ଦେହ ବ୍ୟବସାୟରେ ଥିବା ନାବାଳିକା ଉଦ୍ଧାର, କହିଲେ - ଘରକୁ ଯିବି ନାହିଁ ପାଠ ପଢ଼ିବି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

Published By : Prameya-News7 Bureau | August 24, 2019 IST

ମୁରାଦାବାଦ୨୪|୮: ଦେହ ବ୍ୟବସାୟରେ ଲିପ୍ତଥିବା ଜଣେ ନାବାଳିକାଙ୍କୁ ପୋଲିସ ଗୁରୁବାର ଦିନ ଉଦ୍ଧାର କରିଛି।ଉଦ୍ଧାର ହୋଇଥିବା ଉଦ୍ଧାର ହେବାପରେ ନାବାଳିକା କହିଛନ୍ତି ଯେ, ସେ ଘରକୁ ଯିବେ ନାହିଁ,  ବରଂ ବାହାରେ ରହି ପାଠ ପଢ଼ିବେ ।ବର୍ତ୍ତମାନ ନାରୀ ନିକେତନରେ ନାବାଳିକାଙ୍କୁ ରଖା ଯାଇଛି।

ପୀଡ଼ିତାଙ୍କ କହିବା ମୁତାବକ , ତାଙ୍କୁ ଯେତେବେଳେ ଦଶ ବର୍ଷ ହୋଇଥିଲା ତାଙ୍କ ବାପା-ମାଆଙ୍କ ମୃତ୍ୟୁ ହୋଇଯାଇଥିଲା। ପିଉସା-ପିଉସୀ ପାଖରେ ସେ ଆଗ୍ରାରେ ରହୁଥିଲେ।ପୀଡ଼ିତା ଜଣକ ଚାକିରି କରିବା ପାଇଁ ଏକ ବିୟୁଟି ପାର୍ଲରକୁ ଯାଇଥିଲେ।ସେଠାରେ ଜଣେ ମହିଳାଙ୍କ ସହ ତାଙ୍କର ଭେଟ ହୋଇଥିଲା। ମହିଳା ଜଣକ ତାଙ୍କୁ ନିଜ ଘରକୁ  ନେଇ ଯାଇଥିଲେ।ଚାକିରି କରାଇଦେବ କହି କିଛିଦିନ ନାବାଳିକାଙ୍କୁ ନିଜ ଜାଲରେ ମହିଳା ଜଣକ ବାନ୍ଧି ରଖିଥିଲା। ଧୀରେ ଧୀରେ ତାଙ୍କୁ  ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା ।

 ପୀଡ଼ିତାଙ୍କ କହିଥିଲେ ଯେ,ଦଲାଲ ଜଣକ ତାଙ୍କୁ ଦିଲ୍ଲୀରେ ଏକ କୋଠରୀ ନେଇ ଛାଡିଥିଲେ। ପ୍ରତ୍ୟେକ ଦିନ ଖରାପ କାମ କରିବା ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। ଯେତେବେଳେ ସିଏ ବିରୋଧ କରୁଥିଲେ ତାଙ୍କୁ ଦଲାଲ ନିର୍ଧୁମ ମାରୁଥିଲେ ବୋଲି ପୀଡ଼ତା ନିଜେ କହିଛନ୍ତି।

ଏକ ମାସ ପୂର୍ବରୁ ପୀଡ଼ିତାଙ୍କୁ ମୁରଦାବାଦକୁ ଏହି ମହିଳା ନେଇ ଆସିଥିଲେ। ରୁମ୍‌ରେ ମହିଳା ନଥିବା ବେଳେ ପୀଡ଼ିତା ନାବାଳିକା ସେଠାରୁ ଖସି ଚାଲି ଯାଇଥିଲେ। ପୀଡ଼ିତା ସେଠାରୁ ଖସି ସିଧା ପୋଲିସ ପାଖରେ ପହଞ୍ଚିଥିଲେ। ପୀଡ଼ିତାଙ୍କ ପାଖରୁ ସବୁ ଶୁଣିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଅଭିଯୁକ୍ତ ମହିଳା ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।ବର୍ତ୍ତମାନ ପୀଡ଼ିତା ତାଙ୍କ ପିଉସା-ପିଉସୀଙ୍କ ପାଖକୁ ଯିବାକୁ ଚାହୁଁ ନାହଁନ୍ତି। ସେ ପଢ଼ିବାକୁ ଚାହୁଁଛନ୍ତି ବୋଲି ପୋଲିସ ପାଖରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.