Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସ୍ୱାମୀ ୧୭-ସ୍ତ୍ରୀ ୨୬: ପ୍ରେମ ବିବାହର ମାସେ ପରେ ୧.୮ ଲକ୍ଷ ଟଙ୍କାରେ ସ୍ତ୍ରୀକୁ ବିକି କିଣିଲା ସ୍ମାର୍ଟଫୋନ, ନାକେଦମ ହେଲା ପୋଲିସ

23/10/2021 at 6:29 PM

ବଲାଙ୍ଗୀର ୨୩/୧୦ : ମଧ୍ୟ ପ୍ରଦେଶ ସୀମା ଦକ୍ଷିଣ-ପୂର୍ବ ରାଜସ୍ଥାନ ଜିଲ୍ଲା ବାରନରୁ ୨୬ ବର୍ଷ ବୟସ୍କା ମହିଳାଙ୍କୁ ପୋଲିସ ବହୁତ କଷ୍ଟରେ ଉଦ୍ଧାର କରିଛି। କାରଣ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ପୋଲିସକୁ ନେବାକୁ ମନା କରିଦେଇଥିଲେ। ଗ୍ରାମବାସୀ କହିଥିଲେ ଯେ ସେମାନେ ତାଙ୍କ ପାଇଁ ଅର୍ଥ ଦେଇଛନ୍ତି।

ଅଗଷ୍ଟ ମାସରେ ଦମ୍ପତି ଇଟା ଭାଟିରେ କାମ କରିବାକୁ ରାଜସ୍ଥାନ ଯାଇଥିଲେ। ରାୟପୁର ଓ ଝାନ୍ସୀ ଦେଇ ଦୁହେଁ ରାଜସ୍ଥାନ ଯାଇଥିଲେ। ଚାକିରୀର କିଛି ଦିନ ପରେ ୧୭ ବର୍ଷୀୟ ସ୍ୱାମୀ ନିଜ ସ୍ତ୍ରୀକୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିକୁ ବିକି ଦେଇଥିଲା। ବେଲପଡା ପୋଲିସ ବୁଲୁ ମୁଣ୍ଡ କହିଛନ୍ତି ଯେ ଯୁବକ ୧.୮ ଲକ୍ଷ ଟଙ୍କାରେ ନିଜ ସ୍ତ୍ରୀକୁ ବାରନ ଜିଲ୍ଲାର ଜଣେ ବ୍ୟକ୍ତିକୁ ବିକି ଦେଇଥିଲା।

କିଶୋର ଟଙ୍କା ଖାଇବା ପିଇବାରେ ଖର୍ଚ୍ଚ କଲା ଓ ନିଜ ପାଇଁ ଗୋଟିଏ ସ୍ମାର୍ଟଫୋନ୍ କିଣିଲା। ପରେ ସେ ନିଜ ଗାଁକୁ ଫେରିଗଲା। ଯେତେବେଳେ ତାଙ୍କ ପତ୍ନୀଙ୍କ ପରିବାର ତାଙ୍କୁ ପତ୍ନୀ ବିଷୟରେ ପଚାରିଥିଲେ ସେ କହିଥିଲେ ଯେ ସେ ତାଙ୍କୁ ଛାଡି ଚାଲିଯାଇଛି। ଚଳିତ ବର୍ଷ ଜୁଲାଇରେ ଦୁହିଁଙ୍କର ବାହାଘର ହୋଇଥିଲା।

ମହିଳାଙ୍କ ଘର ଲୋକ ଯୁବକ କଥାରେ ବିଶ୍ୱାସ କରିନଥିଲେ ଓ ଥାନାରେ ମାମଲା ରୁଜ୍ଜୁ କଲେ। ପୋଲିସ ତାଙ୍କର କଲ ରେକର୍ଡ ଯାଞ୍ଚ କରିଥିଲା। କଲ୍ ରେକର୍ଡ ପୋଲିସ ଉଭୟଙ୍କ ମଧ୍ୟରେ ଫାଟ ଥିବା ଜାଣିପାରିଥିଲା। ପୋଲିସ ଉକ୍ତ ଯୁବକକୁ ପଚରାଉଚୁରା କରିଥିଲା ଓ ଜାଣିବାକୁ ପାଇଥିଲା ଯେ ସେ ନିଜ ସ୍ତ୍ରୀକୁ ବିକିଦେଇଛି। ବଲାଙ୍ଗୀରର ଏକ ଟିମ ମହିଳାଙ୍କୁ ଖୋଜିବାକୁ ରାଜସ୍ଥାନ ଯାଇଥିଲା। ତେବେ ଗ୍ରାମବାସୀ ପୋଲିସକୁ ମହିଳାଙ୍କୁ ନେଇଯିବାକୁ ଅନୁମତି ଦେଇନଥିଲେ। ସେମାନେ କହିଥିଲେ ଯେ ମହିଳାଙ୍କୁ ୧.୮ ଲକ୍ଷ ଟଙ୍କାରେ କିଣାଯାଇଛି। ମହିଳାଙ୍କୁ ବହୁ କଷ୍ଟରେ ପୋଲିସ ସେଠାରୁ ଉଦ୍ଧାର କରିଛି ବୋଲି ପୋଲିସ ଅଧିକାରୀ କହିଛି।

୧୭ ବର୍ଷୀୟ ସ୍ୱାମୀକୁ ଶୁକ୍ରବାର ଦିନ ଜୁଭେନାଇଲ କୋର୍ଟରେ ହାଜର କରାଯାଇ ଏକ ସଂଶୋଧନ ଗୃହକୁ ପଠାଯାଇଛି।

   Related Posts