ବାଳକକୁ ଗୋଡେଇ ଗୋଡେଇ ଛୁରୀ ଭୁଶିଲା ହତ୍ୟାକାରୀ, ସିସି ଟିଭିର ଫୁଟେଜ ଦେଖିଲେ ଥରି ଉଠିବ ଛାତି…
26/12/2019 at 5:46 PM

ସୁରଟ ତା ୨୬.୧୨- ମର୍ଡର ଲାଇଭ୍ …ସିସି ଟିଭିରେ ଭୟଙ୍କର ଦୃଶ୍ୟ । ଜଣେ ୧୭ ବର୍ଷୀୟ ବାଳକକୁ ଗୋଡେଇ ଗୋଡେଇ ଆକ୍ରମଣ କରୁଛି ଦୁର୍ବୃତ୍ତ । ଜୀବନ ବିକଳରେ ପିଲାଟି ଧାଉଁଛି , କିନ୍ତୁ ଅତି ନିର୍ଦ୍ଦୟ ଭାବେ ତାକୁ ବାରମ୍ବାର ଛୁରୀରେ ଆକ୍ରମମ କରୁଛି ଦୁର୍ବୃତ୍ତ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ବାଳକଟିର ମୃତ୍ୟୁ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ହତ୍ୟାକାରୀକୁ ଚିହ୍ନଟ କରିଛି ପୋଲିସ। ତେବେ ଫେରାର ହତ୍ୟାକାରୀକୁ ଧରିବାକୁ ପୋଲିସର ଏକାଧିକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଗୁଜୁରାଟର ସୁରଟ ଅନ୍ତର୍ଗତ କୈଳାଶ ନଗରରେ ଏହି ଅଭାବନୀୟ ଘଟଣାଟି ଘଟିଛି ।
କୈଳାଶ ନଗରରେ ଘର ଆଗରେ ଛିଡା ହୋଇଥିଲେ ୧୭ ବର୍ଷୀୟ ଜୈନେଶ ପଟେଲ ।ହଠାତ୍ ତାଙ୍କୁ ପଛରୁ ଆସି ଛୁରୀରେ ଆକ୍ରମଣ କରିଥିଲା ଜିଗି ନାମକ ଜଣେ ଯୁବକ । ଜୈନେଶ କିଚି ବୁଝିବା ଆଗରୁ ତାହ୍କୁ ପୁଣି ଥରେ ଚୁରା ଭୁଶିଥିଲା ଜିଗି । ଜୀବନ ବିକଳରେ ଜୈନେଶ ଦୌଡିବାକୁ ଆରମ୍ଭ କରିଥିଲେ । କିନ୍ତୁ ଜିଗି ତାଙ୍କୁ ଛାଡି ନଥିଲା । ସେ ଦୌଡି ଦୌଡି ବାରମ୍ବାର ଜୈନେଶର ପିଠି, ପିଚା ଓ ବେକକୁ ଛୁରୀରେ ଆକ୍ରଣଣ କରିଥିଲା । ତିନିଥର ଜୌନେଶ ତଳେ ପଡି ଯାଇଥିଲେ । ତଥାପି ଛାଡି ନଥିଲା ଆକ୍ରମଣକାରୀ । ସେ ୫୦ ସେକେଣ୍ଡ ଭିତରେ ଏକାଧିକ ଥର ଜୌନେଶଙ୍କୁ ଛୁରୀ ମାଡ କରିଥିଲା । ତାପରେ ସେ ଘଟଣା ସ୍ଥଳରୁ ଦୌଡି ପଳାଇଥିଲା । ଜୈନେଶ କିଛି ବାଟ ଆସି ତଳେ ପଡିଯାଇଥିଲେ, ଆଉ ଉଠି ପାରିନଥିଲେ ।
courtesy – Times of India
ବୁଧବାର ଦିନ ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।ସିସି ଟିଭିରେ ପୁରା ଗଟଣାକ୍ରମର ଦୃଶ୍ୟ ରହିଛି । ବଡ ବେଦନାଦାୟକ ହେଲା, ଜୈନେଶଙ୍କୁ ଜିଗି ଆକ୍ରମଣ କରିବା ବେଳେ, କେହି ଜଣେ ରକ୍ଷା କରିବାକୁ ଆଗେଇ ଆସିନଥିଲେ ।ହତ୍ୟାର କାରଣ ଜଣାପଡିନାହିଁ । ତେବେ ଜିଗିକୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି । ସେ ଗିରଫ ପରେ ହିଁ, ଏପରି ବିଭତ୍ସ ହତ୍ୟାର କାରଣ ଜଣାପଡିବ ।