରେ ନଥିବା କହିଛନ୍ତି | ତେଜ ପ୍ରତାପଙ୍କ ଘରଲୋକ ଐଶ୍ଵର‌୍ୟ୍ୟାଙ୍କ ସହ ତାଙ୍କ ବାହାଘର ଜୋର ଜବରଦସ୍ତି କରାଯାଇଥିବା କହିଥିଲେ | ସେଥିପାଇଁ ସେ ଐଶ୍ଵର‌୍ୟ୍ୟାଙ୍କ ଠାରୁ ଅଲଗା ହେବା ପାଇଁ ଅଦାଲତର ସହର ନେଇଛନ୍ତି | ଅଦାଲତର ପ୍ରଥମ ଶୁଣାଣିରେ କୌଣସି ନିର‌୍ୟ୍ୟାସ ବାହାରି ନଥିଲା | ଆସନ୍ତା ଶୁଣାଣି ଜାନୁଆରୀ ୮ ତାରିଖରେ ହେବାକୁ ଅଛି | ତେଜ ପ୍ରତାପଙ୍କ ଏହି ନିଷ୍ପତ୍ତିରେ ତାଙ୍କ ପରିବାର ତାଙ୍କୁ ସହଯୋଗ କରୁନାହାନ୍ତି ଜ୍ଝ ସେଥିପାଇଁ ସେ ଦୀର୍ଘ ୨୭ ଦିନ ହେଲା ଘରକୁ ନଫେରି ଏପଟେ ସେପଟେ ବୁଲୁଥିଲେ | ପାଟଣା ଫେରିବା ପରେ ମଧ୍ୟ ସେ ଘରକୁ ନଯାଇ ପରିବାର ସହ ଦୂରତା ବଜାୟ ରଖିଛନ୍ତି | ଲାଲୁଙ୍କ ନିକଟ ସୂତ୍ରରୁ ଜଣାପଡିଛି ଯେ, ରାବଡୀ ଦେବୀ ତେଜ ପ୍ରତାପଙ୍କୁ ଫୋନ କରି ଘରକୁ ଫେରି ଆସିବା ପାଇଁ କହିଥିଲେ | କିନ୍ତୁ ତେଜ ପ୍ରତାପ ସିଧାସଳଖ ମନ କରିଦେଇଥିଲେ | ତେବେ ଅଦାଲତରେ ତେଜ ପ୍ରତାପ ଏବଂ ଐଶ୍ଵର‌୍ୟ୍ୟାଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିଲେ ସୁଦ୍ଧା ଐଶ୍ଵର‌୍ୟ୍ୟା ରାବଡୀ ଦେବୀଙ୍କ ସହ ତାଙ୍କ ଅଫିସିଆଲ ଘରେ ରହୁଛନ୍ତି | କାରଣ ଲାଲୁଙ୍କ ପୁରା ପରିବାର ଐଶ୍ଵର‌୍ୟ୍ୟାଙ୍କ ସପକ୍ଷରେ ଅଛି | ତେବେ ଏହି କାରଣରୁ ତେଜ ପ୍ରତାପ ନିଜ ଘରକୁ ନଫେରୁଥିବା ଆଶଙ୍କା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.