ଦୋକାନ ବଜାର ସିଲ୍ କରିବାକୁ ଯାଇ ହଟହଟା ତହସିଲଦାର, ଅଟକାଇଲେ ଲୋକେ
30/07/2020 at 11:17 AM

ସାନଖେମୁଣ୍ଡି ୩୦।୭: ଦୋକାନ ବଜାର ସିଲ୍ କରିବାକୁ ଯାଇ ହଟହଟା ହେଲେ ତହସିଲଦାର । ସାନଖେମୁଣ୍ଡି ତହସିଲଦାର ଓ ତାଙ୍କ କର୍ମଚାରୀଙ୍କୁ ଅଟକ ରଖିଲେ ଶହ ଶହ ଲୋକେ ।

ସୂଚନାଯୋଗ୍ୟ ଯେ, ବଜାରରେ ଲୋକଙ୍କ ଭିଡ ଦେଖି ସକାଳୁ ସାନଖେମୁଣ୍ଡି ତହସିଲ ପ୍ରଶାସନ ପକ୍ଷରୁ କଙ୍କରଡାର କିଛି ଦୋକାନ ସିଲ୍ କରାଯାଇଥିଲା । ସେହି ସମୟରେ ଦୋକାନୀ ଓ ସାନଖେମୁଣ୍ଡି ତହସିଲ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ତହସିଲଦାର । ଫଳରେ ଉତ୍ତ୍ୟକ୍ତ ଲୋକେ ତହସିଲଦାର ଓ ତାଙ୍କ କର୍ମଚାରୀଙ୍କୁ ଅଟକ ରଖିବା ସହ ତାଙ୍କ ଗାଡି ମଧ୍ୟ ଛାଡି ନଥିଲେ । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021