Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଭଲ ଫର୍ମରେ ଟିମ୍ ଇଣ୍ଡିଆର ୪ ବୋଲର, ଅଶ୍ଵିନଙ୍କ ଉପରେ ଝୁଲିଲା ଖଣ୍ଡା !

6/10/2021 at 5:56 PM

ନୂଆଦିଲ୍ଲୀ ୦୬।୧୦: ଟି-୨୦ ବିଶ୍ଵ କପ୍ ପୂର୍ବରୁ ଭାରତୀୟ ଦଳର ବୋଲର ଆଇପିଏଲ ୨୦୨୧ର ଦ୍ଵିତୀୟ ସିଜିନରେ ଦମଦାର ପ୍ରଦର୍ଶନ କରୁଛନ୍ତି। ଆଇପିଏଲ ବର୍ତ୍ତମାନ ୟୁଏଇରେ ଖେଳାଯାଉଛି ଏବଂ ଏହା ପରେ ଟି-୨୦ ବିଶ୍ଵ କପ୍ ସେହି ମଇଦାନରେ ଖେଳାଯିବ। ଭାରତୀୟ ବିଶ୍ଵ କପ୍ ଦଳରେ ଚାରି ସ୍ପିନର ଓ ତିନି ଦ୍ରୁତ ବୋଲରଙ୍କୁ ସାମି୍ଲ କରାଯାଇଛି। ଏମାନଙ୍କ ମଧ୍ୟରୁ ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ମହମ୍ମଦ ଶାମି ଓ ବରୁଣ ଚକ୍ରବର୍ତ୍ତୀ ଦମଦାର ବୋଲିଂ କରୁଛନ୍ତି। ହେଲେ ରବିଚନ୍ଦ୍ରନ ଅଶ୍ଵିନ ଓ ଭୁବନେଶ୍ଵର ନିଜର ଖ୍ୟାତି ମୁତାବକ ପ୍ରଦର୍ଶନ କରି ପାରି ନାହାନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏହି ସିଜିନ୍‌ରେ ୧୩ଟି ମ୍ୟାଚ୍‌ରେ ୧୯ ଓ୍ଵିକେଟ୍ ନେଇ ସାରିଛନ୍ତି। ସବୁଠୁ ଅଧିକ ଓ୍ଵିକେଟ୍ ନେବା ତାଲିକାରେ ସେ ତୃତୀୟରେ ଅଛନ୍ତି। ବୁମରା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।

ପଞ୍ଜାବ କିଙ୍ଗ୍ସର ଚଳିତ ସିଜିନରେ ନିରାଶଜନକ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ମହମ୍ମଦ ଶାମି ଶାଣିତ ବୋଲିଂ କରୁଛନ୍ତି। ସେ ୧୩ଟି ମ୍ୟାଚ୍‌ରେ ୧୮ ଓ୍ଵିକେଟ୍ ନେଇଛନ୍ତି। ସେ ୧୬ମ ବଲ୍‌ରେ ଓ୍ଵିକେଟ୍ ନେଉଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଏହି ସିଜିନ୍‌ରେ ଶୀର୍ଷରେ ରହିଛି ଏବଂ ପ୍ଲେ ଅଫ୍‌ରେ ସ୍ଥାନ ସୁନିଶ୍ଚିତ କରି ସାରିଛି। ଏଥିରେ ଅକ୍ଷର ପଟେଲ୍‌ଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି। ପଟେଲ୍ ୯ଟି ମ୍ୟାଚ୍‌ରେ ୧୪ ଓ୍ଵିକେଟ୍ ନେଇ ସାରିଲେଣି। ବ୍ୟାଟସମ୍ୟାନ ତାଙ୍କ ବଲ୍‌ରେ ରନ କରିବାକୁ ସଂଘର୍ଷ କରୁଛନ୍ତି। ପଟେଲ୍ ମାତ୍ର ୬.୦୫ ହାରରେ ରନ ଦେଉଛନ୍ତି।

ବରୁଣ ଚକ୍ରବର୍ତ୍ତୀ ବର୍ତ୍ତମାନ ଆଇପିଏଲ ସିଜିନରେ ୧୫ ଓ୍ଵିକେଟ୍ ନେଇ ସାରିଛନ୍ତି। ଏହି ବୋଲର ୟୁଏଇ ପିଚ୍‌ରେ ଗତ ୨୮ ଆଇପିଏଲ ମ୍ୟାଚ୍‌ରେ ୩୨ ଓ୍ଵିକେଟ୍ ନେଇଛନ୍ତି। ସେ ଭାରତୀୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇ ପାରନ୍ତି। ତାଙ୍କର ବୋଲିଂ ଇକୋନୋମି ୬.୭୩ ରହିଛି।

ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଦଳରେ ଅଫ ସ୍ପିନର ଭାବେ ସାମିଲ୍ କରାଯାଇଛି। କିନ୍ତୁ ଦିଲ୍ଲୀର ଏହି ବୋଲର ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚ୍‌ରେ ୪ ଓ୍ଵିକେଟ୍ ନେଇଛନ୍ତି। ଫର୍ମ ହିସାବରେ ବୁମରା, ଶାମି, ଅକ୍ଷର ଓ ବରୁଣଙ୍କ ଖେଳିବା ପ୍ରାୟତଃ ନିଶ୍ଚିତ ଲାଗୁଛି। ଏମିତିରେ ଅଶ୍ଵିନଙ୍କୁ ଚୂଡାନ୍ତ ଏକାଦଶରୁ ବାହାରେ ବସିବାକୁ ପଡିପାରେ।

ଭାରତୀୟ ଦଳରେ ରାହୁଲ ଚହର ଓ ଭୁବନେଶ୍ଵର କୁମାର ଫର୍ମରେ ନାହାନ୍ତି। ଚହର ଆଇପିଏଲର ଦ୍ଵିତୀୟ ସିଜିନରେ ଚାରୋଟି ମ୍ୟାଚ୍‌ରେ କେବଳ ୨ଟି ଓ୍ଵିକେଟ୍ ନେଇ ପାରିଛନ୍ତି। ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦେଇଛି। ଅନ୍ୟପଟେ ଭୁବନେଶ୍ଵର କୁମାର ଏହି ସିଜିନ୍‌ରେ ୧୦ଟି ମ୍ୟାଚ୍‌ରେ କେବଳ ୫ ଓ୍ଵିକେଟ୍ ନେଇ ପାରିଛନ୍ତି।

   Related Posts