Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

ଲଦାଖରେ ଉତ୍ତେଜନା ମଧ୍ୟରେ ପାଙ୍ଗଙ୍ଗ୍ ପହଞ୍ଚିଲେ ଭାରତୀୟ ନୌସେନାର ଟିମ୍

30/05/2020 at 9:32 PM

ନୂଆଦିଲ୍ଲୀ ୩୦।୦୫: ପୂର୍ବ ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଉତ୍ତେଜନା ମଧ୍ୟରେ ଭାରତୀୟ ନୌସେନାର ଏକ ଟିମ୍‌ ପାଙ୍ଗଙ୍ଗ୍ ପହଞ୍ଚିଛନ୍ତି। ସୂତ୍ର ମୁତାବକ, ଭାରତୀୟ ନୌସେନାର ଚାରି ସଦସ୍ୟଙ୍କ ଏକ ଦଳ ଦିଲ୍ଲୀରୁ ଲଦାଖ ଯାଇଛନ୍ତି। ପ୍ରାୟ ଏକ ସପ୍ତାହ ପୂର୍ବରୁ ଏହି ଦଳ ପୂର୍ବ ଲଦାଖ ଯାଇଛନ୍ତି ଏବଂ ସେଠାରେ ଏବେ ଅଛନ୍ତି।

ସୂତ୍ର ମୁତାବକ, ଭାରତୀୟ ନୌସେନାର ଏକ ଟିମ୍ ସେଠାରେ ବୋଟ୍‌ ହ୍ୟାଣ୍ଡଲିଂ ଓ ମେଣ୍ଟନାନ୍ସ ପାଇଁ ଯାଇଛନ୍ତି। ପାଙ୍ଗଙ୍ଗ୍ ସୋ ଅଞ୍ଚଳରେ ଭାରତୀୟ ନୌସେନାର ଆର୍ମି ମୁତୟନ ଅଛନ୍ତି ଓ ଆର୍ମିର ଟିମ୍ ପାଙ୍ଗଙ୍ଗ୍ ହ୍ରଦରେ ବୋଟ୍ ଜରିଆରେ ପାଟ୍ରୋଲିଂ କରୁଛନ୍ତି। ଚଳିତ ମାସର ପ୍ରାରମ୍ଭରେ ଯେବେ ଏଲଏସିରେ ଉତ୍ତେଜନା ବଢିଲା ଚୀନ ପାଙ୍ଗଙ୍ଗ୍ ହ୍ରଦରେ ନିଜର ପାଟ୍ରୋଲିଂ ବୋଟ୍ ସଂଖ୍ୟା ବଢାଇ ଦେଇଛି। ଭାରତ ପକ୍ଷରୁ ମଧ୍ୟ ସେମିତି ସୈନିକ ମୁତୟନ କରିବା ସହିତ ପାଟ୍ରୋଲିଂ ଜୋରଦାର କରାଯାଉଛି, ଯେମିତି ଚୀନ ପକ୍ଷରୁ କରାଯାଉଛି।

ସୂତ୍ର ମୁତାବକ, ଚୀନ କିଛି ଦିନ ପୂର୍ବେ ସେଠାରେ ଦୁଇ ଗୁଣ ଅଧିକ ବୋଟ୍‌କୁ ପାଟ୍ରୋଲିଂ ଲାଗି ମୁତୟନ କରିଛି।  ଏହା ସହିତ ଆକ୍ରମଣାତ୍ମକ ଭାବେ ପାଟ୍ରୋଲିଂ ଆରମ୍ଭ କରି ଦେଇଛି। ପାଙ୍ଗଙ୍ଗ ହ୍ରଦର ପଶ୍ଚିମ ଅଂଶ ଯାହା ପ୍ରାୟ ୪୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହା ଭାରତର ନିୟନ୍ତ୍ରଣରେ ରହିଛି। ସମୁଦ୍ର ପୃଷ୍ଠରୁ ୧୪୦୦୦ ଫୁଟ୍‌ ଉଚ୍ଚରେ ସ୍ଥିତ ପେଙ୍ଗୟଙ୍ଗ ସ ହ୍ରଦର ଲମ୍ବ ୧୩୫ କିମି। ଏହାର ଦୁଇ ତୃତୀୟାଂଶ ଅଂଶ ଚୀନ ନିୟନ୍ତ୍ରଣରେ ରହିଛି।

ପାଙ୍ଗଙ୍ଗ ଆରମ୍ଭରୁ ହିଁ ଭାରତ ଓ ଚୀନ ସୈନିକଙ୍କ ସଂଘର୍ଷର କେନ୍ଦ୍ରସ୍ଥଳ ରହିଛି। ଏଠାରେ ଏବେ ଚୀନ ନିଜର ସାମରିକ ଶକ୍ତି ବଳରେ ନାଲି ଆଖି ଦେଖାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତ ଉଚିତ୍ ଜବାବ ଦେଇଛି। ଫଳରେ ଚୀନ ନିଜର ଯୋଜନାରେ ବିଫଳ ହେଉଛି।

   Related Posts