Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଡିଜେ ବଜାଇ ପଡୋଶୀ ଝିଅକୁ ଦୁଷ୍କର୍ମ, ଅଭିଯୁକ୍ତକୁ ଧରିବା ବଦଳରେ ପୀଡିତାଙ୍କ ଭାଇକୁ ଘରୁ ଉଠାଇ ନେଲା ପୁଲିସ

6/01/2021 at 6:36 PM

ମେରଠ ୦୬।୦୧: ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ଇଞ୍ଚୋଲି ଥାନା ଅଞ୍ଚଳରୁ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ଅନ୍ୟ ଏକ ସଂପ୍ରଦାୟର ପଡୋଶୀ ଯୁବକ ନିଜ ଘରେ ଡିଜେ ବଜାଇ ନାବାଳିକାକୁ ତାରି ଘରେ ଦୁଷ୍କର୍ମ କରିଛି। ଡିଜେ ଶବ୍ଦରେ ଯୁବତୀଙ୍କ ଚିତ୍କାର ଦବି ଯାଇଛି। ବିଡମ୍ବନାର କଥା ପୁଲିସ ମାମଲାରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ନାବାଳିକାଙ୍କ ଭାଇକୁ ଅଟକ ରଖିଛି। ଏହାକୁ ନେଇ ପୀଡିତ ପରିବାରର ଲୋକେ ଏସପି କାର୍ଯ୍ୟାଳୟରେ ଜୋରଦାର ହଙ୍ଗାମା କରିଛନ୍ତି।

ମାମଲା ବଢୁଥିବା ଦେଖି ପୁଲିସ ଅଭିଯୁକ୍ତ ବିରୋଧରେ ମୋକଦ୍ଦମା ରୁଜୁ କରି ସନ୍ଧାନ  ଚଳାଇଛି। ସୂଚନା ଅନୁଯାୟୀ ଇଞ୍ଚୋଲି ଥାନା ଅନ୍ତର୍ଗତ ଗାଁରେ ଜଣେ ବ୍ୟକ୍ତି ମଜୁରୀ କରି ନିଜ ପରିବାରର ଭୋରଣପୋଷଣ କରନ୍ତି। ମଙ୍ଗଳବାର ଗାଁ ଲୋକଙ୍କ ସହ ସେ ଏବଂ ତାଙ୍କ ପତ୍ନୀ ଖେତକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ଦମ୍ପତ୍ତିଙ୍କ ୧୬ ବର୍ଷୀୟ ଝିଅ ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ପଡୋଶୀରେ ରହୁଥିବା ବିଶୁ ଚୌଧୁରୀ ନାମକ ଯୁବକ ନିଜ ଘରେ ଟ୍ରାକ୍ଟରରେ ଡିଜେ ବଜାଇଥିଲା।

ଏହା ପରେ କାନ୍ଥ ଡେଇଁ ପଡୋଶୀ ଘରେ ପଶିଥିଲା। ଏକା ଥିବା ଝିଅ ସହ ଦୁଷ୍କର୍ମ କରିଥିଲା। ପୀଡିତା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ ଡିଜେ ଶବ୍ଦରେ ତାଙ୍କ ସ୍ଵର ଦବି ଯାଇଥିଲା। କାହାରିକୁ କିଛି ଶୁଣିବାକୁ ମିଳିନଥିଲା। ଅଭିଯୁକ୍ତ ପୀଡିତାଙ୍କୁ ମାରପିଟ୍ କରିବା ସହ ଘରୁ ଫେରାର ହୋଇ ଯାଇଥିଲା।

ସନ୍ଧ୍ୟାରେ ପୀଡିତାଙ୍କ ମା-ବାପା ଘରକୁ ଫେରିବାରୁ ଝିଅ ମୁହଁରୁ ଘଟଣା ବିଷୟରେ ଶୁଣିଲେ। ବାମା-ମାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ପରିଜନ ପୀଡିତାଙ୍କୁ ଧରି ଥାନାରେ ପହଞ୍ଚିଥିଲେ। ହେଲେ ବିଡମ୍ବନାର ବିଷୟ ପୁଲିସ କାର୍ଯ୍ୟାନୁଷ୍ଠାନ ନାମରେ ଏକ ସାଧା କାଗଜରେ ପୀଡିତାଙ୍କ ଦସ୍ତଖତ ନେଇଥିଲା। ଏହା ପରେ ପୀଡିତା ଏବଂ ପରିବାର ଲୋକଙ୍କୁ ତାଗିଦ୍ କରି ଥାନାରୁ ଫେରାଇ ଦେଇଥିଲା। ଅନ୍ୟପଟେ ସେନାରେ ଥିବା ଅଭିଯୁକ୍ତର ଏକ ଭାଇ ପୀଡିତାଙ୍କ ପରିବାରକୁ ରାତି ସାରା ଫୋନ୍ କରି ପୁଲିସଠାରେ ଅଭିଯୋଗ ନକରିବାକୁ ଧମକ ଦେଇଥିଲା।

ସୀମା ସେତେବେଳେ ଲଙ୍ଘିଥିଲା, ଯେତେବେଳେ ପୁଲିସ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୀଡିତାଙ୍କ ଭାଇକୁ ଘରୁ ଉଠାଇ ନେଇଥିଲା। ଏଥିରେ କ୍ରୋଧିତ ହୋଇ ପୀଡିତାଙ୍କ ପରିଜନ ଏବଂ ଗାଁଲୋକ ବୁଧବାର ଏସପି କାର୍ଯ୍ୟାଳୟ ଘେରାଉ କରି ଜୋରଦାର ହଙ୍ଗାମା କରିଥିଲେ। ଏହି ସମୟରେ ନାବାଳିକାଙ୍କ ପରିବାର ଲୋକ ଏବଂ ପୁଲିସ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ହଙ୍ଗାମା ଏତେ ଆଗକୁ ବଢିଥିଲା ଯେ, ଶେଷରେ ଏସପିଙ୍କୁ କାର୍ଯ୍ୟାଳୟରୁ ବାହାରି ପୀଡିତାଙ୍କ ପାଖକୁ ଆସିବାକୁ ପଡିଥିଲା।

ପୀଡିତାଙ୍କ ଅଭିଯୋଗ ଶୁଣି ଏସପି ଦେହାତ କେଶବ ମିଶ୍ର ପୁଲିସ କର୍ମଚାରୀଙ୍କୁ କଡା ତାଗିଦ୍ କରିଥିଲେ। ଏହା ପରେ ନାବାଳିକାଙ୍କ ଭାଇକୁ ପୁଲିସ ଛାଡିଥିଲା। ଏସପି କିଶୋରୀଙ୍କ ଡାକ୍ତରୀମାଇନା କରିବା ସହିତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଆଦେଶ ଦେଇଛନ୍ତି। ଏହା ପରେ ପୁଲିସ ଅଭିଯୁକ୍ତର ସନ୍ଧାନରେ ଜୁଟି ଯାଇଛି।

   Related Posts