କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ : ବାବା ରାମଦେବଙ୍କ ପତଞ୍ଜଳି ସମେତ ୪ କମ୍ପାନୀ ସହ ଚୁକ୍ତି କଲେ ସରକାର

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ,୦୩/୦୬ : କୃଷକଙ୍କ ପାଇଁ ଡିଜିଟାଲ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ତଥା କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ପାଇଁ କୃଷି ମନ୍ତ୍ରାଳୟ ୪ଟି ଘରୋଇ ସଂସ୍ଥା ସହହାତ ମିଳାଇଛି । ଏଥିରେ ବାବା ରାମଦେବଙ୍କ ପତଞ୍ଜଳି ଜୈବ ଅନୁସନ୍ଧାନ ମଧ୍ୟ ସାମିଲ ଅଛି ।

ପତଞ୍ଜଳି ବ୍ୟତୀତ ଯେଉଁ ଅନ୍ୟ ଘରୋଇ ସଂସ୍ଥା ସହ ସରକାର ହାତ ମିଳାଇଛନ୍ତି ସେମାନଙ୍କ ମଧ୍ୟରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଆମାଜନ ଓ୍ୱେବ ସର୍ଭିସେସ୍, ଇଏସଆରଆଇ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ଏଗ୍ରି ବଜାର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ରହିଛି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ଏହି କମ୍ପାନୀର ପ୍ରତିନିଧି ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଗୋଟିଏ ବର୍ଷ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । କୃଷକ ଡାଟାବେସ୍ ପ୍ରସ୍ତୁତ କରି ବିଭିନ୍ନ ପାଇଲଟ୍ ଯୋଜନା ଆରମ୍ଭ କରିବା  ଏହାର ଲକ୍ଷ୍ୟ ରହିବ ।  

ପତଞ୍ଜଳି ସହ ଦେଶର ତିନୋଟି ଜିଲ୍ଲାରେ କୃଷି ପ୍ରବନ୍ଧନ ଓ କୃଷକ ସେବା କ୍ଷେତ୍ରରେ କାମ କରିବା ପାଇଁ ଚୁକ୍ତି ହୋଇଛି । ଏଥିରେ ଉତ୍ତରାଖଣ୍ଡର ହରିଦ୍ୱାର, ଉତ୍ତରପ୍ରଦେଶର ହମୀରପୁର ଓ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲା ରହିଛି । କୃଷି ବଜାରରେ ଜିଡିଟାଲ ସେବା ଓ ବ୍ୟବସ୍ଥା ଲାଗୁ କରିବା ପାଇଁ ଆମାଜନ ଓ୍ୱେବ୍ ସର୍ଭିସେସ୍ ସହ ଚୁକ୍ତି ହୋଇଛି  । ଏହି ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, କୃଷି କ୍ଷେତ୍ରକୁ ସାଙ୍ଗରେ ନେଇ ଆତ୍ମନିର୍ଭର ଓ ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ସାକାର କରାଯାଇ ପାରିବ ।

କୃଷିରେ ଡିଜିଟାଲଜେସନର ମହତ୍ତ୍ୱକୁ ଦେଖି କୃଷି ମନ୍ତ୍ରାଳୟ ଏକକ କୃଷକ ଡାଟାବେସ୍ ପ୍ରସ୍ତୁତ କରିଛି । ଏହି ଡାଟାବେସ୍ ଜରିଆରେ ଭିନ୍ନ ଭିନ୍ନ ସେବା ପ୍ରଦାନ କରାଯାଏ । ଏହାଦ୍ୱାରା କୃଷି କ୍ଷେତ୍ର ପାଇଁ ଏକ ଡିଜିଟାଲ ବ୍ୟବସ୍ଥା ପ୍ରସ୍ତୁତ ହୋଇପାରିବ । ଏଥିରେ ସାରା ଦେଶର କୃଷକଙ୍କୁ ଭୂମି ରେକର୍ଡରେ ସାମିଲ କରାଯାଇ ପାରିବ । ଏଥିପାଇଁ କୃଷକଙ୍କ ପାଇଁ ୟୁନିକ କୃଷକ ଆଇଡି ପ୍ରଦାନ କରାଯିବା ନେଇ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.