ଭୂତ ଉପରେ ନଥିଲା ବିଶ୍ୱାସ: ସାଙ୍ଗ ସହ ବୁଲି ଗଲେ ଭୂତ କୋଠି, ଭିତରକୁ ପଶିବା କ୍ଷଣି ଜୀବନ ନେଇଗଲା ଯମ

Published By : Prameya-News7 Bureau | December 07, 2021 IST

ନୂଆଦିଲ୍ଲୀ ୦୭/୧୨ : ଭୂତ ପ୍ରେତ କାହାଣୀ କେବଳ ମନର ଭ୍ରମ ବୋଲି କୁହାଯାଏ। କିନ୍ତୁ ବାସ୍ତବରେ ନା ଭୁତ ଅଛି ନା କୌଣସି ହଣ୍ଟେଡ ଜାଗା ଅଛି ତାକୁ ନେଇ ଏବେ ମଧ୍ୟ ଲୋକଙ୍କ ମନରେ ରହିଛି ଅନେକ ଅସମାହିତ ପ୍ରଶ୍ନ। ଜଣେ ୧୬ ବର୍ଷର ବାଳକ ମଧ୍ୟ ଭୂତ ପ୍ରେତ କଥାରେ ବିଶ୍ୱାସ କରୁନଥିଲା। କିନ୍ତୁ ବାଳକ ଏକ ଭୂତ କୋଠିରେ ପହଞ୍ଚିବା ମାତ୍ରେ ଏମିତି ଏକ ଘଟଣା ଘଟିଲା ଯାହା ବିଶ୍ୱାସ କରିବା ମୁସ୍କିଲ। ଘଟଣା ମାଲେସିଆରେ ଘଟିଛି। ବାଳକ ନିଜ ସାଙ୍ଗ ଓ ପରିବାର ସହ ଏକ ପ୍ରସିଦ୍ଧ ଜାଗାକୁ ବୁଲିବାକୁ ଯାଇଥିଲା। ଏଠାରେ ସ୍ଥାନୀୟ ଲୋକେ ଏକ କୋଠାକୁ ଭୂତ କୋଠି ବୋଲି କୁହନ୍ତି। ବାଳକ ନିଜ ସାଙ୍ଗ ସହ ଏହି ଭୂତ କୋଠିକୁ ଯାଇଥିଲେ। ହେଲେ କିଛି କ୍ଷଣରେ ବାଳକ ସହ ଅଜବ ଘଟଣା ଘଟିଲା। ଘଟଣା ମାଲେସିଆ ପେହାଙ୍ଗ ଷ୍ଟେଟ ଅନ୍ତର୍ଗତ ବେନଟଙ୍ଗର।

{"id":555978,"width":590,"height":393,"sizeSlug":"full","linkDestination":"none"}

ବାଳକ ଜଣକ ନିଜ ସାଙ୍ଗ ଓ ପରିବାର ସହ ଏଠାକୁ ବୁଲିବାକୁ ଆସିଥିଲେ। Kosmo ଅନୁଯାୟୀ, ଡିସେମ୍ବର ୧ ତାରିଖରେ ବାଳକ ନିଜ ସାଙ୍ଗ ସହ ଭୂତ କୋଠିକୁ ଯାଇଥିଲେ। ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ବାଳକ ଯେମିତି କୋଠା ଭିତରକୁ ପ୍ରବେଶ କଲେ ଅଚାନକ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଥିଲା। ସେ ତଳେ ପଡିଯିବା ସହ ତାଙ୍କ ମୁହଁ ଓ ଶରୀର ହଳଦିଆ ପଡି ଯାଇଥିଲା। ତାଙ୍କୁ ତୁରନ୍ତ କୋଠାରୁ ବାହାରକୁ ଅଣାଗଲା। ବାଳକର ପୂରା ଶରୀର ନିସ୍ତେଜ ହୋଇ ପଡିଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଏହା ପରେ ଘଟଣା ବିଷୟରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା।

{"id":555979,"width":641,"height":319,"sizeSlug":"full","linkDestination":"none"}

ମୃତ୍ୟୁ ରିପୋର୍ଟରେ ବାଳକଙ୍କ ମୃତ୍ୟୁକୁ ଆକସ୍ମିକ ମୃତ୍ୟୁ କୁହାଯାଇଛି ଏବଂ ଅଟୋପ୍ସିରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ଯେ ହୃଦଘାତରେ ବାଳକଙ୍କ ମୃତ୍ୟୁ ଘଟିଥିଲା। କ୍ଲିଭଲାଣ୍ଡ କ୍ଲିନିକ୍ ମେଡିକାଲ୍ ସେଣ୍ଟର ଅନୁସାରେ ମଣିଷ ଯେତେବେଳେ ବହୁତ ଡରିଯାଏ ଏମିତି ହୋଇଥାଏ, କିନ୍ତୁ ଏହା ସାମାନ୍ୟ ନୁହେଁ। ବିଶେଷଜ୍ଞଙ୍କ କହିବାନୁଯାୟୀ ଡର ପାଇଁ କାହାର ମୃତ୍ୟୁ ହେବା ଅସାଧାରଣ। ଏହି ମାମଲାରେ ବାଳକର କୌଣସି ମେଡିକାଲ ହିଷ୍ଟ୍ରି ନଥିଲା। ସେଥିପାଇଁ ତାଙ୍କର ଆକସ୍ମିକ ମୃତ୍ୟୁ ଲୋକଙ୍କ ମନରେ ଆଶଙ୍କା ଭରି ଦେଇଛି। ଘଟଣାକୁ ନେଇ ଲୋକଙ୍କ ସନ୍ଦେହ ଆହୁରି ଦୃଢ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.