ପ୍ରେମିକଙ୍କ ଆତ୍ମା ଶରୀରରେ ପ୍ରବେଶ କରାଇବାର ପ୍ରଲୋଭନ ଦେଖାଇ କିଶୋରୀଙ୍କୁ ଦୁଷ୍କର୍ମ କଲା ଯୁବକ

Published By : Prameya-News7 Bureau | November 01, 2019 IST

ଦୁର୍ଗ ୧/୧୧: କୁଲଗାଁଓ ଥାନା ଅଞ୍ଚଳର ଜଣେ ଯୁବକ ନିଜ ଶରୀରରେ ପ୍ରେମିକଙ୍କ ଆତ୍ମା ପ୍ରବେଶ କରାଇବାର ପ୍ରଲୋଭନ ଦେଖାଇ କିଶୋରୀଙ୍କୁ ଦୁଷ୍କର୍ମ କରିଛି। ଏହା ସହିତ କିଶୋରୀଙ୍କୁ ପାଞ୍ଚ ହଜାର ଟଙ୍କା ମାଗିଛି। ଯୁବକର ଦାବି ପୂରଣ କରିବାକୁ କିଶୋରୀ ତାଙ୍କ ମାଆଙ୍କ ମଙ୍ଗଳସୂତ୍ର ଅଭିଯୁକ୍ତକୁ ଦେଇଥିଲେ। କିଶୋରୀଙ୍କ ପ୍ରେମିକଙ୍କ ମୃତ୍ୟୁ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଘଟଣା ବିଷୟରେ ଜଣାପଡ଼ିବା ପରେ କିଶୋରୀ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିଲେ।

ମୁଙ୍ଗଲି ବାସିନ୍ଦା ହେମରାଜ ସୋନଓ୍ବାନି ନିଜକୁ ତାନ୍ତ୍ରିକ ବୋଲି କହିଥିଲା। କିଶୋରୀଙ୍କ ଅଭିଯୋଗ ହେଉଛି ଯେ ହେମରାଜ କିଶୋରୀଙ୍କୁ ତାଙ୍କ ମୃତ ପ୍ରେମିକ ଚିରାଗ ବଞ୍ଜାରେଙ୍କ ଆତ୍ମା ତା’ ଶରୀରରେ ପ୍ରବେଶ କରାଇବାର କଥା କହିଥିଲା। ସେ କିଶୋରୀଙ୍କୁ ଆହୁରି ୫ହଜାର ଟଙ୍କା ମାଗିଥିଲା। ଅଭିଯୁକ୍ତ ହେମରାଜ ଏବଂ ଚିରାଗ ବନ୍ଧୁ ହୋଇଥିବାରୁ କିଶୋରୀ ତା’ କଥାରେ ରାଜି ହୋଇଯାଇଥିଲେ ଏବଂ ମା’ଙ୍କ ମଙ୍ଗଳସୂତ୍ର ତାକୁ ଦେଇ ଦେଇଥିଲେ। ଏହା ପ​‌ରେ ଅଭିଯୁକ୍ତ ହେମରାଜ କିଶୋରୀଙ୍କୁ ଦୁଷ୍କର୍ମ କରିଥିଲା।

ପୋଲିସଙ୍କ କହିବାନୁସାରେ ପାଖାପାଖି ବର୍ଷେ ହେବ କିଶୋରୀ ଏବଂ ଚିରାଗଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସେପ୍ଟେମ୍ବର ୧୧ତାରିଖରେ ଚିରାଗଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ହେମରାଜ ଏବଂ ଚିରାଗ ଉଭୟ ବନ୍ଧୁ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ କିଛି ଦିନ ପରେ କିଶୋରୀଙ୍କୁ ଫୋନ୍ କରି ଯୋଗାଯୋଗ କରିଥିଲା ଏବଂ ତା’ ଶରୀରରେ ଚିରାଗଙ୍କ ଆତ୍ମା ପ୍ରବେଶ ହେବା କଥା କହିଥିଲା। ଏହା ସହିତ ଏଥିରେ ୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବାରୁ କିଶୋରୀଙ୍କଠୁ ଟଙ୍କା ମାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.