Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ମଦ ପାଇଁ ଦୁଇ ସାଙ୍ଗ ମଧ୍ୟରେ ଝଗଡା, ଅଭିଯୋଗ ପରେ ୧୪ ମାସ କାରାଦଣ୍ଡ

10/11/2021 at 11:26 AM

ଲଣ୍ଡନ ୧୦।୧୧ : ସାଧାରଣତଃ ମଦ୍ୟପାନକୁ ନେଇ ସବୁଠି ଝଗଡା ଆରମ୍ଭ ହୋଇଥାଏ । ସ୍ବାମୀ ସ୍ତ୍ରୀଙ୍କ ଠାରୁ ନେଇ ସାଙ୍ଗ ସାଥୀ ପର୍ଯ୍ୟନ୍ତ । କିନ୍ତୁ ବର୍ତ୍ତମାନ ଏପରି ଏକ ଘଟଣା ହୋଇଛି ଯାହା ଆଶ୍ଚର୍ଯ୍ୟ କରାଇବ। କାହିଁକି ନା ଏତେ କମ୍‌ ବୟସରେ ଝଗଡା ପୁଣି ମଦ ପାଇଁ । ମଦ୍ୟପାନକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡା ଜେଲରେ ଶେଷ ହୋଇଥିଲା। ବ୍ରିଟିଶ କୋର୍ଟ ଏହି ୧୮ ବର୍ଷର ଅଭିଯୁକ୍ତ ଝିଅକୁ ବନ୍ଧକ କରି ଆକ୍ରମଣ କରିଥିଲା । ଯାହା ପରେ ଦୋଷୀ ସାବ୍ୟସ୍ତ କରି ଜେଲକୁ ପଠାଯାଇଛି।

ତେବେ ଖବର ଅନୁଯାୟୀ ଏହି ଝଗଡାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଝିଅଟି ତାର ୧୮ତମ ଜନ୍ମଦିନରେ ଏହି ସବୁ ଘଟଣା ଘଟିଥିଲା । ସେ ବର୍ତ୍ତମାନ ଆଇନଗତ କାରଣ ହୋଇଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମିସ୍ କ୍ରିଡନ୍ ତାଙ୍କ ବନ୍ଧୁ କ୍ଲାରିଟି କେନେଡିଙ୍କ ୧୮ତମ ଜନ୍ମଦିନ ପାର୍ଟୀକୁ ଯାଇଥିଲେ। ସେଠାରେ ସେ କେନେଡିଙ୍କ ସବୁ ମଦ ବୋତଲ ଶେଷ କରିଦେଇଥିଲେ । ଯେତେବେଳେ ଜନ୍ମଦିନର କେନେଡି ଏହା ବିଷୟରେ ଜାଣିଲା, ସେତେବେଳେ ସେ ବହୁତ ରାଗି ଯାଇଥିଲେ । କେନେଡି କ୍ରିଡନରୁ ୮୦ ପାଉଣ୍ଡ (ପ୍ରାୟ ୮ ହଜାର ଟଙ୍କା) ବୋତଲ ପାଇଁ ମାଗିଥିଲେ, କିନ୍ତୁ ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ଏ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତି ହୋଇଥିଲା। କ୍ଲାରିଟି କେନେଡି ଦୀର୍ଘ ଦିନ ଧରି ନିଜ ବନ୍ଧୁଙ୍କୁ ଘରେ ବନ୍ଦୀ କରି ରଖିଥିଲେ। ଏହା ବ୍ୟତୀତ ସେ ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ମଧ୍ୟ ଦେଉଥିଲେ। କେବଳ ଏତିକି ନୁହେଁ, କେନେଡି ତାଙ୍କ ବନ୍ଧୁଙ୍କ ମୁଣ୍ଡରେ ଏକ ଖାଲି ମଦ ବୋତଲ ମଧ୍ୟ ମାରିଥିଲେ। ଏତେ ରାଗିବାର କାରଣ ଥିଲା ଯେ କେନେଡିଙ୍କ ବନ୍ଧୁ ତାଙ୍କର ସବୁ ମହଙ୍ଗା ମଦ ପିଇ ଦେଇଥିଲେ ।

ଏହି ସବୁ ପରେ କ୍ଲାରିଟି କେନେଡି ତାଙ୍କ ବନ୍ଧୁଙ୍କୁ ବନ୍ଧକ କରି ଛୁରୀ ଦେଖାଇ ଭୟଭୀତ କରିବାକୁ ଲାଗିଲେ। କିଛି ଘଣ୍ଟାର ବ୍ୟବଧାନ ପରେ କ୍ରିଡନ୍ କେନେଡିଙ୍କ କବଳରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ । ଏହା ପରେ ସେ ପୋଲିସକୁ ଘଟଣା ବିଷୟରେ କହିଥିଲେ। ପ୍ରଥମେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ, କିନ୍ତୁ ପରେ ସ୍ୱୀକାର କରିଥିଲେ। ଏନେଇ କୋର୍ଟ କେନେଡିଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୧୪ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

   Related Posts