Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଦଶମ ଶ୍ରେଣୀ ଝିଅର ଅବିଶ୍ଵସନୀୟ ପ୍ରତିଭା, ସେ କହୁଥିବା ଇଂରାଜୀ ଶବ୍ଦ କେବେ ଶୁଣିନଥିଲେ ଶଶି ଥରୁର, କଲେ ଭୂୟସୀ ପ୍ରଶଂସା

5/11/2020 at 8:08 PM

ନୂଆଦିଲ୍ଲୀ ୦୫।୧୧: କଂଗ୍ରେସ ସାଂସଦ ଶଶି ଥରୁର ଶବ୍ଦାବଳୀ ପ୍ରତି ରୁଚି ରଖୁଥିବା ଜଣେ ବ୍ୟକ୍ତି। ସମସ୍ତେ ଜାଣିଛନ୍ତି ଯେ, ଥରୁରଙ୍କ ପାଖରେ ଶବ୍ଦର ଭଣ୍ଡାର ରହିଛି। ଅନେକ ଥର ତାଙ୍କ ଦ୍ଵାରା ଉପଯୋଗ କିଛି ଶବ୍ଦ ଦର୍ଶକ ଏବଂ ଟ୍ଵିଟରକାରୀଙ୍କୁ ଆଚମ୍ବିତ କରିଛି।

କୁଇନ୍ସ ଭାଷା ବିଷୟରେ ତାଙ୍କର କମାଣ୍ଡ ଏବଂ ଭାଷା ଶୈଳୀ ସର୍ବଦା ସାମାଜିକ ଗଣମାଧ୍ୟମ କିମ୍ବା ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମର ଖବରର ଶିରୋନାମା ପାଲଟିଛି। ହେଲେ ନିକଟରେ ତାଙ୍କୁ କେରଳର ଜଣେ ୧୦ମ ଶ୍ରେଣୀର ଛାତ୍ରୀଙ୍କଠୁ ନିଜର ଜ୍ଞାନ ଉପରେ ନୂତନ ସ୍ଵାଦ ଚାଖିଛନ୍ତି।

ଆମେ ସମସ୍ତେ ଜାଣିଛନ୍ତି ଯେ, ଥରୁର ନିଜର ଅବିଶ୍ଵସନୀୟ ଶବ୍ଦାବଳୀ କାରଣରୁ ତାଙ୍କର ବହୁ ସଂଖ୍ୟାରେ ବଡ ପ୍ରଶଂସକ ଅଛନ୍ତି। କିନ୍ତୁ ରୋଚକ କଥା ଏହା ଯେ, କିଛି ଇଂରାଜୀ ଶବ୍ଦ ରହିଛି, ଯାହା କେବେ ସେ ଏପର୍ଯ୍ୟନ୍ତ ଶୁଣି ନଥିଲେ। ପ୍ରଥମ ଥର ଦଶମ ଶ୍ରେଣୀ ଛାତ୍ରୀଙ୍କଠୁ ସେ ଏମିତି ଶବ୍ଦ ଶୁଣି ବିମୋହିତ ହୋଇ ପଡିଛନ୍ତି।

ଆରଜେ ରଫିଙ୍କ ସହ ଦଶମ ଶ୍ରେଣୀ ଛାତ୍ରୀ ଦୀୟାଙ୍କ କ୍ଲବ ଏଫଏମ ସୋ ସମୟରେ ରାଜ୍ୟସଭା ସାଂସଦ ଥରୁର ଅଚାନକ ଆଶ୍ଚର୍ଯ୍ୟଜନକ ଭାବେ ପ୍ରବେଶ କରିଥିଲେ। ଏହି ସୋରେ ହିଁ ସେ ଛାତ୍ରୀଙ୍କଠୁ କେବେ ଶୁଣିନଥିବା ଇଂରାଜୀ ଶବ୍ଦ ଶୁଣି ଅବିଭୂତ ହୋଇ ପଡିଥିଲେ।

ଦୀୟାଙ୍କୁ ଇଂରାଜୀରେ ନିଜର ପ୍ରତିଭାକୁ ଦେଖାଇବା ପାଇଁ କ୍ଲବ ଏଫଏମ ଜୁମ ଜରିଆରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ସୋ ସମୟରେ ଜଣା ପଡିଥିଲା ଯେ, ଦୀୟା ପୂର୍ବରୁ ଫେସବୁକ୍‌ରେ ଥରୁରଙ୍କ ସହ ସାକ୍ଷାତ ହୋଇଥିଲେ। ଦୀୟା ଏକ ଲମ୍ବା ଶବ୍ଦ ଉଚ୍ଚାରଣ କରିବାକୁ ଚାହୁଁଥିଲେ। ସୋ ଚାଲିଥିବା ବେଳେ ଦୀୟା ନଅଟକି ଲମ୍ବା ସମୟ ଧରି ଇଂରାଜୀ ଶବ୍ଦ କହି ଚାଲିଥିଲେ।

ଯେତେବେଳେ ଥରୁର ଶବ୍ଦର ଅର୍ଥ ପଚାରିଲେ, ଦୀୟା କହିଥିଲେ ଏହା ଏକ କାଳ୍ପନିକ ଭୋଜନର ନାମ। ଛାତ୍ରୀଙ୍କ ଜ୍ଞାନରେ ପ୍ରଭାବିତ ହୋଇ ଥରୁର ଟ୍ଵିଟରରେ ଆଲୋଚନାର ଏକ ଲିଙ୍କ ସେୟାର କରିଛନ୍ତି ଏବଂ ସ୍ଵୀକାର କରିଛନ୍ତି ଯେ, ସେ ସୋ ପୂର୍ବରୁ ଏମିତି ଶବ୍ଦ କେବେ ଶୁଣିନଥିଲେ। କ୍ଲବ୍ ଏଫଏମ ନିଜର ଆନୁଷ୍ଠାନିକ ଫେସବୁକ ପେଜ୍‌ରେ ଆଲୋଚନାର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛି। ଭିଡିଓକୁ ହଜାର ସଂଖ୍ୟକ ସେୟାର କରାଯିବା ସହ  ପ୍ରତିକ୍ରିୟା ମଧ୍ୟ ମିଳୁଛି।

ଦଶମ ଶ୍ରେଣୀ ଛାତ୍ରୀ ଦୀୟାଙ୍କ ଚମତ୍କାର ଅଦ୍ଭୁତ କାହାଣୀ, ଯାହାକୁ ମୁଁ ପୂର୍ବରୁ କେବେ ଶୁଣିନଥିଲି। ମୁଁ କ୍ଲବଏଫଏମ ସୋରେ ଅଚାନକ ସାମିଲ ହେଲି ଏବଂ ଇଂରାଜୀ ଶବ୍ଦରେ ଭରପୂର ଜ୍ଞାନ ଥିବା ଝିଅର ସଂସ୍ପର୍ଶରେ ଆସି ପାରିଲି ବୋଲି ଟ୍ଵିଟ୍ କରି ଏହା ଲେଖିଛନ୍ତି ସାଂସଦ ଥରୁର।

   Related Posts