Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଆମେରିକାକୁ ଇରାନର ଧମକ, ‘ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେବୁ’

20/09/2020 at 11:48 AM

ତେହରାନ ୨୦/୦୯: ଇରାନର ରିଭଲ୍ୟୁସନାରି ଗାର୍ଡର ମୁଖ୍ୟ ମେଜର ଜେନେରାଲ ହୁସେନ୍ ସଲାମୀ ଗତକାଲି ଆମେରିକାକୁ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି ତାଙ୍କ ଟପ କମାଣ୍ଡର କାସିମ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନିଶ୍ଚିତ ନେବେ। ଏ ପାଇଁ ଦାୟୀ ଥିବା ଲୋକଙ୍କୁ ନିଶ୍ଚିତ ଦଣ୍ଡ ମିଳିବ। ଇରାନର ଲୋକପ୍ରିୟ କୁଡ୍ସ ଫୋର୍ସର ମୁଖ୍ୟ ସୁଲେମାନି ଚଳିତବର୍ଷ ଜାନୁଆରୀରେ ବଗଦାଦ ଏୟାରପୋର୍ଟ ନିକଟବର୍ତୀ ଗୋଟିଏ ଆମେରିକୀୟ ଏୟାର ଷ୍ଟ୍ରାଇକ ଆକ୍ରମଣରେ ପ୍ରାଣ ହରାଇଥିଲେ।

ଆମେରିକା ମିଡିଆ ରିପୋର୍ଟରେ କାହାର ନାଁ ନ ନିଆଯାଇ କୁହାଯାଇଥିଲା ତେହରାନ ସୁଲେମାନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ନିର୍ବାଚନ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଆମେରିକାର ରାଜଦୂତ ଲାନା ମାକର୍ସଙ୍କୁ ଟାର୍ଗେଟ କରିପାରେ।

ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନାଙ୍କୁ ଚେତାବନୀ ଦେଇ ଥିଲେ। ଯଦି ଏମିତି ହୁଏ ତାହେଲେ ଆମେରିକା ଏହାର ହଜାର ଗୁଣ କଡ଼ା ପ୍ରତିକ୍ରିୟା ଦେବ। ସେହିପରି ଦକ୍ଷିଣ ଆଫ୍ରିକାର ସରକାରୀ ସୁରକ୍ଷା ଏଜେନ୍ସି ଗତ ଶୁକ୍ରବାର ମାର୍କସଙ୍କ ବିରୋଧରେ କୌଣସି ପ୍ରକାର ଆକ୍ରମଣକୁ ପ୍ରତ୍ୟାଖାନ କରିଛି।

ଟ୍ରମ୍ପଙ୍କ ଚେତାବନୀକୁ ଇରାନର ରିଭଲ୍ୟୁସନାରୀ ଗାର୍ଡ ମୁଖ୍ୟ ମେଜର ଜେନେରାଲ ହୁସେନ ସଲାମୀ ଜବାବ ଦେଇ କହିଛନ୍ତି, ‘ଆମ ମହାନ କମାଣ୍ଡର ଶହଦାତଙ୍କ ପ୍ରତିଶୋଧ ନିଶ୍ଚିତ, ଗମ୍ଭୀର ଓ ବାସ୍ତବିକ ହେବ। ମାତ୍ର ଆମେ ସମ୍ମାନିତ ତଥା ନ୍ୟାୟପୂଣ୍ର୍ଣ ଭାବରେ କରିବୁ। ଭାବୁଛନ୍ତି କି ଦକ୍ଷିଣ ଆଫ୍ରିକାର ମହିଳା ରାଜଦୂତଙ୍କ ଉପରେ ଆକ୍ରମଣ କରିବୁ? ତେବେ ଯିଏ ଏହି ଘଟଣାରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସାମିଲ ଥିବେ ଆମେ ସେମାନଙ୍କୁ ଟାର୍ଗେଟ କରିବୁ।’

ସୂଚନାଯୋଗ୍ୟ ଇରାନର କୁଡ୍ସ ଫୋର୍ସର ମୁଖ୍ୟ କାସିମ ସୁଲେମାନୀ ଆମେରିକୀୟ ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିଲେ। ସୁଲେମାନିଙ୍କ ମୃତ୍ୟୁ ପରେ ଇରାନ ଇରାକ ସ୍ଥିତ ଆମେରିକା ବେସରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ମାତ୍ର ଆମେରିକା ରା​ଷ୍ଟ୍ରପତି ଟ୍ରମ୍ପ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ।

   Related Posts