ଟି-୨୦ ବିଶ୍ଵ କପ୍‌ରେ କେଉଁ କେଉଁ ଦଳ ସହ ମୁକାବିଲା କରିବ ଭାରତ, ଚୂଡାନ୍ତ ହେଲା କାର୍ଯ୍ୟସୂଚୀ

Published By : Prameya-News7 Bureau | October 22, 2021 IST

ନୂଆଦିଲ୍ଲୀ ୨୨।୧୦: ଟି-୨୦ ବିଶ୍ଵ କପ୍‌ରେ ଶୁକ୍ରବାର ଆୟରଲାଣ୍ଡ ଓ ନାମ୍ବିଆ ମଧ୍ୟରେ ଖେଳାଯାଇଥିବା ମୁକାବିଲା ପରେ ସ୍ଥିର ହୋଇ ଯାଇଛି ଯେ, ସୁପର-୧୨ରେ ଭାରତ କେଉଁ କେଉଁ ଦଳ ସହ ମୁକାବିଲା କରିବ। ଭାରତ  ଟି-୨୦  ବିଶ୍ଵ କପ୍‌ରେ ସୁପର ୧୨ରେ ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବ୍ୟତୀତ  ଅନ୍ୟ ଦୁଇ ଦଳ ସହ ମୁକାବିଲା କରିବ। ଭାରତ ଅକ୍ଟୋବର ୨୪ରେ ନିଜର ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ନିଜର ଅଭିଯାନ ଆରମ୍ଭ କରିବ।

ଅକ୍ଟୋବର ୩୧ରେ ଦୁବାଇରେ ନ୍ୟୁଜିଲାଣ୍ଡ ବିରୋଧରେ, ନଭେମ୍ବର ୩ରେ ଆବୁଧାବିରେ ଆଫଗାନିସ୍ତାନର ମୁକାବିଲା କରିବ ଭାରତ। ଏହି ତିନି ମ୍ୟାଚ୍ ପରେ  ବିରାଟ କୋହଲିଙ୍କ ନେତୃତ୍ଵାଧୀନ  ଭାରତୀୟ ଦଳ ନଭେମ୍ବର ୫ରେ ଗ୍ରୁପ ବିର ଶୀର୍ଷରେ ଥିବା ଦଳ ସହ ମୁକାବିଲା କରିବ। ଆଉ ଏହି ଦଳ ହେଉଛି ସ୍କଟଲାଣ୍ଡ। ଯୋଗ୍ୟତାପର୍ଯ୍ୟାୟର ସମସ୍ତ ମୁକାବିଲା ଜିତି ଗ୍ରୁପ ବିରେ ସ୍କଟଲାଣ୍ଡ ଶୀର୍ଷରେ ରହିଛି। ଏହା ପରେ ନଭେମ୍ବର ୮ରେ ଗ୍ରୁପ ଏର ଦ୍ଵିତୀୟ ସ୍ଥାନରେ ଥିବା ନାମ୍ବିଆଙ୍କୁ ଭେଟିବ ଭାରତ।

ଭାରତର ପୂରା କାର୍ଯ୍ୟସୂଚୀ

ଭାରତ ବନାମ ପାକିସ୍ତାନ, ଅକ୍ଟୋବର ୨୪(ଦୁବାଇ, ସନ୍ଧ୍ୟା ୭ଟା ୩୦)

ଭାରତ ବନାମ ନ୍ୟୁଜିଲାଣ୍ଡ, ଅକ୍ଟୋବର ୩୧(ଦୁବାଇ, ସନ୍ଧ୍ୟା ୭ଟା ୩୦)

ଭାରତ ବନାମ ଆଫଗାନିସ୍ତାନ, ନଭେମ୍ବର ୩(ଆବୁଧାବି, ସନ୍ଧ୍ୟା ୭ଟା ୩୦)

ଭାରତ ବନାମ ସ୍କଟଲାଣ୍ଡ, ନଭେମ୍ବର ୫(ଦୁବାଇ, ସନ୍ଧ୍ୟା ୭ଟା ୩୦)

 ଭାରତ ବନାମ ନାମ୍ବିଆ, ନଭେମ୍ବର ୮(ଦୁବାଇ, ସନ୍ଧ୍ୟା ୭ଟା ୩୦)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.