ଦୀପାବଳୀ ଭେଟିରେ ପ୍ରେମିକାଙ୍କୁ ମିଳିଲା ପ୍ରେମିକର ମୃତ ଶରୀର, ନାବାଳକ ପ୍ରେମିକଙ୍କ ମୁଣ୍ଡକୁ ଇଟାରେ ଛେଚି ଛେଚି କରାଯାଇଛି ହତ୍ୟା, ପଢ଼ନ୍ତୁ ପୂରା ଘଟଣା

Published By : Prameya-News7 Bureau | October 28, 2019 IST

ପ୍ରୟାଗରାଜ୨୮/୧୦: ଦୀପାବଳି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୀପାବଳିରେ ସମସ୍ତେ ବାଣ ଫୁଟାଇ, ଦୀପ ଜାଳି ଖୁସିର ଉତ୍ସବ ପାଳନ କରୁଥିଲେ। ଅନ୍ୟପଟେ ଜଣେ ନାବାଳକଙ୍କ ମୁଣ୍ଡକୁ ଇଟାରେ ଛେଚି ଛେଚି ହତ୍ୟା କରାଯାଇଛି। ପ୍ରେମ ସଂପର୍କକୁ ନେଇ ନାବାଳକଙ୍କୁ ହତ୍ୟା କରାଯାଇଛି। ପୂର୍ବରୁ ପ୍ରେମୀ ଯୁଗଳଙ୍କ ମିଳାମିଶା ଉପରେ ନାବାଳିକାଙ୍କ ପରିବାର ଲୋକ ନଜର ରଖିଥିଲେ। ନାବାଳିକାଙ୍କ ଘର ଲୋକ ରାଗରେ ନାବାଳକଙ୍କ ମୁଣ୍ଡକୁ ଇଟାରେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ନାବାଳକଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏପଟେ ନାବାଳିକାଙ୍କ ବାପା ସମେତ ଦୁଇଜଣଙ୍କୁ କ୍ୟାଣ୍ଟ ପୋଲିସ ଗିରଫ କରିଛି। ପ୍ରୟାଗରାଜ ସଦର ବଜାର କ୍ୟାଣ୍ଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଘଟଣା ଅନୁସାରେ ୧୭ ବର୍ଷର ନାବାଳକଙ୍କ ମାଆ ଉଷା ଦେବୀ ପୁଅର ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ସେ ଏତଲାରେ ଉଲ୍ଲେଖ କରିଥିଲେ ଯେ ସଦର ବଜାରର ନୀଲେଶ ନାଥର ଝିଅ ଦୁଇଦିନ ହେବ ଗାୟବ ଅଛନ୍ତି। ତେଣୁ ଉଷା ଦେବୀଙ୍କ ପୁଅ ଗୌରବ ତାଙ୍କ ଝିଅଙ୍କୁ ପ୍ରେମ କରୁଥିଲେ। ସେ କୁଆଡ଼େ ନେଇ ତାଙ୍କୁ ଗାୟବ କରି ଦେଇଥିବା କଥା ନାବାଳିକାଙ୍କ ବାପା ସନ୍ଦେହ କରୁଥିଲା। ଏନେଇ ନବାଳିକାଙ୍କ ବାପା ଗୌରବଙ୍କୁ ହତ୍ୟା ଧମକ ଦେଇଥିଲା। ଏ ସଂପର୍କରେ ଗୌରବଙ୍କ ମାଆ ଥାନାରେ ଜଣାଇଥିଲେ।

ଅକ୍ଟୋରବ ୨୬ ତାରିଖରେ ରାତି ୧୦.୩୦ ମିନିଟ ସମୟରେ ଗୌରବଙ୍କୁ କିଛି ଲୋକ ମିଶି ଇଟାରେ ତାଙ୍କ ମୁଣ୍ଡକୁ ବାଡାଉଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ପ୍ରକୃତରେ ଗୌରବଙ୍କୁ ପିଟୁଥିବା ଲୋକ କେହି ନୁହନ୍ତି ସେମାନେ ହେଲେ ନାବାଳିକାଙ୍କ ପରିବାର ଲୋକ । ଗୌରବଙ୍କ ମୁଣ୍ଡକୁ ଇଟାରେ ଛେଚି ଛେଚି ତାଙ୍କୁ ହତ୍ୟା କରି ସ୍ଥାନୀୟ ଅଞ୍ଚଳରେ ପିଙ୍ଗି ଦେଇଯାଇଥିଲେ। ଗତକାଲି ରାତିରେ ଗୌରବଙ୍କ ମୃତଦେହ ପରିବାର ଲୋକଙ୍କୁ ମିଳିଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ପରେ ଅଭିଯୁକ୍ତ ନୀଲେଶ ନାଥ ଏବଂ ପରିବାର ଅନ୍ୟ ଜଣେ ସଦସ୍ୟକୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.