Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ, ଇଂଲିସ୍‌ ଟିମକୁ ୧୫୭ ରନରେ ଧୂଳି ଚଟାଇଲା ଟିମ ଇଣ୍ଡିଆ

6/09/2021 at 9:12 PM

ଦି ଓଭାଲ ୦୬/୦୯ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ୪ର୍ଥ ଟେଷ୍ଟକୁ ୧୫୭ ରନରେ ଜିତିନେଇଛି ବିରାଟ ବାହିନୀ । ଦ୍ବିତୀୟ ଇନିଂସରେ ମାତ୍ର ୨୧୦ ରନରେ ଅଊଆଉଟ ହୋଇଯାଇଛି ଇଂଲଣ୍ଡ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଯାଇଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଦ୍ବିତୀୟ ଟେଷ୍ଟକୁ ଭାରତ ଜିତିନେଇଥିଲା । ତୃତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ହୋଇଥିଲା । ତେବେ ଚତୁର୍ଥ ଟେଷ୍ଟରେ ଏହାର ବଦ୍‌ଲା ନେଇଛି ଭାରତ ।

ବ୍ୟାଟ୍ସମ୍ୟାନ୍‌ଙ୍କ ଉପଯୋଗୀ ଇନିଂସ ଏବଂ ବୋଲରଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛି ଇଂଲିସ୍ ଟିମ । ଦ୍ବିତୀୟ ଇନିଂସରେ ୩୬୮ ରନର ବିଜୟ ଲକ୍ଷ୍ୟକୁ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୯୨.୨ ଓଭର ଖେଳି ୨୧୦ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରୀ ବର୍ଣ୍ଣସ୍‌ ଏବଂ ହାସିବ ହମିଦ ଭଲ ଆରମ୍ଭ କରିଥିଲେ ସୁଦ୍ଧା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଏକଦା ଇଂଲଣ୍ଡର ସ୍କୋର ୧୦୦/୧ ଥିବା ବେଳେ ଦଳ ୨୧୦ରନରେ ଅଲଆଉଟ ହୋଇଯାଇଛି ।

ଇଂଲଣ୍ଡ ପକ୍ଷରୁ ରୋରୀ ବର୍ଣ୍ଣସ୍‌ ୫୦ ରନ କରିଥିବା ବେଳେ ହାସିବ ହମିଦ ୬୩, ଡାଓ୍ବିଡ୍‌ ମଲାନ ୫, ଜୋଏ ରୁଟ୍‌ ୩୬, ଓଲି ପପ୍‌ ୨, ଜୋନି ବୟାରିଷ୍ଟୋ ୦, ମୋଇନ୍‌ ଅଲ୍ଲୀ ୦, କ୍ରିସ୍‌ ଓ୍ବକସ୍‌ ୧୮, କ୍ରେଗ୍‌ ଓଭରଟନ୍‌ ୧୦ ରନ ଏବଂ ଜେମସ୍‌ ଆଣ୍ଡରସନ୍‌ ୨ ରନକରି ଆଉଟ ହୋଇଛନ୍ତି । ଓଲି ରବିନ୍‌ସନ୍‌ ୧୦ ରନ କରି ଅପରାଜିତ ଅଛନ୍ତି ।

ଭାରତ ପକ୍ଷରୁ ଜସପ୍ରୀତ ବୁମରାହ, ଶାର୍ଦ୍ଦୁଳ ଠାକୁର ଏବଂ ରବୀନ୍ଦ୍ର ଜାଡେଜା ଘାତକ ବୋଲିଂ କରିବା ସହିତ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ଜସପ୍ରୀତ ବୁମରାହ, ଶାର୍ଦ୍ଦୁଳ ଠାକୁର ଏବଂ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଉମେଶ ଯାଦବ ୩ଟି  ଓ୍ବିକେଟ ନେଇଛନ୍ତି ।

ଭାରତ ଦ୍ଵିତୀୟ ଇନିଂସରେ ୪୬୬ ରନ କରିବା ପରେ ଇଂଲଣ୍ଡକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩୬୮ ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଏହାକୁ ପିଛା କରିବାକୁ ଯାଇ ଇଂଲଣ୍ଡ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା କୌଣସି ଓ୍ଵିକେଟ୍ ନହରାଇ ୭୭ ରନ କରିଥିଲା । ଫଳରେ ମ୍ୟାଚ୍‌ର ଶେଷ ଦିନର ଖେଳ ରୋମାଞ୍ଚକର ମୋଡରେ ପହଞ୍ଚିଥିଲା । ଚତୁର୍ଥ ଦିନ ଶେଷସୁଦ୍ଧା କ୍ରିଜରେ ରରି ବର୍ଣ୍ଣ୍ସ ୩୧ ଓ ହାସିମ ଅହମ୍ମଦ ୪୩ ରନରେ ଅପରାଜିତ ଥିଲେ। ଦଳକୁ ଜିତିବାକୁ ୨୯୧ ରନ ଦରକାର ଥିବା ବେଳେ ହାତରେ ରହିଛି ୧୦ ଓ୍ଵିକେଟ୍ ବାକିଥିଲା । କିନ୍ତୁ ଶେଷ ଦିନରେ ଗଡବଡ କରିଦେଇଛି ଇଂଲଣ୍ଡ । କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ୪ର୍ଥ ଟେଷ୍ଟକୁ ସହଜରେ ଜିତିନେଇଛି ଭାରତ

ପ୍ରଥମ ଇନିଂସରେ ଭାରତ ୧୯୧ ରନରେ ଅଲଆଉଟ ହୋଇଯିବା ପରେ ଇଂଲଣ୍ଡ ୨୯୦ ରନ କରି ୯୯ ରନ ରେ ଆଗୁଆ ରହିଥିଲା । ତେବେ ଦ୍ବିତୀୟ ଇନିଂସରେ ରୋହିତ ଶର୍ମାଙ୍କ ୧୨୭ ଏବଂ ଚେତେଶ୍ଵର ପୂଜାରାଙ୍କ ୬୧ ରନର ଇନିଂସ ପରେ ଚତୁର୍ଥ ଦିନରେ ଭାରତର  ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଧିନାୟକ ବିରାଟ କୋହଲି ୪୪ ରନ କରି ଆଉଟ୍ ହେବା ପରେ ଋଷଭ ପନ୍ତ ଏବଂ ଶାର୍ଦ୍ଦୁଳ ଠାକୁର ଆକର୍ଷଣୀୟ ବ୍ୟାଟିଂ କରି ଦଳର ସ୍ଥିତି ଆହୁରି ମଜବୁତ କରିଥିଲେ। ଉଭୟ ବ୍ୟାଟସମ୍ୟାନ ସପ୍ତମ ଓ୍ଵିକେଟ୍ ପାଇଁ ଶତକୀୟ ଭାଗିଦାରୀ ଯୋଡିଥିଲେ। ପନ୍ତ ୫୦ ରନ ଏବଂ ଶାର୍ଦ୍ଦୁଳ ଠାକୁର ୬୦ ରନର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଉମେଶ ଯାଦବ ୨୫ ଏବଂ ବୁମରା ୨୫ ରନ କରିଥିଲେ। ଭାରତ ଦିନର ଶେଷ ସେସନ ଆରମ୍ଭରେ ୪୬୬ ରନରେ ଅଲଆଉଟ୍ ହୋଇଥିଲା।

୫ ମ୍ୟାଚ ବିଶିଷ୍ଟ ଟେଷ୍ଟରେ ୨-୧ରେ ଆଗୁଆ ହୋଇଯାଇଛି ଟିମ ଇଣ୍ଡିଆ । ଫଳରେ ସିରିଜ୍‌ ପରାଜୟ ସୁନିଶ୍ଚିତ ହୋଇଥିବା ବେଳେ ଯଦି ୫ମ ଟେଷ୍ଟ ଭାରତ ଜିତିଯାଏ କିମ୍ବା ଡ୍ର ରହିଯାଏ ତେବେ ଭାରତ ସିରିଜ କବ୍‌ଜା କରିନେବ । ଆଉ ଯଦି ଇଂଲଣ୍ଡ ବିଜୟୀ ହୁଏ ତେବେ ସିରିଜ୍‌ ବରାବର ହୋଇଯିବ । ପଞ୍ଚମ ଟେଷ୍ଟ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରୁ ମାଞ୍ଚେଷ୍ଟରରେ ଖେଳାଯିବ ।

   Related Posts