Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଖଣି ଲିଜଧାରୀଙ୍କ ଟଙ୍କାରେ ତହସିଲଦାରଙ୍କ ମଉଜ ! ମୁହାଁମୁହିଁ ହେବା ପରେ ପଦାକୁ ଆସିଲା ଗୁମର କଥା

10/07/2021 at 6:24 PM

ବରଗଡ ୧୦।୦୭: ବିଭିନ୍ନ ତହସିଲ ଅଧିନରେ ବାଲି,ପଥର,ମାଟି ଚୋରା ଚାଲାଣରେ ବ୍ୟାପକ ଦୁର୍ନୀତି ଦେଖିବାକୁ ମିଳୁଛି। ଆଉ ଏହି ଦୁର୍ନୀତିରେ ସମ୍ପୃକ୍ତ ହୋଇ ତହସିଲଦାର ଓ ଆରଆଇ ହେଉଛନ୍ତି ମାଲାମାଲ । ଆଜି ଏପରି ଏକ ଅଭିଯୋଗ ଜଣେ ତହସିଲଦାର ଏବଂ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ନାଁରେ ଆସିଛି । ଅଭିଯୋଗକାରୀ ହେଉଛନ୍ତି  ଜଣେ କ୍ରସର ଓ ପଥର ଖଣିର ଲିଜଧାରୀ । କାମ କରେଇ ଦେବି, ହେଲେ ଲାଞ୍ଚ ବଦଳରେ ବାହାର ରାଜ୍ୟକୁ ଭ୍ରମଣ କରିବାକୁ ତହସିଲଦାର ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଲିଜଧାରୀ। ଅନ୍ୟ ପଟେ ଖଣି ଲିଜଧାରୀ ବେଆଇନ ଭାବେ ପଥର ଖନନ କରି ହେଉଥିଲେ ମାଲାମାଲ । ଏବେ ଖଣି ଖନନ ବନ୍ଦ ପରେ ଉଭୟେ ହେଇଛନ୍ତି ମୁହାଁ ମୁହିଁ ଏବଂ ପଦାକୁ ଆସିଛି ଗୁମର କଥା ।

ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଲଉଡିଧରା କ୍ରସର ଓ ଖଣି ଲିଜଧାରୀ ହେଉଛନ୍ତି ଅଜୟ ସାହୁ। ସେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, କ୍ରସର ଓ ଖଣି ଚଳାଇବାକୁ ଝାରବନ୍ଧ ତହସିଲଦାର ସୀମା ସବିତା କୁଲୁ ଲାଞ୍ଚ ଆକାରରେ ସମସ୍ତ ତହସିଲ କର୍ମଚାରୀ ଓ ତହସିଲଦାରଙ୍କୁ ଛତିଶଗଡ ରାଜ୍ୟରେ ଥିବା କହ୍ନା କେଶରୀ ଯିବାକୁ କହିଥିଲେ।  ହେଲେ ଅତ୍ୟଧିକ ଖର୍ଚ୍ଚ ହେବା କହିବାରୁ ପରେ ତହସିଲଦାର ଛତିଶଗଡ଼ ରାଜ୍ୟ  ଚିତ୍ରକୁଟ, ଜଙ୍ଗଲ ସଫାରୀ,ଜଗଦଲ ପୁର ଓ ବସ୍ତର ପରି ବିଭିନ୍ନ ସ୍ଥାନକୁ ବୁଲେଇ ନେବାକୁ ଲିଜଧାରୀଙ୍କୁ ବାଧ୍ୟ କରିଥିଲେ ।

ତେବେ ଡିସେମ୍ବର ୧୨ ତାରିଖରେ ସମସ୍ତ ତହସିଲ କର୍ମଚାରୀ ଗୋଟିଏ ମିନିବସ ଏବଂ ତହସିଲଦାର ମ୍ୟାଡମ, ବଡ଼ବାବୁ, ଖଣିଲିଜଧାରୀ ଓ ତାଙ୍କ ସ୍ତ୍ରୀ ଏକ ଇନୋଭାରେ ବୁଲିବାକୁ ଯାଇଥିଲେ । ତେବେ ଉକ୍ତ ବୁଲା ବୁଲିରେ ଅଭିଯୋଗକାରୀ ମୋଟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ କିଛି କାମ ନହେବାରୁ  ପଥରଖଣି ଲିଜଧାରୀ ଅଜୟ ସାହୁ ତହସିଲଦାର ମ୍ୟାଡମଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ପରେ ଦୁଇଦିନ ବିତି ଯାଇଥିଲେ ହେଁ ତହସିଲଦାର ଫୋନ ଉଠୁନାହାନ୍ତି କି ଧରା ଛୁଆ ଦେଉନାହାନ୍ତି। ତେବେ ଘଟଣାର ବିଷୟରେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

କଥାରେ ଅଛି ଚୋର ଚୋର ମୁସେରା ଭାଇ ପରି ଏବେ ତହସିଲଦାର ମ୍ୟାଡମ ଏବଂ କର୍ମଚାରୀ ବୁଲି ମଉଜ କରି ଯେତେ ଦୋଷ କରିଛନ୍ତି  କ୍ରସର ଓ ଖଣିଲିଜଧାରୀ ବୁଲେଇ ନେଇ ସେତେ ଭୁଲ କରିଛନ୍ତି । ତେବେ ଯଦି କ୍ରସର ଓ ଖଣି ପୁନଃ କାର୍ଯ୍ୟକ୍ଷମ ହୋଇଥାନ୍ତା ତାହେଲେ ସବୁ ଯଥା ପୂର୍ବଂ ତଥା ପରମ ସବୁ ସୁରୁଖୁରୁରେ ଚାଲିଥାନ୍ତା ଓ ସରକାରଙ୍କ ରାଜସ୍ୱହାନି ହେଉଥାନ୍ତା ଓ ତହସିଲଦାର ଓ ବିଭାଗୀୟ କର୍ମଚାରୀ ଓ ମାଫିଆ ମାଲେ ମାଲ ହେଉଥାନ୍ତେ ।

   Related Posts