ଆଖୁ କିଆରୀକୁ ଟାଣି ନେଇ କିଶୋରୀଙ୍କ ସହ ଗଣଦୁଷ୍କର୍ମ: ଜଣେ ଅଭିଯୁକ୍ତକୁ କାବୁ କରି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

Published By : Prameya-News7 Bureau | January 10, 2019 IST

ସାହାଜାହାନପୁର ୧୦/୧ : ଉତ୍ତରପ୍ରଦେଶ ସାହାଜାହାନପୁରର ଏକ ଗାଁରେ ପୁଣି ଲଜ୍ଜା | ପୁଣି ଜଣେ କିଶୋରୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ପୋଖରୀକୁ ମାଟି ଆଣିବାକୁ ଯାଇଥିବା ଜଣେ କିଶୋରୀଙ୍କୁ ହଠାତ ଘେରିଗଲେ ୪ଜଣ ଯୁବକ | ୪ ଜଣ ଅଭିଯୁକ୍ତ କିଶୋରୀଙ୍କୁ ପାଖରେ ଥିବା ଏକ ଆଖୁ କିଆରୀକୁ ଟେକି ନେଇଯାଇଥିଲେ ଏବଂ କିଶୋରୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ | ପୀଡିତା ବିରୋଧ କରିବାରୁ ତାଙ୍କୁ ଅଭିଯୁକ୍ତମାନେ ମାରପିଟ ମଧ୍ୟ କରିଥିଲେ | ପୀଡିତା ଘରକୁ ଆସି ନିଜ ମା'ଙ୍କୁ ସମସ୍ତ ଘଟଣା କହିଥିଲେ | ପୀଡିତାଙ୍କ ମା' ଅଭିଯୁକ୍ତଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ମାମଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି |

ପୀଡିତାଙ୍କ ମା' କହିଛନ୍ତି ଯେ, ମଙ୍ଗଳବାର ଦିନ ପ୍ରାୟ ୩ଟା ବେଳେ ତାଙ୍କର ୧୭ ବର୍ଷ ବୟସ୍କା ଝିଅ ଗାଁ ବାହାରେ ଥିବା ଏକ ପୋଖରୀକୁ ମାଟି ଆଣିବା ପାଇଁ ଯାଇଥିଲେ | ତାଙ୍କ ଝିଅ ଏକା ଯାଇଥିଲେ | ତାଙ୍କ ଗାଁକୁ ଆସିଥିବା ୪ଜଣ ଯୁବକ ପୀଡିତାଙ୍କୁ ଏକା ଦେଖି ରାସ୍ତାରେ ଅଟକାଇଥିଲେ | ୪ ଅଭିଯୁକ୍ତ ହେଲେ ହୁକୁମ, ନିରଜ, ରାହୁଲ ଓ ବିନୁ | ଯୁବତୀ ସେଠାରୁ ଖସି ଯିବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ୪ଜଣ ଅଭିଯୁକ୍ତ ତାଙ୍କୁ ଟାଣି ଟାଣି ପାଖରେ ଥିବା ଏକା ଆଖୁ କିଆରୀକୁ ନେଇଯାଇଥିଲେ | ଆଖୁ କିଆରୀରେ ସେମାନେ ପୀଡିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ | ପୀଡିତା ଜୋରରେ ପାଟି କରିବାରୁ ତାଙ୍କ ପାଟି ଶୁଣି ପୀଡିତାଙ୍କ ଭାଇ ଏବଂ ଗାଁର ଅନ୍ୟ କିଛି ଲୋକେ ଦୌଡ଼ି ଆସିଥିଲେ | ଗାଁଲୋକେ ରାହୁଲକୁ କାବୁ କରିଥିଲେ | ଅନ୍ୟ ୩ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ |

ଗାଁଲୋକେ ଅଭିଯୁକ୍ତ ରାହୁଲକୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ | ଏହାପରେ ତାକୁ ନେଇ  ପୋଲିସ ଜିମା ଦେଇଥିଲେ | ରାହୁଲ ଗୁରୁତର ଭାବେ ଆହତ ହୋଇଛି | ପୋଲିସ ମାମଲା ରୁଜ୍ଜୁ କରି ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.