Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଟ୍ରକ୍‌ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରି ହଟହଟା ହେଲେ ତହସିଲଦାର

28/11/2021 at 4:44 PM

ଯାଜପୁର ୨୮/୧୧: ଟ୍ରକ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରି ତହସିଲଦାର ହଟହଟା ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ ୫୩ ନମ୍ବର ଜାତୀୟ ରାଜପଥରେ ଲଘୁଖଣିଜ ପରିବହନ ଟ୍ରକକୁ ଅଟକାଇ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଡ୍ରାଇଭରମାନେ ୫୩ ନମ୍ବର ଜାତୀୟ ରାଜପଥର ଚଢେଇଧରା ଛକ ନିକଟରେ ରାସ୍ତା ରୋକ କରିବା ସହ ଚଢେଇଧରା ଫାଣ୍ଡି ସମ୍ମୁଖରେ ପ୍ରତିବାଦ କରିଛନ୍ତି।

ସେଥିପାଇଁ କିଛି ସମୟ ପାଇଁ ଜାତୀୟ ରାଜପଥରେ ଗମନାଗମନ ଠପ୍‌ ହୋଇଥିଲା। ତହସିଲଦାର ଡ୍ରାଇଭରଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ଡ୍ରାଇଭର ଅଭିଯୋଗ କରିଥିଲେ । ଏନେଇ ଘଟଣାସ୍ଥଳରେ ଜେନାପୁର ଥାନା ଅଧକାରୀ, ଯାଜପୁର ଏସଡିପିଓ, ଯାଜପୁର ଉପଜିଲ୍ଲାପାଳ ପହଁଚି ଥିଲେ। ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବାରୁ ପୋଲିସ ଫୋର୍ସ ମଧ୍ୟ ମୃତୟନ ହୋଇଥିଲେ।

ଏ ନେଇ ଡ୍ରାଇଭରମାନଙ୍କ ସହ ଆଲୋଚନା ପରେ ଡ୍ରାଇଭରମାନେ ରାସ୍ତାରୁ ହଟିଥିଲେ। ଡ୍ରାଇଭରଙ୍କୁ ଦୁର୍ବ୍ୟବହାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ତହସିଲଦାର । ସେ କହିଛନ୍ତି ଲଘୁଖଣିଜ ପରିବହନ ହେଉଥିବା ଗାଡିକୁ ଅଟକାଇବା ସହ ଗାଡିର କାଗଜପତ୍ର ମାଗିଥିଲେ। ଗାଡି କାଗଜପତ୍ର ନଦେଖାଇ ଓଲଟା ଡ୍ରାଇଭରମାନେ ଦୁର୍ବ୍ୟବହାର କରିଥିଲେ ବୋଲି ତହସିଲଦାର ସ୍ୱାଗତ ଦାସ କହିଛନ୍ତି।

   Related Posts