ଶାରୀରିକ ସମ୍ବନ୍ଧ ବେଳେ ଦେଖିଦେଲେ ମା’, ପ୍ରତିବାଦ କରିବାରୁ ପ୍ରେମିକାକୁ ଗୁଳିକଲା, ପ୍ରମାଣ ନଷ୍ଟ କରିବାକୁ ମା’ ବାପାଙ୍କୁ ବି ଛାଡିଲାନି:କୋର୍ଟ ଶୁଣାଇଲେ ୧୫୦ବର୍ଷ ଜେଲ

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨/୧୧ : ହତ୍ୟା ତ ହତ୍ୟା ପୁଣି ଜଘନ୍ୟ ହତ୍ୟା । ପ୍ରଥମେ ପ୍ରେମିକାକୁ ଗୁଳିକରି ହତ୍ୟା ଆଉ ପରେ ସାକ୍ଷୀ ଭୟରେ ପ୍ରେମିକାର ମା’ ବାପାଙ୍କୁ ବି ଛାଡିଲାନି ନାବାଳକ ପ୍ରେମିକ । ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ଜଣେ ୧୬ ବର୍ଷର ବାଳକ । ଘରେ ଅସଞ୍ଜତ ଅବସ୍ଥାରେ ଥିବା ବେଳେ ଝିଅର ବାପା ପ୍ରଥମେ ଦେଖି ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ପ୍ରଥମେ ପ୍ରେମିକାକୁ ଗୁଳି କରିଥିଲା ଦୁର୍ଦ୍ଦାନ୍ତ ପ୍ରେମିକ । ପରେ କାଳେ ତାର ବାପା-ମା ପୋଲିସକୁ ସବୁ ଜଣାଇଦେବେ ତେଣୁ ତାଙ୍କୁ ମଧ୍ୟ ଗୁଳିକରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

Shelly Autumn May Moon was shot dead by her boyfriend earlier this year

କାଲିଫର୍ଣ୍ଣଆର ଏଭଳି ଜଘନ୍ୟ କାଣ୍ଡ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମୋର୍କିଓ ଜନସନ୍‌ ନାମକ ଏହି ୧୬ ବର୍ଷର ପାଗଳ ପ୍ରେମିକ ଗାର୍ଲଫ୍ରେଣ୍ଡ ଘରକୁ ଯାଇ ଏଭଳି ନାରକୀୟ କାଣ୍ଡ ଘଟାଇଥିଲା । ପ୍ରଥମେ ପ୍ରେମିକା ସିଲି ଅଟ୍‌ମନ୍‌ ପରେ ମା’ ନିକି ମେଟ୍‌କାଲ୍‌ଫ ଏବଂ ତା ପରେ ବାପା ମାରଗାରେଟ୍‌ ମୁନ୍‌ଙ୍କୁ  ହତ୍ୟା କରିଥିଲା ଅଭିଯୁକ୍ତ ।

Mauricio Johnson shot his girlfriend Shelly Autumn May Moon and her parents after the pair were caught having sex with each other

ସୂଚନା ଅନୁସାରେ, ଜନସନ୍‌ ଏବଂ ସିଲି ଉଭୟ ଏକ ରୁମ୍‌ରେ ଯୌନ କ୍ରିୟାରେ ଲିପ୍ତ ଥିଲେ । ଏହି ସମୟରେ ତାଙ୍କ ମା’ ଦେଖି ଏହାକୁ ବିରୋଧ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ଅଭିଯୁକ୍ତ ନାବାଳକ ସାଙ୍ଗରେ ନେଇଥିବା ବନ୍ଧୁକ​‌ରେ ଗୁଳି ଫୁଟାଇଥିଲା । ଫଳରେ ତାର ପ୍ରେମିକା, ମା’ ଏବଂ ଅଭିଯୁକ୍ତକୁ ଅଟକାଇବାକୁ ଆସି ଝିଅର ବାପା ମଧ୍ୟ ଗୁଳିମାଡର ଶିକାର ହୋଇଥିଲେ । ଫଳ​‌ରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା ।

Nikki Metcalf was killed after her partner discovered Johnson in bed with her daughter

ଏହି ଘଟଣା ଗତ ଫେବୃଆରୀ ମାସରେ ଘଟିଥିଲା । ଅଭିଯୁକ୍ତ ନାବାଳକ ପ୍ରେମିକକୁ ପୋଲିସ ଧରିବା ପରେ ଜଘନ୍ୟକାଣ୍ଡ ବବାଦରେ ସତ ଓଗାଳିଥିଲା ଅଭିଯୁକ୍ତ । ଏହାର ଶୁଣାଣି କରି କୋର୍ଟ ଅଭିଯୁକ୍ତକୁ ୧୫୦ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । କାଲିଫର୍ଣ୍ଣିଆର  ଅହବୋଲ୍ଡଟ୍‌ କାଉଣ୍ଟି କୋର୍ଟ ଏହି ଐତିହାସିକ ରାୟ ଶୁଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.