ତାଲାପଦରରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣା, ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍
12/01/2021 at 12:05 PM

ନବରଙ୍ଗପୁର ୧୨।୦୧ : ଉମରକୋଟ ତାଲାପଦରରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣା । ପୋଲ ଭୁଶୁଡି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଛି । ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ୩ଜଣ ତଦନ୍ତକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିପରି ଦୁର୍ଘଟଣା ଘଟିଲା ଏବଂ ଏଥିପାଇଁ କେଉଁମାନେ ଦାୟୀ । ସେଦିଗରେ ଅଧିକ ତଥ୍ୟ ସଂଗ୍ରହ କରିବେ ତଦନ୍ତକାରୀ ଟିମ୍ ।
ପୋଲ ଭୁଶୁଡିବା ଘଟଣାର ତଦନ୍ତ କରିବା ପାଇଁ ଭୁବନେଶ୍ୱରରୁ ଏକ ୩ଜଣିଆ ତଦନ୍ତକାରୀ ଟିମ୍ ଉମରକୋଟରେ ପହଞ୍ଚିଛନ୍ତି । ଏହି ଟିମ୍ରେ ସଦସ୍ୟ ଘଟଣାସ୍ଥଳର ବୁଲିବା ପରେ କହିଛନ୍ତି ଯେ, ପୋଲର ସ୍ଲାପଟି ଯେଉଁ ଟ୍ରିବୁନାଲ ଷ୍ଟ୍ରକ୍ଚର ଉପରେ ରହିଥିଲା । ତାହା ଖସି ପଡିବାରୁ ଦୁର୍ଘଟଣା ଘଟିଛି । ଅଧିକ ତଦନ୍ତ ପାଇଁ କ୍ୱାଲିଟି କଣ୍ଟ୍ରୋଲ ଟେଷ୍ଟ କରାଯିବ ଏବଂ ତଦନ୍ତ ସରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ଦିନ ତାଲାପଦର ନିର୍ମାଣାଧୀନ ପୋଲ ଭୁଶୁଡି ପଡିଥିଲା । ପୋଲ ଭୁଶୁଡିବା ଦ୍ୱାରା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣା ପରେ ସଂପୃକ୍ତ ଠିକାଦାର, ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓ ଏବଂ କନିଷ୍ଠ ଯନ୍ତ୍ରୀ ଫେରାର ଅଛନ୍ତି। ଉମରକୋଟ ଥାନାରେ ଏହି ତିନି ଜଣଙ୍କ ନାରେ ଏତେଲା ମଧ୍ୟ ଦିଆଯାଇଛି ।