Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ସମୁଦ୍ରରେ ଗାଧୋଉଥିବା ବେଳେ ହଠାତ୍ ସାର୍କ ଆକ୍ରମଣର ଶିକାର ହେଲେ ଯୁବକ, ହରାଇଲେ ପ୍ରାଇଭେଟ୍ ପାର୍ଟ…

17/10/2021 at 2:42 PM

ବ୍ରାସିଲିଆ ୧୭।୧୦  :  ବ୍ରାଜିଲରେ ସାର୍କ ଆକ୍ରମଣ ହେତୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ଏହାର ସବୁଠାରୁ ବିପଜ୍ଜନକ ଜିନିଷ ହେଉଛି ସାର୍କ ବାଳକଟିର ପ୍ରାଇଭେଟ୍‌ ପାର୍ଟକୁ ଛଡ଼ାଇ ନେଇଛି । ଯେଉଁଥିପାଇଁ ନାବାଳକଟିର ପ୍ରବଳ ରକ୍ତସ୍ରାବ ହେତୁ ମୃତ୍ୟୁ ହୋଇଥିଲା।

ତେବେ ଯୁବକ ଜଣକ ଜୋସ ଏର୍ନେଷ୍ଟୋର ଡା ସିଲଭା ବ୍ରାଜିଲର ଉତ୍ତର-ପୂର୍ବ ଉପକୂଳରେ ଥିବା ପିଏଡେଡ୍‌ ମା’ଙ୍କୁ ନ ଜଣାଇ ବେଳାଭୂମିରେ ଗାଧୋଇବାକୁ ଆସିଥିଲେ । ଯାହାକି ସମୁଦ୍ରିକ ସ୍ଥାନ ଯେଉଁଠାରେ ଅଧିକାଂଶ ସାର୍କ ଦେଖିବାକୁ ମିଳିଥାଏ। ଯେତେବେଳେ ଜୋସ ସମୁଦ୍ରକୁ ଗଭୀରକୁ ଯାଉଥିଲେ, କିନ୍ତୁ ସେଠାରେ ଉପସ୍ଥିତ ଲାଇଫ ଗାର୍ଡମାନେ ତାଙ୍କୁ ଫେରି ଆସିବାକୁ ଚେତାବନୀ ଦେଇଥିଲେ ହେଲେ ସେ ତାଙ୍କ କଥା ଶୁଣିଲେ ନଥିଲେ ।

ଜୋସ ଯେତେବେଳେ ସାର୍କ ଦ୍ୱାରା ଆକ୍ରମଣ ହୋଇଥିଲେ, ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ତାଙ୍କ ଜୀବନରକୁ ବାଜି ଲଗାଇ ସମୁଦ୍ରକୁ ଡେଇଁପଡିଥିଲେ। ବହୁ ପରିଶ୍ରମ ପରେ ସେ ଜୋସ୍‌ଙ୍କୁ ସମୁଦ୍ରରୁ ଭିତରୁ କୂଳକୁ ଆଣିଥିଲେ। କିନ୍ତୁ ଲାଇଫ ଗାର୍ଡ କହିଛନ୍ତି ଯେ ସାର୍କ ଯୁବକଙ୍କର ପ୍ରାଇଭେଟ୍‌ ପାର୍ଟ ଉପରେ ଆକ୍ରମଣ କରିଥିଲେ। ଯାହା ଫଳରେ ପ୍ରଚୁର ରକ୍ତସ୍ରାବ ହେଉଥିଲା । ଜୋସ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ  ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଘଟଣାକୁ ନେଇ ଜୋସ୍‌ଙ୍କ ମାଆ କହିଛନ୍ତି ଯେ ତାଙ୍କ ପୁଅ ତାଙ୍କୁ ନ ଜଣାଇ ସମୁଦ୍ର କୂଳକୁ ଯାଇଥିଲା। ସେ ଜାଣିଥିଲେ ସ୍ଥାନଟି ବିପଜ୍ଜନକ ବୋଲି ।

   Related Posts