ଆଜିର ଦିନରେ ଇତିହାସ ରଚିଥିଲା ଭାରତ : ୨୮ ବର୍ଷ ପରେ ବିଶ୍ୱକପ୍ ମୁକୁଟ ପିନ୍ଧିଥିଲା ଟିମ୍ ଇଣ୍ଡିଆ, ସାକାର ହୋଇଥିଲା ସଚିନଙ୍କ ସ୍ୱପ୍ନ

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ, ୦୨।୦୪:  ଭାରତ ଆଜିର ଦିନ ଅର୍ଥାତ ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ବିଶ୍ୱକପ୍ ଉପରେ କବଜା କରିଥିଲା । ଏହି ଟ୍ରଫି ବିଜୟକୁ ୧୦ ବର୍ଷ ପୂରଣ ହୋଇଛି । ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା । ଏହାର ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଇତିହାସ ରଚିଥିଲା । ଏହାସହ ଓ୍ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ଭାବେ ୨ ବା ଅଧିକ ଥର ବିଶ୍ୱ ବିଜୟୀ ହେବାର ଗୌବର ଅର୍ଜନ କରିବାର ସଫଳ ହୋଇଥିଲା ।

କିଛି ରୋଚକ କଥା

୨୦୧୧ ବିଶ୍ୱକପ୍ ଫାଇନାଲ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏଠାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ଇତିହାସ ରଚିଥିଲା । ଭାରତ ପ୍ରଥମ ଆୟୋଜକ ଟିମ୍ ଭାବେ ଚାମ୍ପିଅନ ହୋଇଥିଲା । ଏହାପୂର୍ବରୁ କୌଣସି ଦଳ ନିଜ ମାଟିରେ ଚାମ୍ପିଅନ ହୋଇନଥିଲେ ।

ଦଳ ବିଜୟ ଲକ୍ଷ୍ୟକୁ ପିଛା କରି ଚାମ୍ପଅନ ହୋଇଥିଲା । ବିଶ୍ୱକପ୍ ଇତିହାସରେ କେବଳ ୨ ଥର ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ଚାମ୍ପିଅନ ହୋଇଛନ୍ତି । ଭାରତ ତୃତୀୟ ଦଳ ଭାବେ ଏହି କୀର୍ତ୍ତି ହାସଲ କରିଥିଲା । ଶ୍ରୀଲଙ୍କାକୁ ଧୋନୀସେନା ୧୦ ବଲ୍ ବାକି ଥାଇ ୬ ଓ୍ୱିକେଟରେ ମାତ୍ ଦେଇଥିଲା ।

{"id":431899,"sizeSlug":"large","linkDestination":"none"}

୨୦୧୧ ପୂର୍ବରୁ ଫାଇନାଲରେ ଶତକ ଅର୍ଜନ କରିଥିବା ଖେଳାଳିଙ୍କ ଟିମ୍ ମ୍ୟାଚ୍ ଜିତୁଥିଲା । କିନ୍ତୁ ଏଥର ଏପରି ହୋଇନଥିଲା । ଶ୍ରୀଲଙ୍କା ଖେଳାଳି ମହେଲା ଜୟବର୍ଦ୍ଧନେ ୧୦୩ ରନ୍ କରିଥିଲେ ବି ଶ୍ରୀଲଙ୍କାକୁ ବିଜୟୀ କରାଇ ପାରିନଥିଲେ। ୨୭୫ ରନର ପିଛା କରୁଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ମ୍ୟାଚକୁ କାବୁ କରିଥିଲେ । ଦଳ ପ୍ରଥମେ ୩୧ ରନରେ ୨ ଓ୍ୱିକେଟ ହରାଇଥିଲେ ବି ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂ  ଧୋନୀଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା ।

ଧୋନୀଙ୍କ ଦମଦାର ବ୍ୟାଟିଂ

ଗୋଟିଏ ସମୟରେ ଭାରତ ୧୧୪ ରନରେ ୩ ଓ୍ୱିକେଟ ହରାଇ ସଙ୍କଟରେ ପଡିଥିଲା । ଗୌତମ ଗମ୍ଭୀରଙ୍କୁ ସାଥ୍ ଦେବାକୁ ଯୁବରାଜ ସିଂ ଆସିଥାନ୍ତେ  । କିନ୍ତୁ ଧୋନୀ ୫ ନମ୍ବରରେ ଆସିଥିଲେ । ସେ ଦମଦାର ବ୍ୟାଚିଂ କରି ଦଳକୁ ଜିତାଇବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

{"id":431901,"sizeSlug":"large","linkDestination":"none"}

ଛକା ସହ ଚାମ୍ପିଅନ କରାଇଥିଲେ

ଧୋନୀ ଗମ୍ଭୀରଙ୍କ ସହ ୧୦୯ ରନର ପାର୍ଟନରସିପ୍ କରିଥିଲେ । ଗମ୍ଭୀର ୯୭ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଧୋନୀ ୭୯ ବଲରୁ ୮ ଚୌକା ଓ ୨ ଛକା ସହ ୯୧ ରନ୍ କରି ଆପରାଜିତ ରହିଥିଲେ । ଏହାସହ ବିଜୟୀ ଛକା ମାରି ସମସ୍ତଙ୍କ ହୃଦୟ ଜିତିଥିଲେ ।

ଭାରତ ୨୮ ବର୍ଷ ପରେ ବିଶ୍ୱବିଜେତା ହୋଇଥିଲା ।  ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ବିଜେତା ହେବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଥିଲା । ଦଳର ଖେଳାଳି ତାଙ୍କୁ କାନ୍ଧରେ ବସାଇ ଷ୍ଟାଡିୟମରେ ବୁଲାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.