Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାଓ୍ବତ, କହିଲେ- ଦିନରାତି ଏକ କରି ଲୋକଙ୍କ ପାଇଁ କାମ କରିବି

10/03/2021 at 4:35 PM

ଡେରାଡୁନ ୧୦/୦୩: ଉତ୍ତରାଖଣ୍ଡ ଚାଲିଥିବା ରାଜନୈତିକ ବାଦ ବିବାଦରେ ପୂର୍ଣ୍ଣଛେଦ ପଡ଼ୁଥିବା ଦେଖିବାକୁ ମିଳିଛି। ବହୁ ବିଚାର ବିମର୍ଶ ପରେ ଉତ୍ତରାଖଣ୍ଡର ଦାୟିତ୍ବ ମିଳିଥିବା ତିରଥ ସିଂହ ରାଓ୍ବତ ବୁଧାବାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୋର୍ଯ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଉତ୍ତରଖାଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ବତ।  ଏହା ସହ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କୁ ବଡ଼ ଭାଇ ବୋଲି କହିଛନ୍ତି ତିରଥ ସିଂହ। ଏବେ ରାଜ୍ୟବାସୀଙ୍କ ପାଇଁ ଦିନ ରାତି ଏକ କରି କାମ କରିବେ ଏବଂ ଲୋକଙ୍କ ଭରସା ଜିତିବେ ବୋଲି ନୂଆ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ତିରଥ ସିଂହଙ୍କ ପାଖରେ ଅନେକ ଚ୍ୟାଲେଞ୍ଜ ରହିଛି। ଏହି ସବୁ ଆହ୍ବାନକୁ ଅତିକ୍ରମ କରିବା ତାଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହୋଇପା​ରେ। ସାଂଦଦ ତଥା ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ତିରଥ ସିଂହ ରାଓ୍ବତଙ୍କ ସାମ୍ନାରେ ସବୁଠୁ ବଡ଼ ଆହ୍ବାନ ହେଉଛି ଉପନିର୍ବାଚନରେ ବିଜୟୀ ହେବା ସହ ବିଧାନସଭାରେ ସଦସ୍ୟତା ପାଇବା ବୋଲି କୁହାଯାଉଛି। ଏହା ପରେ ହିଁ ମୁଖ୍ୟମନ୍ତ୍ରୀ ଚୌକି ରହିପାରିବ। କୁହାଯାଉଛି ସୁରେନ୍ଦ୍ର ସିଂହ ଜୀନାଙ୍କ ନିଧନ ପରେ ଖାଲି ପଡ଼ିଥିବା ସିଟ୍‌ରୁ ସେ ନିର୍ବାଚନ ଲଢ଼ିପାରନ୍ତି।

   Related Posts