ଆନ୍ଧ୍ରପ୍ରଦେଶରେ ସୁନ୍ଦରଗଡର ଦାଦନ ଶ୍ରମିକଙ୍କୁ ନିର୍ଯାତନା ଘଟଣା ; ବିଜୟନଗରମ୍ ଯିବ ୪ଜଣିଆ ଟିମ୍

Published By : Prameya-News7 Bureau | December 21, 2018 IST

ସୁନ୍ଦରଗଡ ୨୧|୧୨: ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଓଡ଼ିଶାରୁ ଯାଇଥିବା ଦାଦନ ଶ୍ରମିକଙ୍କୁ ନିର୍ଯାତନା ଘଟଣାରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଇଟାଭାଟି ଠିକାଦାର ନିକଟରେ ଅଟକ ଥିବା ୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସୁନ୍ଦରଗଡ଼ ଡିଏସପିଙ୍କ ଦାମୋଦର ମାଝୀଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଗଠିତ ହୋଇଛି। ଏହି ଟିମ୍ ବିଜୟନଗରମ ଯାଇ ସ୍ଥିତି ପରଖିବେ। ଅଟକ ଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ୍  ଭୁର୍ତ୍ତା ଗାଁର ୧୧ ଜଣ ଶ୍ରମିକ ଜଣେ ଦାଦନ ଦଲାଲ କଥାରେ ରାଜି ହୋଇ ବିଜୟନଗରମରେ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଦାଦନ ଦଲାଲ ନିସ୍ତୁକ ମାଡ଼ ମାରିବା ସହିତ ଜଣେ ଶ୍ରମିକଙ୍କ ମୁହଁରେ ଏସିଡ୍  ଢାଳି ଦେଇଥିଲା। ସେହିପରି ଅନ୍ୟ ଶ୍ରମିକଙ୍କୁ ମାଡ଼ ମାରି ଆହତ କରିଛି। ଦଲାଲ ଏବେ ଅଟକ ଥିବା ୬ ଜଣ ଶ୍ରମିକଙ୍କୁ ଛାଡୁନଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.