ସିଭିଲ୍ ସର୍ଭିସ୍ ପରୀକ୍ଷା ସମୟରେ କଲେଜ୍ କ୍ୟାମ୍ପସ୍‌ରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ୮ ଗିରଫ୍

Published By : Prameya-News7 Bureau | October 12, 2020 IST

କାନପୁର ୧୨/୧୦ : ଉତ୍ତର ପ୍ରଦେଶରୁ ପୁଣି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ରବିବାର ଦିନ ୧୭ ବର୍ଷର ଛାତ୍ରୀ କଲେଜ ପରିସରରେ ସିଭିଲ ସର୍ଭିସ ପରୀକ୍ଷା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି। ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ନିଜ ଅଭିଯୋଗରେ କହିଛନ୍ତି ପାଖାପାଖି ୧୨ଜଣ ଛାତ୍ର ତାଙ୍କୁ ଜୋର ଜବରଦସ୍ତ କ୍ୟାମ୍ପସକୁ ନେଇଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଆଉ କିଛି ଛାତ୍ର ତାଙ୍କର ଭିଡିଓ କରୁଥିଲେ ଏବଂ ତାଙ୍କ ପାଖେ ଥିବା ୨ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିଲେ ଛାତ୍ରୀ ଜଣକ କହିଛନ୍ତି ଯେ ସେ ଯେଉଁ ଛାତ୍ରଙ୍କୁ ଦେଖା କରିବାକୁ ଯାଇଥିଲେ ତାକୁ ମଧ୍ୟ ସମସ୍ତେ ମିଶି ବାଡେଇଥିଲେ। ଏହାଛଡା ଘଟଣା ସମ୍ପର୍କରେ କାହାକୁ କହିଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।

ଝାନ୍ସୀ ଏସଏସପି ଦୀନେଶ କୁମାର କହିଛନ୍ତି ଯେ, ମାମଲାକୁ ନେଇ ଦୁଇ ମୁଖ୍ୟ ଅଭିଯୁକ୍ତ ରୋହିତ ସାଇନି ଓ ଭରତ କୁଶୱାହାଙ୍କ ସମେତ ୮ଜଣଙ୍କୁ ଗିରଫ କରାଯାଇଛି। ମାମଲାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି। ଆଉ କିଛି ଛାତ୍ରଙ୍କ ନାଁ ସାମ୍ନାଲି ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେବେ ପୀଡିତା କ୍ୟାମ୍ପସରେ ଥିଲେ ନା ନାହିଁ ସେ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି। ପୀଡିତା କହିଛନ୍ତି ଯେ ଛାତ୍ରମାନେ ତାଙ୍କୁ ଜୋର ଜବରଦସ୍ତ କ୍ୟାମ୍ପସ ଭିତରକୁ ନେଇଯାଇଥିଲେ ଏବଂ ଯେଉଁ ଗେଟ ଦେଇ ନେଇଯାଇଥିଲେ ସେଠାରେ କୌଣସି ସୁରକ୍ଷାକର୍ମୀ ନଥିଲେ। ପରୀକ୍ଷାକେନ୍ଦ୍ରରେ କାନେ ମାତ୍ର ସୁରକ୍ଷାକର୍ମୀ ଥିଲେ ଏବଂ ସେ ପରୀକ୍ଷା ବ୍ୟବସ୍ଥାରେ ବ୍ୟସ୍ତ ଥିଲେ।

କିଛି ପୋଲିସ କର୍ମଚାରୀ ଛାତ୍ରୀଙ୍କ କାନ୍ଦିବା ସ୍ୱର ଶୁଣି ସେଠାକୁ ଆସିଥିଲେ ଓ ତାଙ୍କୁ ସିପରି ବଜାର ଥାନାକୁ ନେଇ ଯାଇଥିଲେ। ଥାନାରେ ଛାତ୍ରୀ ପୋଲିସକୁ ପୁରା ଘଟଣା କହିଥିଲେ। ଛାତ୍ରୀ ଜଣକ ଜଣେ ଅଭିଯୁକ୍ତ ଭରତକୁ ଚିହ୍ନଟ କରିଛନ୍ତି ବୋଲି ଏସଏସପି କହିଛନ୍ତି ।

ପୋଲିସ ଧାରା ୩୭୬ଡି, ୩୯୫, ୩୮୬, ୩୨୩ ଓ ୧୨୦ବି ରେ ମାମଲା ରୁଜ୍ଜୁ କରିଛି। ରୋହିତ ସାଇନି ଓ ଭରତ ବିରୋଧରେ ଆଇଟି ଆକ୍ଟ ସେକ୍ସନ ୬୬ଡି ଓ ପୋକ୍ସୋ ଆକ୍ଟ ୩/୪ରେ ମାମଲା ରୁଜ୍ଜୁ କରିଛି। ଏହି ଦୁଇ ଅଭିଯୁକ୍ତଙ୍କ ଛଡା ପୋଲିସ ଶୈଳେନ୍ଦ୍ର, ମୟଙ୍କ, ବିପିନ, ମୋନୁ, ଧର୍ମେନ୍ଦ୍ର ଓ ସଞ୍ଜୟକୁ ଗିରଫ କରିଛି। ପୋଲିସ ଛାତ୍ରୀଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଇଛି।

ଝାନ୍ସୀ ଜିଲ୍ଲା ମାଜିଷ୍ଟ୍ରେଟ ଆନ୍ଧ୍ର ଭାମସି କହିଛନ୍ତି ଯେ ପୋଲିସ ଚାର୍ଜସିଟ ଫାଇଲ କରିଛି ଏବଂ ମାମଲାର ଶୁଣାଣି ଫାଷ୍ଟଟ୍ରକ କୋର୍ଟରେ ହେବ। ଏହାସହ ଛାତ୍ରୀଙ୍କ ମାନସିକ ସ୍ଥିତି ଦେଖି ତାଙ୍କୁ ଏହି ମାନସିକ ଦୁଶ୍ଚିନ୍ତାରୁ ଉଦ୍ଧାର କରିବା ପାଇଁ ସାହାଯ୍ୟ କରାଯିବ।

କଲେଜ ପ୍ରିନ୍ସିପାଲ କହିଛନ୍ତି ଯେ ଅଭିଯୁକ୍ତମାନେ ଦ୍ୱିତୀୟ ବର୍ଷ ଛାତ୍ର ଏବଂ ମାମଲାକୁ ନେଇ କଲେଜ କର୍ତୃପକ୍ଷ ମାମଲାରେ ଅନ୍ତର୍ଭୁକ୍ତ ଥିବା ଅନ୍ୟ ଛାତ୍ରଙ୍କୁ ଚିହ୍ନଟ କରିବାରେ ପୋଲିସକୁ ପୁରା ସହଯୋଗ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.