ଚାକିରି ପାଇଁ ମାଗୁଥିଲା ଯୁବତୀମାନଙ୍କର ନ୍ୟୁଡ ଫଟୋ , ତାପରେ କ’ଣ ହେଲା ଜାଣନ୍ତୁ

Published By : Prameya-News7 Bureau | August 24, 2019 IST

ଚେନ୍ନାଇ .- ଜଣେ ସଫ୍ଟଓ୍ୱାର ଇଞ୍ଜିନିୟର ବିଭିନ୍ନ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଯୁବତୀମାନଙ୍କୁ ନିଜକୁ ଜଣେ ନିଯୁକ୍ତିଦାତା ଭାବେ ପରିଚୟ ଦେଇ ନ୍ୟୁଡ ଫଟୋ ମାଗୁଥିଲା ।  ଭଲ ଦରମାରେ ସେ ଯୁବତୀମାନଙ୍କୁ ଚାକିରି କରାଇଦେବ ବୋଲି ପ୍ରଲୋଭନ ଦେଉଥିଲା । ଏବେ ଏପରି କରୁଥିବା ଚେନ୍ନାଇର  କ୍ଲେମଣ୍ଟ ରାଜ୍‌ ଚେଜୟିଆନ୍‌କୁ ହାଇଦ୍ରାବାଦ ପୁଲିସ ଗିରଫ କରିଛି । ସେ ୧୬ଟି ରାଜ୍ୟର ୬୦୦ ଯୁବତୀଙ୍କୁ ଏପରି  କରି ଫସାଇଦେଇଥିବା ଅଭିଯୋଗ ହୋଇଛି । କେବଳ ହାଇଦ୍ରାବାଦରେ ଏହି ଯୁବକନାମରେ ୬୦ଟି ମାମଲା ରୁଜୁ ହୋଇଛି ।

ହାଇଦ୍ରାବାଦର ସାଇବରାବାଦ ଥାନାରେ ଏପରି ୬୦ଟି ମାମଲା ରୁଜୁ ହୋଇଥିଲା । ଏହାପରେ ସାଇବାରାବାଦ ପୁଲିସ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରିଥିଲା  ।

ହାଇଦ୍ରାବାଦ ମିୟାପୁରର ଜଣେ ମହିଳା ଏ ବିଷୟରେ ପ୍ରଥମେ ଅଭିଯୋଗ କରିଥିଲେ ।

ଘଟଣାର ତଦନ୍ତ କରି ସାଇବରାବାଦ ପୁଲିସ  କ୍ଲେମଣ୍ଟ ରାଜ୍‌ ଚେଜୟିଆନ୍‌କୁ ଚେନ୍ନାଇରେ ଥିବା ତା ଘରୁ ଗିରଫ କରିଥିଲା । ଧରା ପଡିବା ଭୟରେ ସେ ନିଜ ରାଜ୍ୟ ତାମିଲନାଡୁର ଯୁବତୀଙ୍କୁ ଏପରି କରୁ ନଥିଲା  ମାତ୍ର ଅନ୍ୟ ରାଜ୍ୟର ଯୁବତୀମାନଙ୍କୁ ଏପରି  କରି ନିଜ ଫସାଇ ଦେଉଥିଲା ।  କ୍ଲେମଣ୍ଟ ରାଜ୍‌ ଚେଜୟିଆନ୍‌ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଅନେକ ଯୁବତୀଙ୍କୁ ନିଯୁକ୍ତିର ପ୍ରଲଭୋନ ଦେଖାଇ ଏପରି କରିଥିବା ପୁଲିସ ନିକଟରେ ସ୍ୱୀକାର କିରିଛି ।

  କ୍ଲେମଣ୍ଟ ରାଜ୍‌ ଚେଜୟିଆନ୍‌ ବିବାହିତ । ସେ ଓ ତାର ସ୍ତ୍ରୀ  ଅଲଗା ଅଲଗା ସିଫ୍ଟରେ କାମ କରନ୍ତି । ଦୁଇଜଣ ଯାକ ସଫ୍ଟଓ୍ୱାର ଟେକି ଭାବେ କାମ କରନ୍ତି । ଏକୁଟିଆ ରହୁଥିବା ବେଳେ ସେ ଅବସାଦ ମେଣ୍ଟାଇବା ପାଇଁ ଏପରି କରୁଥିବା କହିଛି । ବିଭିନ୍ନ ଜବ ପୋର୍ଟାଲରୁ ସେ ଚାକିର ଖୋଜୁଥିବା ଯୁବତୀମାନଙ୍କର ନମ୍ବର ପାଇବା ପରେ ସେମାନଙ୍କୁ ଫସାଇବା ପାଇଁ ଚେଷ୍ଟା କରୁଥିଲା ।

ନିଜକୁ ପ୍ରଦୀପ ନାମରେ ଏକ ପଞ୍ଚ ତାରକା ହେଟେଲର ମ୍ୟାନେଜର ଭାବେ  ପରିଚୟ ଦେଇ ସେ ଯୁବତୀମାନଙ୍କୁ ଉଚ୍ଚ ଦରମାରେ ନିଯୁକ୍ତି ପାଇଁ ପ୍ରଲୋଭିତ କରୁଥିଲା । ପରେ ସେମାନଙ୍କର ହ୍ୱାଟସ୍‌ଆପ୍‌ ଓ ବ୍ୟକ୍ତିଗତ ମୋବାଇଲ୍‌ ନମ୍ବର ମାଗୁଥିଲା । ନିଜ ଜାଲରେ ଫସାଇବା ପରେ ସେ ନ୍ୟୁଡ୍‌ ଫଟୋ ମାଗୁଥିଲା ।

ପୁଲିସ  କ୍ଲେମଣ୍ଟ ରାଜ୍‌ ଚେଜୟିଆନ୍‌କୁ ତାହାର ଲ୍ୟାପଟପ୍‌ ସହ ବିଭିନ୍ନ ଯୁବତୀଙ୍କର ନ୍ୟୁଡ୍‌ ଫଟୋ ରଖୁଥିବା ପାସଓ୍ୱାର୍ଡ ଦିଆ ଗ୍ୟାଲେରିକୁ ଜବତ କରିଛି । ସେ ଏହି ଫଟୋକୁ ବ୍ୟବହାର କରି ଯୁବତୀମାନଙ୍କୁ ବ୍ଲାକମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବା ପୁଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.