Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ତେଜ ପ୍ରତାପ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ : ୬ ଆହତ, ଅଳ୍ପକେ ବର୍ତ୍ତିଲେ ତେଜ ପ୍ରତାପ

31/05/2019 at 5:40 PM

ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ତେଜ ପ୍ରତାପ ଆହତ ହୋଇଛନ୍ତି । ପାଟଣା ଇକୋ ପାର୍କ ନିକଟରେ ଦୁର୍ଘଟଣା ହୋଇଛି । ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ତେଜ ପ୍ରତାପ ନିଜ ସମର୍ଥକଙ୍କ ସହିତ କେଉଁ ଆଡେ ଯାଉଥିଲେ । ଏତିକିବେଳେ ସାମ୍ନା ପଟୁ ଏକ ଗାଡି ଦ୍ରୁତ ଗତିରେ ଆସୁଥିବା କାର ସହ ଧକ୍କା ହୋଇଥିଲା । ତେଜ ପ୍ରତାପଙ୍କ ଗାଡିରେ ବସିଥିବା ୪ ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଉଭୟ ଗାଡିର ବେଗ ଘଣ୍ଟାପ୍ରତି ୧୦୦ କିମିରୁ ଅଧିକ ଥିଲା ।

   Related Posts