ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍: ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍ ୧୧ ପ୍ରସ୍ତୁତ ! ବରିଷ୍ଠ ବୋଲର ଖେଳିବା ମୁସ୍କିଲ

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୦୮।୦୫: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି। ଫାଇନାଲ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ  ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ। ଆଇସିସି ଟେଷ୍ଟ କ୍ରିକେଟ୍‌କୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ୨୦୧୯ରେ ଏହା ଆରମ୍ଭ କରିଥିଲା। ସମସ୍ତ ୯ଟି ଦଳ ୬-୬ ସିରିଜ୍ ଖେଳିବାର ଥିଲା। କିନ୍ତୁ କରୋନା କାରଣରୁ ସମସ୍ତ ସିରିଜ୍ ଖେଳାଯିବା ସମ୍ଭବ ହୋଇନଥିଲା। ଖେଳାଯାଇଥିବା ମ୍ୟାଚ୍‌ ଅନୁଯାୟୀ ଶୀର୍ଷ ୨ଟି ଦଳ ଫାଇନାଲରେ ପ୍ରବେଶ କରିଛନ୍ତି।

ଫାଇନାଲ ମୁକାବିଲା ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ନିଜର ରଣନୀତି ଆରମ୍ଭ କରିଛନ୍ତି। ଇଂଲଣ୍ଡ ସର୍ବଦା ଦ୍ରୁତ ବୋଲରଙ୍କ ପାଇଁ ଅନୁକୂଳ। ସାଉଥମ୍ପଟମରେ ଏବେ ହ୍ୟାମ୍ପସାୟର ଓ ସମରସେନଟ୍ ମଧ୍ୟରେ ମ୍ୟାଚ୍ ଚାଲିଛି। ପ୍ରଥମ ଦୁଇ ଦିନରେ ୨୩ଟି ଓ୍ଵିକେଟ୍‌ର ପତ୍ତନ ଘଟିଛି। ଆଉ ସମସ୍ତ ଓ୍ଵିକେଟ୍ ଦ୍ରୁତ ବୋଲର ହିଁ ନେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ, ପିଚ୍ ଦ୍ରୁତ ବୋଲିଂ ପାଇଁ ଉପଯୋଗୀ ଏବଂ ଅନୁକୂଳ। ତେଣୁ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ଆର ଅଶ୍ଵିନ ଓ ରବୀନ୍ଦ୍ର  ଜାଡେଜାଙ୍କ ମଧ୍ୟରୁ ଜଣେ ଖେଳାଳିଙ୍କୁ ସୁଯୋଗ ମିଳିବ। ନିକଟରେ ଆଇପିଏଲ୍‌ରେ ଜାଡେଜାଙ୍କ ପ୍ରଦର୍ଶନ ଦମଦାର ରହିଛି। କିନ୍ତୁ ଅଶ୍ଵିନଙ୍କୁ ଚୂଡାନ୍ତ ଦଳରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି। ଅଶ୍ଵିନ ଟେଷ୍ଟରେ ୪୦୦ ଓ୍ଵିକେଟ୍ ନେଇ ସାରିଛନ୍ତି। ସେ ବର୍ତ୍ତମାନ ସମୟରେ ଭାରତୀୟ ଦଳର ସବୁଠୁ ସଫଳ ବୋଲର।

{"id":450017,"sizeSlug":"large","linkDestination":"none"}

ସାଉଥମ୍ପଟମରେ ଖେଳାଯାଇଥିବା ମ୍ୟାଚ୍ ଉପରେ ନଜର ପକାଇଲେ ଇଂଲଣ୍ଡର ଦ୍ରୁତ ବୋଲର ୬ଟି ଟେଷ୍ଟରେ ୨୮ ହାରରେ  ୬୮ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ଭାରତୀୟ ଦଳ ୨ଟି ଟେଷ୍ଟରୁ ୪୨ ହାରରେ ୨୦ ଓ୍ଵିକେଟ୍ ନେଇଛନ୍ତି। ନ୍ୟୁଜିଲାଣ୍ଡ ଦଳ ସାଉଥମ୍ପଟମ ପିଚ୍‌ରେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାନ୍ତି। ଏହାର ଫାଇଦା ଭାରତୀୟ ଦଳକୁ ମିଳିପାରେ।

ଶାର୍ଦ୍ଦୁଳଙ୍କୁ ମିଳିପାରେ ସୁଯୋଗ

ସାଉଥମ୍ପଟମରେ ଦୁଇଟି ମ୍ୟାଚ୍‌ରେ ଭାରତୀୟ ସ୍ପିନର ୪୪ ହାରରେ ୯ ଓ୍ଵିକେଟ୍ ନେଇଛନ୍ତି। ଷ୍ଟ୍ରାଇକ୍‌ ରେଟ୍‌ ୮୩ ରହିଛି। ଏମିତିରେ ଭାରତୀୟ ଦଳ ଜଣେ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ। ଦ୍ଵିତୀୟ ସ୍ପିନ ବୋଲରଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ଅଲରାଉଣ୍ଡର ଭାବେ ସୁଯୋଗ ମିଳିପାରେ। ଶାର୍ଦ୍ଦୁଲ ଅଷ୍ଟ୍ରେଲିଆ ଗସ୍ତରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ଏବଂ ଦଳ ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବ୍ରିସବେନ ଟେଷ୍ଟରେ ଶାର୍ଦ୍ଦୁଳ ୭ ଓ୍ଵିକେଟ୍ ନେଇଥିଲେ ଏବଂ ୬୭ ରନର ସାହସିକ ଇନିଂସ ଖେଳିଥିଲେ।

ଏମିତି ହୋଇପାରେ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, ଶୁବମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା/ଆର ଅଶ୍ଵିନ, ଶାର୍ଦ୍ଦୁଳ ଠାକୁର, ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଯଶପ୍ରୀତ ବୁମରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.