କଥା କହୁ କହୁ ନୃତ୍ୟଶିଳ୍ପୀଙ୍କ ଆଖିରୁ ଝରି ପଡିଲା ଲୁହ: କହିଲେ ଦୀର୍ଘ ୨୫ ବର୍ଷ ହେଲା…
23/06/2020 at 4:40 PM

ପୁରୀ୨୩/୬: ମହାପ୍ରଭୁ ଜଗନ୍ନାଥ ସବୁବେଳେ ନୃତ୍ୟ ପ୍ରିୟ। ଦେବଦାସୀ ନୃତ୍ୟ ହେଉ ବା ମହାରି ନୃତ୍ୟ । ସେହି ଦୁର୍ଲଭ ନୃତ୍ୟ ଟିକେ ନଦେଖିଲେ ମହାପ୍ରଭୁଙ୍କୁ ନା ଭୋକ ହୁଏ ନା ନିଦ ହୁଏ । କିନ୍ତୁ ଚଳିତ ବର୍ଷ ବିନା ଭକ୍ତରେ ରଥ ଯାତ୍ରା ହେଉଥିବା ବେଳେ ରଥ ଆଗରେ ନର୍ତ୍ତକ ନର୍ତ୍ତକୀଙ୍କର ଆଉ ସେ ଦୁର୍ଲଭ ନୃତ୍ୟ ଦେଖିବାକୁ ମିଳିନଥିଲା । ଫଳରେ ପ୍ରତିବର୍ଷ ରଥ ସମ୍ମୁଖରେ ନୃତ୍ୟ କରୁଥିବା ନର୍ତ୍ତକମାନେ ନୃତ୍ୟ କରିବାର ସୁଯୋଗ ନପାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଥିବା ସହ ମନର କୋହକୁ ଚାପି ନପାରି ଆଖିରୁ ଲୋତକ ଝରାଉ ଥିବାର ଦେଖା ଯାଇଛି । ସେହିପରି ଦୀର୍ଘ ୨୫ ବର୍ଷ ହେଲା ରଥ ଆଗରେ ନୃତ୍ୟ କରୁଥିବା ପୁରୀ ଅଞ୍ଚଳର ନର୍ତ୍ତକ ଦୁର୍ଗା ପ୍ରସାଦ ଦାସଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ମନୋଜ ଦାଶ । ଶୁଣନ୍ତୁ ସେ କଣ କହୁଛନ୍ତି….
Related Posts
ପ୍ରଥମେ ଦୁର୍ବ୍ୟବହାର, ପରେ କ୍ଷମା ମାଗିଲେ ଥାନା ବାବୁ
26 January 2021
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021
ନିଆଁ ଲାଗି ଜଳିଗଲା ୬ବଖରା ଘର, ୨ଟି ଗୋରୁ ଜୀବନ୍ତ ଦଗ୍ଧ
26 January 2021