ଚୋରା ବାଇକ୍ ବିକ୍ରି ଅଭିଯୋଗରେ ପଟ୍ଟାମୁଣ୍ଡାଇ ତହସିଲ ଅଫିସର କନିଷ୍ଠ କିରାଣୀ ଗିରଫ

Published By : Prameya-News7 Bureau | February 01, 2019 IST

ପଟ୍ଟାମୁଣ୍ଡାଇ ୧|୨:  ପେଶା ସରକାରୀ ଚାକିରି । ହେଲେ କାମ ବାଇକ୍ ଚୋରି । ଚୋରା ବାଇକ୍ ବିକ୍ରି ଅଭିଯୋଗରେ ପଟ୍ଟାମୁଣ୍ଡାଇ ତହସିଲ ଅଫିସର କନିଷ୍ଠ କିରାଣୀ ବିରଞ୍ଚି ନାରାୟଣ ମହାଳିକ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ୨ଟି ଚୋରା ବାଇକ୍ ଜବତ କରିଛି ପଟାମୁଣ୍ଡାଇ ପୋଲିସ । ପୂର୍ବରୁ ତାଙ୍କ ନାଁରେ ଅନେକ ବାଇକ୍ ଚୋରି ଭଳି ଅଭିଯୋଗ ହୋଇଥିଲା ।

{"id":80423}

ଗତକାଲି ତହସିଲ ଅଫିସରେ ପ୍ରବେଶ କରି କାର୍ଯ୍ୟରତ କନିଷ୍ଠ କିରାଣୀ ବିରଞ୍ଚି ନାରାୟଣଙ୍କୁ ଉଠାଇ ଆଣିଥିଲା ପୋଲିସ । ଏହି ଚୋରା ବାଇକ୍ ରାକେଟ୍‌ରେ ଆହୁରି ଅନେକ ଅପରାଧୀ ସାମିଲ ଥିବା ପୋଲିସ ତଦନ୍ତରୁ ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.