ରୋହିତ ଶର୍ମା ହେଲେ ଟି-୨୦ ଅଧିନାୟକ : ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, କୋହଲି ଏବଂ ବୁମରାହଙ୍କୁ ବିଶ୍ରାମ

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯/୧୧ : ଅପେକ୍ଷାର ଅନ୍ତ । ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ରୋହିତ ଶର୍ମା ହେଲେ ଭାରତୀୟ ଦଳର ଅଧିନାୟକ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଯେଉଁଥିରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଭାର ମିଳିଛି । ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ କିଏ ହେବେ ଟି ୨୦ ଫର୍ମାଟର କ୍ୟାପଟେନ୍‌ ସେ ନେଇ ଲାଗି ରହିଥିଲା ସସ୍‌ପେନ୍ସ । ଶେଷରେ ହିଟ୍‌ ମ୍ୟାନ୍‌ ଧରିଛନ୍ତି ଟିମ ଇଣ୍ଡିଆର ମଙ୍ଗ ।

ଏହି ସିରିଜ ପାଇଁ ଦଳର ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟ କୋହଲି, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ହାର୍ଦ୍ଧିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ବିସିସିଆଇ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଭାଇସ-କ୍ୟାପଟେନ୍), ଋତୁରାଜ ଗାୟକୱାଡ, ଶ୍ରେୟସ୍ ଆୟର୍, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ୍ କିଶାନ୍ (ୱିକେଟ୍ କିପର), ଭେଙ୍କଟେଶ ଆୟର, ୟୁଜଭେନ୍ଦ୍ର ଚହଲ, ଆର ଅଶ୍ୱିନ, ଅକ୍ଷର ପଟେଲ , ଆବେଶ ଖାନ, ଭୂବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.