Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଦ୍ବିତୀୟ ଦିନିକିଆରେ ନୂଆ ରଣନୀତି କରିବେ କୋହଲି , ସ୍ପିନ ଆଟାକ୍‌ ହେବ ଅଧିକ ମଜବୁତ

7/02/2020 at 11:30 AM

ହାମିଲଟନ ୦୭।୦୨: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଦିନିକିଆ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିବେ ଭାରତୀୟ ଅଧିନାୟକ । ପ୍ରଥମ  ମ୍ୟାଚ୍‌ରେ ଦଳ ପରାଜୟ ବରଣ ପାଇଁ ଫିଲ୍ଡି ଓ ବୋଲିଂ ବିଭାଗ ପ୍ରାୟତଃ ଦାୟୀ ବୋଲି କୁହାଯାଇଛି । କାରଣ ଦଳ ଏତେ ବଡ ସ୍କୋର କରିବା ପରେ ମଧ୍ୟ ପରାଜୟ ବରଣ କରିଛି । ମ୍ୟାଚ୍‌ରେ ଖରାପ ବୋଲିଂ ଓ ଫିଲ୍ଡିଂ ଯୋଗୁଁ ଟିମ୍‌କୁ ସିରିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ହେବାକୁ ପଡିଛି । ତେଣୁ ଆଗାମୀ ମ୍ୟାଚ୍‌ରେ ଏହିସବୁ ଭୁଲ୍‌ ନଦୋହରେଇବା ପାଇଁ ଦଳରେ କିଛି ପରବର୍ତ୍ତିନ କରିପାରନ୍ତି ବିରାଟ । ସିରିଜର ଆଗାମୀ ମ୍ୟାଚ୍‌ରେ ଭାରତୀୟ ସ୍ପିନର ଯୋଡି “କୁଲଚାହ”ଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ।

ଭାରତୀୟ ସ୍ପିନର ହରଭଜନ ସିଂହ ଆଗୀମୀ ୨ୟ ମ୍ୟାଚରେ ଭାରତୀୟ ଦଳରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଅଧିନାୟକ କୋହଲିଙ୍କୁ ୨ୟ ମୁକାବିଲାରେ ସ୍ପିନର ଯୋଡି କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଇବାକୁ ପ୍ରସ୍ତାବ ଦେଇଛନ୍ତି ।  

ହରଭଜନଙ୍କ ମତରେ ନ୍ୟୁଜିଲାଣ୍ଡ ଟିମ୍‌ ଦ୍ରୁତ ବୋଲରଙ୍କୁ ଭଳ ଭାବେ ଖେଳୁଛି । ଭାରତର ଯେକୌଣସି ଦ୍ରୁତ ବୋଲରଙ୍କ ବିପକ୍ଷରେ ସହଜରେ ରନ୍‌ ସଂଗ୍ରହ କରୁଛନ୍ତି । ଯାହାର କ୍ଷତି ଭାରତୀୟ ଦଳକୁ  ସହିବାକୁ ପଡୁଛି । ବୋଲିଂର ମଧ୍ୟକ୍ରମରେ ଭାରତୀୟ ବୋଲର ମାନେ ଓ୍ବିକେଟ୍ ହାସଲ କରିପାରୁନାହାନ୍ତି । ମଧ୍ୟକ୍ରମରେ ପ୍ରତିପକ୍ଷ ଦଳର ବ୍ୟାଟସମ୍ୟାନଙ୍କୁ ରନ୍ ସଂଗ୍ରହରୁ ରୋକିବାର  ବିଫଳ ହେଉଛନ୍ତି ଭାରତୀୟ ବୋଲର । ତେବେ ଏହାର କେବଳ ଗୋଟିଏ ଉପାୟ ହେଉଛି । ଦୁଇ ଜଣ ସ୍ପିନରଙ୍କୁ ଖେଳାଯାଉ।  କୁଳଦୀପ ଓ ଚହଲ ଯୋଡିଙ୍କୁ ଆଗାମୀ ମ୍ୟାଚରେ ଖେଳିବାକୁ ହେଲେ କେଦାର ଯାଦବଙ୍କୁ ଟିମ୍‌ରୁ ବାଦ୍‌ ଦେବାକୁ ପଡିବ । କେଦାରଙ୍କ ସ୍ଥାନରେ ଜଣେ ଅତିରିକ୍ତି ସ୍ପିନର ଭାବେ ଖେଳାଇବାକୁ ଉଚିତ୍ ବୋଲି ଅଧିନାୟକ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି ହରଭଜନ ।

ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ପରାସ୍ତ ହୋଇଛି । ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୪୭ରନ୍‌ର ସମ୍ମାନଜନକ ସ୍କୋର କରିଥିଲା । ଏତେ ବଡ ସ୍କୋର କରିବା ପରେ ମଧ୍ୟ ଭାରତୀୟ ଦଳ ମ୍ୟାଚ୍‌ରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଭାରତ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ନ୍ୟୁଜିଲାଣ୍ଡ ୬ଓ୍ବିକେଟ ହରାଇ ୪୮.୧ଓଭର ଟାର୍ଗେଟକୁ ହାସଲ କରିନେଇଥିଲେ । ରସ୍‌ ଟେଲର ଶତକ ଦଳ ବଳରେ ଦଳ ବିଜୟ ଦ୍ବାରଦେଶରେ ପହଞ୍ଚାଇଯାଇଥିଲେ ।

   Related Posts