Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||

ହରିଦ୍ୱାର କୁମ୍ଭରେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି ସ୍ୱିଜରଲ୍ୟାଣ୍ଡ ଟେକି ‘ବେନ୍ ବାବା’, ଏବେ ଭିକ୍ଷାରେ କଟୁଛି ଜୀବନ

3/04/2021 at 5:19 PM

ହରିଦ୍ୱାର ୩।୪: ବିଶ୍ୱର କୋଣ ଅନୁକୋଣରୁ ସାଧୁଙ୍କ ସୁଅ ଏବେ ହରିଦ୍ୱାର ମହାକୁମ୍ଭରେ ଜମିବାରେ ଲାଗିଛି। ଚଳିତବର୍ଷ କୁମ୍ଭକୁ ସ୍ୱିଜରଲ୍ୟାଣ୍ଡର ଜଣେ ସାଧୁ ଆସିଛନ୍ତି ‘ବେନ୍‌ ବାବା’, ଏବେ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ସ୍ୱୀଜରଲ୍ୟାଣ୍ଡ ନାଗରିକ ହୋଇଥିଲେ ବି ସେ ଅନର୍ଗଳ ହିନ୍ଦୀରେ କଥା କହିପାରୁଛନ୍ତି। ସାମ୍ବାଦିକଙ୍କଠାରୁ ଆରମ୍ଭ କରି ମେଳାରେ ସାଧୁ ସନ୍ଥ ବେନ୍‌ ବାବାଙ୍କ ନିକଟରେ ଭିଡ ଜମାଉଛନ୍ତି।

୨୯ ବର୍ଷ ବୟସ୍କ ବେନ୍‌ ପେଷାରେ ଜଣେ ୱେବ୍‌ ଡେଭଲପର ଥିଲେ। ବେଶ ସ୍ୱାଚ୍ଛନ୍ଦରେ ଜୀବନ କଟି ଯାଉଥିଲା। ହେଲେ ୫ ବର୍ଷ ପୂର୍ବେ କାର୍ଯ୍ୟପ୍ରତି ତାଙ୍କର ଆଗ୍ରହ କମିଯାଇଥିଲା। ଏପରିକି ବଞ୍ଚୁଥିବା ଜୀବନ ଲାଗି ବିତସ୍ପୃହ ହୋଇପଡିଥିଲେ। ଏଥିରେ ସେ କଣ କରିବେ କିଛି ଭାବିପାରୁନଥିବା ବେଳେ ପାଦରେ ଚାଲିଚାଲି ଭାରତ ଅଭିମୁଖେ ବାହାରିପଡିଥିଲେ। ହଜାର ହଜାର ମାଇଲ ଚାଲିଚାଲି ୱାଘା ସୀମା ଦେଇ ବେନ୍‌ ବାବା ଭାରତକୁ ପ୍ରବେଶ କରିଥିଲେ। ଦେଶ ଭ୍ରମଣ କାଳରେ ସେ ହିମାଚଳ ତିର୍ଥାଟନ କରିବା ବେଳେ ସେହିଠାରେ ରହିବାକୁ ମନସ୍ତ କରିବା ସହ ଏବେ ଅବସ୍ଥାନ କରୁଛନ୍ତି। ତେବେ ମହାକୁମ୍ଭ ଲାଗି ହରିଦ୍ୱାର ଆସିଥିବା ବେଳେ ସାଧୁ ସନ୍ଥଙ୍କ ସମେତ କୁମ୍ଭ  ପର୍ଯ୍ୟଟନରେ ଆସିଥିବା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି। ଲୋକେ ତାଙ୍କ ସହ ସେଲଫି ନେଉଥିବା ପ୍ରାୟତଃ ଦେଖାଯାଆନ୍ତି ।

ଲୋକେ ତାଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟ ବେଶ୍ ଆଗ୍ରହୀ ହେଉଛନ୍ତି। ଏଣୁ ତାଙ୍କ ପାଖରେ ପ୍ରାୟତଃ ଭିଡ ଜମୁଛି। ସ୍ୱିଜରଲ୍ୟାଣ୍ଡ ଛାଡିବା ପରଠାରୁ ସେ ଜୀବନ ନିର୍ବାହ ଲାଗି କେବେବି ଚିନ୍ତିତ ନଥିବା କହିଛନ୍ତି। ଲୋକେ ଯାହା ଦିଅନ୍ତି ସେଥିରେ ତାଙ୍କର ଦିନ ଚଳି ଯାଉଛି। ହରିଦ୍ୱାରରେ ମଧ୍ୟ ସେ ବେଶ ଆରାମରେ ସମୟ କଟାଉଛନ୍ତି। ଲୋକଙ୍କ ଭିକ୍ଷାରେ ସେ ବେଶ ଚଳିଯାଉଥିବା କହିଛନ୍ତି।

   Related Posts