ମହିଳା T-20 ୱାର୍ଲଡ କପ୍ ଜିତି ଅଷ୍ଟ୍ରେଲିଆ ମାଲାମାଲ, Team India ବି କୋଟିପତି
8/03/2020 at 7:05 PM

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ମହିଳା ଟି-୨୦ ୱାର୍ଲଡ କପ୍ ଫାଇନାଲରେ ଭାରତକୁ ହରାଇ ପଞ୍ଚମ ଥର ଚାମ୍ପିୟନ ହୋଇଛି। ମେଗ୍ ଲେନିଂଙ୍କ ନେତୃତ୍ୱରେ ଫାଇନାଲକୁ ପହଞ୍ଚିଥିବା ଅଷ୍ଟ୍ରେଲିଆ ପ୍ରଥମରୁ ଭାରତ ଉପରେ ଭାରି ପଡିବାରେ ଲାଗିଥିଲା। ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଟିମ୍ ପୁରସ୍କାର ବାବଦକୁ ବିପୁଳ ଅର୍ଥ ପାଇଛି।

୨୦୧୮ ଅନୁସାରେ ଏଥର ବିଶ୍ୱକପ୍ ପୁରସ୍କାର ରାଶିରେ ୫ ଗୁଣା ବୃଦ୍ଧି ହୋଇଥିଲା। ଫଳରେ ଚାମ୍ପିୟନସ୍ ଟ୍ରଫି ସହ ଅଷ୍ଟ୍ରେଲିଆ ଟିମ୍କୁ ୧ ମିଲିୟନ ଡଲାର(୭ କୋଟି ୪୦ ହଜାର ଟଙ୍କା) ନଗଦ ପୁରସ୍କାର ମିଳିଛି। ସେହିପରି ରନର୍ସ ଅପ୍ ଭାରତୀୟ ଟିମକୁ ୭୦ ହଜାର ଡଲାରର ପୁରସ୍କାର ମିଳିଛି।

ଚାମ୍ପିୟନ ଓ ରନର୍ସ ଅପ୍ ବାଦେ ଚଳିତ ବିଶ୍ୱକପ୍ରେ ଭାଗନେଇଥିବା ସମସ୍ତ ଟିମ୍କୁ ପୁରସ୍କୃତ କରାଯାଇଛି। ମହିଳା କ୍ରିକେଟ୍ର ପ୍ରୋତ୍ସାହନ ଲାଗି ଆଇସିସି ଗତବର୍ଷ ପୁରସ୍କାର ରାଶି ବୃଦ୍ଧି କରିଥିଲେ। ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ।ତେବେ ଭାରତୀୟ ଟିମ୍ ପ୍ରଥମ କରି ଟି-୨୦ ୱାର୍ଲଡ କପ୍ରେ ଫାଇନାଲକୁ ପ୍ରବେଶ କରିଥିଲା।